ନ୍ୟୁଜଗ୍ୟାଲେରି, କଳାହାଣ୍ଡି:ଧର୍ମଗତ ସହର ନିକଟସ୍ଥ ଗୋଡ଼ଭଞ୍ଜା ଗୋଲେଇ ଛକ ପଛ ପଟରୁ ପୁରୁଣା ରାସ୍ତା କଡ ବୁଦା ମୂଳରୁ ଧର୍ମଗତ ପୁଲିସ ଜଣେ ବ୍ୟକ୍ତି ଙ୍କ ମୃତ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ଧର୍ମଗତ ଥାନା ଅନ୍ତର୍ଗତ ଛିଳପା ଗ୍ରାମ ର ମଧୁସୂଦନ ନାଏକ (୩୫) ବୋଲି ଜଣାପଡିଛି। ସୂଚନା ମତେ ମୃତ ବ୍ୟକ୍ତି ଜଣକ କବାଡି ବ୍ୟବସାୟୀ ହୋଇ ଥିବା ବେଳେ ଗତ କାଲି ସେମାବାର ସକାଳୁ କାମରେ ବାହାରି ଘରକୁ ଫେରି ନଥିଲେ। […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯଗରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କିିିଶୋର ଚନ୍ଦ୍ର ସାହୁଙ୍କ ଘରେ ଭିଜଲାନ୍ସ ବିଭାଗର ଭବାନୀପାଟଣା ସହରର ଜଳେଶ୍ଵର ମନ୍ଦିର ପଡାରେ ଥିବା ବାସଭବନ ସମେତ ସରକାରୀ କାର୍ଯ୍ୟାଲୟ ରେ ଭିଜିଲାନ୍ସ ବିଭାଗର ଏକ କାଳୀନ ଚଢାଉ କରି ତିନି ଲକ୍ଷ୍ୟ ଟଙ୍କା ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ବିଭାଗ ପକ୍ଷରୁ […]
ନ୍ୟୁଜଗ୍ୟାଲେରି, କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ଦେଇ ଅନେକ ଗଞ୍ଜେଇ ଚୋରା ଚାଲାଣ ହୋଇଛି କିଛି ଅଭିଯୁକ୍ତ ପୁଲିସ ଆଖିରୁ ଖସି ଯାଇଥିବା ବେଳେ ଅନେକ ଅଭିଯୁକ୍ତ କେସିଙ୍ଗା ପୁଲିସ ହାବୁଡ଼ରେ ପଡି ଜେଲ ଭୋଗୁଛନ୍ତି। ତେବେ ଗଞ୍ଜେଇ ଚୋରା ଚାଲାଣ କମ ହୋଇ ନାହିଁ ବରଂ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ମାନେ ନୁଆଁ ନୁଆଁ ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରୟାସ କରୁଛନ୍ତି ତେଣୁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଭବାନୀପାଟଣା ବ୍ଲକ ଗୁଡ଼ିଆଲି ପଦର ପଞ୍ଚାୟତ ର ଭେଜିପଦର ଗାଁ କୁ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ନାହିଁନଥିବା ଅସୁବିଦା ର ସମୂଖ୍ୟନ ହେଉଛନ୍ତି ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ମନ୍ତ୍ରୀ, ବିଡ଼ିଓ, ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ ଗାଁକୁ ରାସ୍ତାଟିଏ ନିର୍ମାଣ କରାଯାଉ ପାରୁ ନାହିଁ । ଏଭଳି ଅବ୍ୟବସ୍ଥା କୁନେଇ ଗତ ସାଧାରଣ ନିର୍ବାଚନ ବର୍ଜନ କରିଥିଲେ ଭେଜିପଦର ଗ୍ରାମବାସୀ । ବର୍ତ୍ତମାନ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣ ନକଲେ ଆସନ୍ତା […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ପ୍ରସୁତି ମାମଲା ନିମନ୍ତେ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ମାମଲାରେ ଧର୍ମଗଡ଼ ଡାକ୍ତରଖାନାର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଅଜିତକୁମାର ନେଗୀଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଚୂଡାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଡାକ୍ତର ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡଆଦେଶ କରିଛନ୍ତି ।ଜରିମାନା ଅର୍ଥ ଅଣଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି […]
ନ୍ୟୁଜଗ୍ୟାଲେରି,ଭୁବନେଶ୍ୱର:ରାଜ୍ୟ ରେ ୧୨ତମ ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ ୨୦୨୩ ଓଡିଶା ରାଇଫଲ ଏସୋସିଏସନ ତରଫ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଇଫଲ ସୁଟିଂ ସିନିୟର ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଅରବିନ୍ଦ ସାହୁ । ସେ ୨୨ପଚାଶ ମିଟର ରାଇଫଲ ୩ପି ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରି ସ୍ଵର୍ଣ୍ଣ ପଦକ ରେ ସମ୍ମାନିତ ଥିବା […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଲାଞ୍ଜିଗଡ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ପ୍ରସାଦ ଗୁରୁ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ବି ଡି ଓ ଜିତେନ୍ଦ୍ର ମିଶ୍ର, ତହସିଲଦାର ମୁନିନ୍ଦ୍ର ହାନଙ୍ଗା ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।ମୋଟ ୭୮ ଜଣ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅମଲା ଭବନ ଠାରେ ବାର୍ଷିକୀ ମହୋତ୍ସବ ତଥା ଜିଲ୍ଲା ସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବରିଷ୍ଠ ଶିକ୍ଷାବିତି କାଳୀ ପ୍ରସାଦ ପଟ୍ଟନାୟକ ଙ୍କ ଦ୍ୱାରା ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ଦାଦନ ସମସ୍ୟା, ଚାଷୀ ଓ ଚାଷର […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଖରିଫ ଓ ରବି ଋତୁ ନିମନ୍ତେ ଡକୁମେଣ୍ଟାରୀ ନିର୍ମାଣ ନିମନ୍ତେ ଆଗ୍ରହୀ ଏଜେନ୍ସି ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥି ନିମନ୍ତେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା ୭୫୯୨/କୃଷି ତା.୧୭.୭.୨୦୨୩ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ କୃଷି ଅଧିକାରୀ ଓ ସମସ୍ତ ସହକାରୀ କୃଷି ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟ କ୍ଷେତ୍ରର ଉଭୟ ଖରିଫ ଓ ରବି ଫସଲ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ତତ୍ତ୍ବବଧାନ ଓ ଅଧ୍ୟକ୍ଷତା ରେ ଏକ ବିଶେଷ ଶୈକ୍ଷିକ କାର୍ଯ୍ୟକ୍ରମ ବିଦ୍ୟାଳୟ ସବୁଜ ବାହିନୀ ୟୂକୋକ୍ଲବ ପକ୍ଷ ରୁ ମୁଁ ବି ଗଛ ଟିଏ ଲଗାଇବି – ମୋ କୁନି ହାତରେ ତାହାର ଯତ୍ନ ନେବି – ମୋ ବିଦ୍ୟାଳୟ ଓ ମୋ ଗାଁ କୁ ସବୁଜ ସୁନ୍ଦର କରିବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା […]
ନ୍ୟୁଜଗ୍ୟାଲେରି(ଉଦ୍ଧବ ପଣ୍ଡା) କଳାହାଣ୍ଡି, ମ. ରାମପୁର:ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟର ସହାୟତା ରେ ରଂଗାପଦର ସ୍ଥିତ ତାଲିମ କେନ୍ଦ୍ର ରେ ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି।ଜମିରେ କମ ପରିମାଣରେ ରାସାୟନିକ ସାର ର ବ୍ୟବହାର କରି ,ବୟୋଚାର ଜୈବିକ ଖତ ର ବ୍ୟବହାର କରି ଜମି କୁ ଅଧିକ ଅମଳ କ୍ଷମ କରିବା ସହିତ ମାଟି କୁ ସୁସ୍ଥ ରଖିବା ପାଇଁ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବିଦେଶୀ ମଦ ମାଫିଆଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାବେଳେ ନକଲି ମଦ ତିଆରି କରି ବିକ୍ରୀ କରିବା, ଗାଁ ଗାଁ କୁ ବିହାରୀ ଯୁବକ ମାନଙ୍କୁ ନିୟୋଜିତ କରି ଯୋଗାଇବା ଓ ସରକାରୀ ନିର୍ଦ୍ଧାରିତ ମୂଲ୍ୟରୁ ମନଇଚ୍ଛା ଦରରେ ବିଦେଶୀ ମଦ ବିକ୍ରି ଘଟଣା ଅବକାରୀ ବିଭାଗର ଅସହାୟତାକୁ ସ୍ପଷ୍ଟ କରୁଛି।କଳାହାଣ୍ଡି ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଛତ୍ର ଛାୟାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ନେଇ ସାଧାରଣରେ […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି:ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ, ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରନ୍ତୁ ଅଧ୍ୟାପକ ପଦବୀ ପୁରଣ କରନ୍ତୁ ଅନ୍ୟଥା ଆଗାମୀ ଦିନରେ ୟାର ସମାଧାନ ନ ହେଲେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆନ୍ଦୋଳନ ହେବ ବୋଲି ଆଜି ଭବାନୀପାଟଣା ଶିଶୁ ବିଦ୍ୟ ମନ୍ଦିର ଠାରେ ଏବିଭିପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂଯୋଜକ ତନ୍ମୟ ବିଶି ପ୍ରକାଶ କରିଛନ୍ତି । କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ,ଅଧ୍ୟାପକ ପଦବୀ ପୂରଣ ତଥା […]
ନ୍ୟୁଜଗ୍ୟାଲେରି, ( ଉଦ୍ଧବ ପଣ୍ଡା )କଳାହାଣ୍ଡି ମ. ରାମପୁର: ଭାରତ ସରକାର ଙ୍କ ପ୍ରସ୍ତାବିତ ସମାନ ନାଗରିକ ସଂହିତା ୟୁ,ସି,ସି, ବିଲ୍ କୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ ଙ୍କ ନେତୃତ୍ବରେ ମ. ରାମପୁର ତହସିଲଦାର ସୁଶ୍ରୀ ଜ୍ଯେସ୍ନା ମାଝୀ ଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୟୁ ସି ସି ବିଲ ପ୍ରତ୍ୟାହାର ଦାବିରେ ଦାବି ପତ୍ର ପ୍ରଦାନ କରିଛନ୍ତି। କାହିଁକି […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଣ ଓ ରାୟଗଡ଼ା କୁ ସଂଯୋଗ କରୁଥିବା ଛଅ ନମ୍ବର ରାଜ୍ୟ ରାଜପଥ ସିକେର କୁପା ଠାରେ ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି। ସୁଚନା ଅନୁସାରେ ରାୟଗଡ଼ା ଠାରୁ ସମ୍ବଲପୁର ଯାଉଥିବା ଟ୍ରକ ନମ୍ବର ଓଡି୧୫ଜି ୮୧୨୫ ଆଇଚର ଟ୍ରକ ଟି ଭବାନୀପାଟଣା ରୁ ବିଶାଖାପାଟଣା ଯାଉଥିବା ଟ୍ରକ କୁ ଧକ୍କା ଦେଇ ଫେରାର ମାରୁଥିବା ବେଳେ ସ୍ଥାନୀୟ ଲୋକଙ୍କର […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ନୃତ୍ୟ କଳାହାଣ୍ଡିର ସାଂସ୍କୃତିକ ପରିଚୟ ଓ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ସେହିପରି କଳାହାଣ୍ଡିର ଲୋକ ସଂସ୍କୃତିର ସଂରକ୍ଷଣ ଓ ବିକାଶ ଦିଗରେ କାରୁଣ୍ଡ କଳା କେନ୍ଦ୍ରର ଅବଦାନ ରହିଛି। ଲୋକନୃତ୍ୟ ଓ ଲୋକ ସଂସ୍କୃତିକୁ ସମସାମୟିକ ଦର୍ଶକଙ୍କ ମନ ଲାଖି ସମୟ ସହ ତାଳ ଦେଇ କଳାହାଣ୍ଡିର ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ଉଦ୍ୟମ କରିବାକୁ କାରୁଣ୍ଡ କଳା କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହରେ ଅତିଥିମାନେ ଆହ୍ୱାନ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ରେ ସ୍ନାତକୋତ୍ତର ଫଳ ପ୍ରକାଶିତ ହୋଇଯାଇଛି। ପରୀକ୍ଷା ଶେଷ ହେବାର ଖୁବ୍ କମ୍ ଦିନ ବ୍ୟବଧାନରେ ଫଳ ପ୍ରକାଶିତ ହୋଇଛି। ଜୁଲାଇ୧୧ରେ ସ୍ନାତକୋତ୍ତର ଶେଷ ବର୍ଷ ର ପରୀକ୍ଷା ଶେଷ ହେଲା ଏବଂ ଜୁଲାଇ ୧୬ରେ ଫଳ ପ୍ରକାଶିତ ହେଲା। ଫଳ ପ୍ରକାଶନ ଏସ୍ ଏସ ବି ଦ୍ଵାରା ପରିଚାଳିତ ଅଧ୍ୟାପକ ପରୀକ୍ଷାର ଶେଷ ଅବଧି ପୂର୍ବରୁ ପ୍ରକାଶିତ ହେବାଫଳରେ ପରୀକ୍ଷା ପାଇଁ ଫର୍ମ ପୂରଣ ର ସୁଯୋଗ ପାଇବେ। ୧୬ଟି […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭାରତ ସରକାର ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ହେଲେ କଳାହାଣ୍ଡି ଜିଲ୍ଲାରେ ମନରେଗା ଯୋଜନାରେ କମ ଲୋକ କାମ କରିବାକୁ ଯାଉଥିବା ଉଦବେଗଜନକ ଅଟେ । ଜିଲ୍ଲାରେ ୩ ଲକ୍ଷ ମନରେଗା କାର୍ଡ ପାଇଥିବାବେଳେ ଗତବର୍ଷ କେବଳ ୧୫ ଲକ୍ଷ ଶ୍ରମ ଦିବସ ସୃଷ୍ଟି କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ୩ ଦଶନ୍ଧି ପୂର୍ବରୁ ସାକ୍ଷରତା ହାର ପ୍ରାୟ ୩୦% ଥିବାବେଳେ ବର୍ତ୍ତମାନ ୬୦%ରେ ପହଞ୍ଚିଛି । […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ତାହାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ମା ମାନିକେଶ୍ୱରୀ ମନ୍ଦିର ଠାରୁ ମଶାଲ ଯାତ୍ରା ବାହାରି ଟାଉନ ହଲ କୁ ଆସିଥିଲା ପରେ “କଳାହାଣ୍ଡିର ଲୋକନୃତ୍ୟ ଓ ଘୁମୁରା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ସମ୍ମାନିତ ଆଲୋଚକ କଳାହାଂଡିଆ ଶବ୍ଦକୋଷର ରଚୟିତା ତଥା ଗବେଷକ ପରମେଶ୍ୱର ମୁଣ୍ଡ, ବିଶିଷ୍ଟ ନାଟ୍ୟଗୁରୁ ଭୀମସେନ ସାହୁ ଓ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷତା ପରିଷଦ ପକ୍ଷରୁ ଭବାନୀପାଟଣା ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଏହି ଉତ୍ସବ ପାଳନ କରାଯଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ତରଫରୁ ୩ଦିନ ପର୍ଯ୍ୟନ୍ତ ଜିଲ୍ଲା ରେ ଥିବା ସମସ୍ତ ବୈଷୟିକ ଶିକ୍ଷା କେନ୍ଦ୍ର ଓ ସମସ୍ତ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଭିନ୍ନ ପ୍ରତିଯୋଗିତା କୁଇଜ଼, ଡ଼ିବେଟ, ନୃତ୍ୟ , ସଂଗୀତ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶହୀଦ ମାନଙ୍କୁ ସ୍ମରଣ କରି ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ସଭାପତିତ୍ବ କରିଥିଲେ। ତାଙ୍କ ସମ୍ଭାଷଣ ରେ ସେ କହିଥିଲେ ଯେ ଦେଶ ମାତୃକାର ରକ୍ଷା ପାଇଁ ବୀର ଯବାନ ମାନେ ଯେଉଁ ବଳିଦାନ ଦେଇଛନ୍ତି , ତାହା ଭାରତୀୟ ମାନେ ଭୁଲି ପାରିବେ ନାହିଁ। ସେ ଗୀତିକାର ଓ ଗାୟକ ରମେଶ ଶର୍ମାଙ୍କ […]
ନ୍ୟୁଜଗ୍ୟାଲେରି,(ଉଦ୍ଧବ ପଣ୍ଡା)ମ. ରାମପୁର:- କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ମିଲିତ ଭାବେ ରାତିରେ ପେଟ୍ରଳିଙ୍ଗ କରୁଥିବା ସମୟରେ ଏମ୍ ରାମପୁର ଥାନା ଅନ୍ତର୍ଗତ ରିଷିଡା ରାସ୍ତା ପାଜିବାହାଲି ଛକ ଓ ୫୯ ଜାତୀୟ ରାଜପଥ ଟୋଲଗେଟ ହାତୀଖୋଜ ଠାରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ମାନେ ପଣ୍ଡା ପଦର ଗାଁ ର ସନ୍ତୋଷ ସଗରିଆ (୨୮) ବର୍ଷ, ଚୁଡ଼ାମଣି ସଗରିଆ (୨୩ )ବର୍ଷ ଓ ନୂଆ ପଡା ଜିଲ୍ଲା ର […]
ନ୍ୟୁଜଗ୍ୟାଲେରି,(ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଶ୍ରୀରାମ ମନ୍ଦିର ନିକଟ ପାଇକ ପଡା ଠାରେ କ୍ଷତ୍ରୀୟ ପାଇକ ସମାଜର ନୂତନ ସମାଜ ଗୃହ ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଙ୍କ କରକମଳରେ ଉଦ୍ଧଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୂର୍ବତନ ନର୍ଲା ବିଧାୟକ ଧନେଶ୍ଵର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, କ୍ଷତ୍ରିୟପାଇକ ସମାଜର କୁଳପତି ପ୍ରଦୀପ କୁମାର ଘଡ଼ାଇ, କ୍ଷତ୍ରିୟ […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା:-କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ପିରାମଲ ଫାଉଂଡେସନର ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲାସ୍ତରୀୟ ‘କୁଶାଲ ବଚ୍ପନ୍’ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ମୁଖ୍ୟ ପ୍ରଭାତୀ ତ୍ରିପାଠୀ ,ଉପମୁଖ୍ୟ ଦୁଲାଲ ସେନାପତି, ମିଶନ ଶକ୍ତି ର ପି. ଡି. ସି ଅମୃତ ପାଢ଼ୀ, ବି. ପି.ଏମ ବିଶ୍ୱନାଥ ଦାସ, ସମସ୍ତ ବ୍ଲକ ର ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ,ମହିଳାସୁପରଭାଇଜର, ପିରାମଲ ଫାଉଂଡେସନ ର ପ୍ରବନ୍ଧକ ବିକ୍ରମ କିଶୋର […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଡେଙ୍ଗୁ ମ୍ୟାଲେରିଆ ସଂପର୍କିତ ଜିଲ୍ଲାସ୍ତରୀୟ ଅନ୍ତବିଭାଗୀୟ ସ୍ଵମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ , ଜିଲ୍ଲାରେ ଡେଙ୍ଗୁ, ମ୍ୟାଲେରିଆ, ହଇଜା ବ୍ୟାପିବା ସମ୍ବାବନା ଥିବା ଅଞ୍ଚଳରେ ଏହି ରୋଗ କୁ ରୋକିବା ପାଇଁ ବିଭିନ୍ନ ବିଭାଗର ପଦକ୍ଷେପ, ସଚେତନତା ସୃଷ୍ଟି ସମ୍ପର୍କରେ ସମୀକ୍ଷା କରିଥିଲେ।ସମସ୍ତଙ୍କର ମିଳିତ ଉଦ୍ୟମରେ ହି ଡେଙ୍ଗୁ , ମ୍ୟାଲେରିଆ,ହଇଜା ନିରାକରଣ କରାଯାଇପାରିବ ଓ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋର୍ଡl ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନଅ ବର୍ଷ ଶାସନ ପୂର୍ତ୍ତି ରେ ମହାଜନସମ୍ପର୍କ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ବିଭୀଷଣ ସାହୁ ଓ ଗ୍ରାମପଞ୍ଚାୟତ ପ୍ରମୁଖ ଅଶ୍ୱିନୀ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ତଥା ସ୍ୱଚ୍ଛ ଭାରତ ଅଭିଯାନ କଳାହାଣ୍ଡି ବିଜେପି ସଂଯୋଜକ ଲୋକନାଥ ଦୁର୍ଗା, ବ୍ଲକ ଅଧକ୍ଷ ପ୍ରଫୁଲ୍ଲ ସାହୁ, ଜ଼ିଲ୍ଲା […]
ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଢୁଷ ଗୁଡା ସ୍ଥିତ ରେତ୍ ନଦୀ ଡ୍ୟାମ୍ ଠାରେ ବୁଡ଼ି ଜଣେ କଲେଜ ଛାତ୍ର ନିଖୋଜ।ସୂଚନାଯୋଗ୍ୟ, ଭବାନୀପାଟଣା ସହରର ତିନିଜଣ କଲେଜ ଛାତ୍ର ଓ ଦୁଇଜଣ ଛାତ୍ରୀ ରେତ୍ ପ୍ରକଳ୍ପ ବୁଲିବାକୁ ଆସିଥିବାବେଳେ ପ୍ରକଳ୍ପର ନିଷିଦ୍ଧାଞ୍ଚଳ ପଟେ ଯାଇଥିବାବେଳେ ଜଣେ ଛାତ୍ର ଭବାନୀପାଟଣାର ସୁଦାମ ପଣ୍ଡାଙ୍କ ପୁଅ ସାଲୁ ପଣ୍ଡା ଅସାବଧାନତାବଶତଃ ପାଣିରେ ଖସି ବୁଡି ଯାଇଥିଲେ । ତାଙ୍କ ସାଙ୍ଗସାଥୀମାନେ ସାଲୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ପାଣିର […]
ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ଟାଉନ ହଲ ଠାରେ ବିଭିନ୍ନ ବ୍ୟାଙ୍କ ମାନଙ୍କ ଦ୍ୱାରା ଅର୍ବାନ ଏବଂ ରୁରାଲ ଅଞ୍ଚଳରେ ଥିବା ୩୫୯ ସ୍ୱୟଂ ସହାୟକ ଗୋଷ୍ଠି ର ମହିଳା ଙ୍କୁ ପାଖାପାଖି ୧୧ .୯୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ,ସମ୍ମାନୀୟ ଅତିଥି ଭବାନୀପାଟଣା ପୌରାଅଧକ୍ଷା ସଂଯୁକ୍ତ ବେହେରା , ସୁବ୍ରତ କୁମାର ପ୍ରଧାନ ,ଫାଇନାନସିଲ ସ୍ପେସିଆଲିଷ୍ଟ , ରାଜ୍ୟ ମିଶନ ଶକ୍ତି ,ଅନାଜ […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଓ କଳାହାଣ୍ଡି ବିଶ୍ୱବିଦ୍ୟଳୟର ମିଳିତ ଆନୁକୂଳ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏନ୍. ଏସ୍. ଏସ୍, ଏନ୍ ସି.ସି. ଓ ଉତ୍ତର ବନଖଣ୍ଡର କର୍ମଚାରୀମାନେ ସାମିଲ ହୋଇ ପ୍ରାୟ ୧୫୦ ରୁ ଅଧିକ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଭାରତୀୟ ବନସେବା, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଅଶ୍ୱିନ କୁମାର କର, […]
ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମେଦିନୀପୁର ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ – ୨୦ ୨୩ ଅବସର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ” ମୁଁ ବି ପଢିବି – ମୁଁ ବି ବଢ଼ିବି ମୋ ଗାଁ କୁ ସଂପୂର୍ଣ୍ଣ ସାକ୍ଷର କରିବି ” ଶିଶୁ କେନ୍ଦ୍ରିକ ଶିକ୍ଷା-ଶିକ୍ଷଣ ଭିର୍ତ୍ତୀକ ଏକ ବିଶେଷ କାର୍ଯ୍ୟକ୍ରମ ରେ ମେଦିନୀପୁର ଆଞ୍ଚଳିକ ସାଧନ କେନ୍ଦ୍ର […]
