ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ ଲିଗ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ସ୍ପୋର୍ଟସ ହଷ୍ଟେଲ ବନାମ ମାରୋଡୋନା ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ସମାପ୍ତି ପର୍ଯ୍ୟନ୍ତ ସ୍ପୋର୍ଟସ ହଷ୍ଟେଲ ୧/୦ ଗୋଲ ରେ ଅଗ୍ରଣୀ ହୋଇଥିଲେ। ଖେଳର ମ୍ୟାଚ କମିସନର ନବୀନ କୁମାର ନାୟକ ଙ୍କ ତତ୍ୱାବଧାନରେ ଖେଳକୁ ଛବିଲାଲ ନାଏକ, ଉଦ୍ଧବ ମାଝୀ, ପୁରନ୍ଧର ମାଝୀ ଓ ଚଞ୍ଚଳ ମାଝୀ ପରିଚାଳନା କରିଥିଲେ। ଉଜାପନୀ ମ୍ୟଚର ମୁଖ୍ୟ ଅତିଥି ବିଜୟ କୁମାର ଦିଶାରି ଚେୟାର ମେନ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ କଳାହାଣ୍ଡି ,ଜିଲ୍ଲା କ୍ରୀଡ଼ା ସଂସ୍ଥା ର ସାଧାରଣ ସମ୍ପାଦକ ତଥା ଓଡିଶା କ୍ରିକେଟ ଏସୋସିଏସନ ର ଉପସଭାପତି ଜଗମୋହନ ପଟ୍ଟନାୟକ, ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ।
ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ସୁନୀଲ କୁମାର ବେହେରା, ସଂସ୍ଥା ର ଉପସଭାପତି ଅର୍ଜୁନ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ କାଲି ପ୍ରସାଦ ପଟ୍ଟନାୟକ ଓ ଚକ୍ରଧର ସେଠି, ଫୁଟବଲ୍ ସମ୍ପାଦକ ମହମ୍ମଦ ଅବଦୁଲ କାଦର, ସର୍ଦ୍ଦାର ସନ୍ତ୍ ସିଂହ, କୋଷାଧ୍ୟକ୍ଷ ସରଦାର ନିର୍ମଳ ସିଂହ, ଧିରେନ୍ଦ୍ର କୁମାର ପଟ୍ଟନାୟକ, ରବି ପ୍ରସାଦ କାନୁନଗୋ, ସୁବାଷ ଚନ୍ଦ୍ର ପଣ୍ଡା, ଭିକାରୀ ଚରଣ ମିଶ୍ର, ବିପିନ ଚନ୍ଦ୍ର ମିଶ୍ର, ଅଜୟ ପଟ୍ଟନାୟକ, ସମ୍ଭୁ ପ୍ରସାଦ ରାଉତ, ପଙ୍କଜ କୁମାର ପଟ୍ଟନାୟକ, ସାମ୍ବାଦିକ ଲଳିତ କୁମାର କାନୁନଗୋ, ଭବାନୀ ଶଙ୍କର ପଟ୍ଟନାୟକ, ମହେନ୍ଦ୍ର କୁମାର ପଣ୍ଡା, ଜିତେନ୍ଦ୍ର ପ୍ରସାଦ ପଟ୍ଟନାୟକ, ସୁରେଶ ଗଉଡ, ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସ ବିଭାଗ ଏହି ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ
ଜିଲ୍ଲା ଖବରOctober 3, 2026ଭବାନିପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ

