ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ତତ୍ତ୍ବବଧାନ ଓ ଅଧ୍ୟକ୍ଷତା ରେ ଏକ ବିଶେଷ ଶୈକ୍ଷିକ କାର୍ଯ୍ୟକ୍ରମ ବିଦ୍ୟାଳୟ ସବୁଜ ବାହିନୀ ୟୂକୋକ୍ଲବ ପକ୍ଷ ରୁ ମୁଁ ବି ଗଛ ଟିଏ ଲଗାଇବି – ମୋ କୁନି ହାତରେ ତାହାର ଯତ୍ନ ନେବି – ମୋ ବିଦ୍ୟାଳୟ ଓ ମୋ ଗାଁ କୁ ସବୁଜ ସୁନ୍ଦର କରିବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା ।
ଏହି ଅବସରରେ ବିଦ୍ୟାଳୟ କୁ ଗୌରବାନ୍ନିତ କରିଥିବା ଛାତ୍ରୀ ସୁଶ୍ରୀ କେଶିକା ବେହେରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକ ପରୀକ୍ଷା ରେ ଓ ଛାତ୍ର ଜୋସେଫ୍ ପ୍ରିନ୍ସ ଏ ଡି ନବୋଦୟ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ନାମ ଲେଖାଇଥିବା ରୁ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁରୀ ନାଗ ଙ୍କ ସହ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଦ୍ଵୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଓ ସଂଯୁକ୍ତ। ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁଚେତା ଦାଶ , ସଭ୍ୟା ମଞ୍ଜରୀ ପଟ୍ଟନାୟକ , ପ୍ରତିଭା ଦାଶ, ନିଶାମଣୀ ଦେଇ ଓ କଲ୍ୟାଣୀ ଦାସ ଙ୍କ ସମେତ ବିଦ୍ୟାଳୟ ର ଶତାବ୍ଦୀକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବସହିତ ସମସ୍ତ ବୃକ୍ଷ ର ଯନ୍ ନେବା ପାଇଁ ସଂଙ୍କଳ୍ପ ନେଇଥିଲେ । ବିଦ୍ୟାଳୟ କ୍ୟାପଟେନ୍ ସମିକ୍ଷା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

