ନ୍ୟୁଜଗ୍ୟାଲେରି, ଭବାନିପାଟଣା :କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ଏହି ଐତିହାସିକ ଓ ପାରମ୍ପରିକ ଯାତ୍ରାକୁ ଶାନ୍ତିଶୃଙ୍ଖଳା, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ଏହି କ୍ରମରେ ଜିଲ୍ଲାପାଳ ସଚିନ ପାୱାର, ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବାରକଣ୍ଡା, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଜେନାଖାଲ ପୀଠ ଓ ଛତର ଯାତ୍ରାର ରୁଟ୍ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
ପରମ୍ପରା ଅନୁଯାୟୀ, ମହାଷ୍ଟମୀ ରାତିରେ ମା’ ମାଣିକେଶ୍ୱରୀଙ୍କ ପବିତ୍ର ଛତର ମନ୍ଦିରରୁ ବାହାରି ଜେନାଖାଲ ପୀଠକୁ ବିଜେ କରିଥାଏ। ସେଠାରେ ଗୁପ୍ତପୂଜା ଓ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ପରେ ମହାନବମୀ ଭୋରରୁ ଆରମ୍ଭ ହୋଇଥାଏ ମା’ଙ୍କ ପ୍ରସିଦ୍ଧ ଛତର ଯାତ୍ରା।
ଯାତ୍ରା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଓ ପ୍ରଶାସନିକ ଟିମ୍ ଜେନାଖାଲ ପୀଠରେ ପୂଜାର୍ଚ୍ଚନା ସ୍ଥଳ, ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଯାତ୍ରାକୁ ଶୃଙ୍ଖଳିତ କରିବା ସହ ଭକ୍ତମାନଙ୍କ ପାଇଁ ଆବଶ୍ୟକ ସୁବିଧାସୁଯୋଗ ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ମା’ ମାଣିକେଶ୍ୱରୀଙ୍କ ଏହି ପ୍ରସିଦ୍ଧ ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି ବୋଳି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

