କଳାହାଣ୍ଡି ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ଜିଲ୍ଲା କମିଟି ଗଠିତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନିପାଟଣା ସ୍ଥିତ ଅମଲା ଭବନ ଠାରେ ଭାରତୀୟ ସାମ୍ବାଦିକ ସଂଘ ସହ ଅନୁବନ୍ଧିତ କର୍ମଜୀବୀ ସାମ୍ବାଦିକ ସଂଘର ଜିଲ୍ଲା କମିଟି ଗଠନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସଂଘର କାର୍ଯ୍ୟ କର୍ତ୍ତା ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଏବଂ ରାଜ୍ୟ ନିର୍ବାଚନ କମିଶନର ଶରତ ଚନ୍ଦ୍ର ଦାଶ ଉପସ୍ଥିତ ରହି ଥିଲେ। ନବନିର୍ବାଚିତ କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାୟ ,ଉପସଭାପତି ବିଜୟ ଭୂଷଣ ଦଣ୍ଡସେନା, ସାଧାରଣ ସମ୍ପାଦକ ଆଶୁତୋଷ ପୁରୋହିତ, ସମ୍ପାଦକ ଭୂପେଶ ତିୱାରୀ, ମହାଦେବ ଖଣ୍ଡୁଆଲ, ଦୁଲେନ୍ଦ୍ର କୁମାର ମେହେର, କୋଷାଧ୍ୟକ୍ଷ ପ୍ରଭାକର ସେଠୀ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।
କଳାହାଣ୍ଡି ଜିଲ୍ଲା ସଂଘର କାର୍ଯ୍ୟ କର୍ତ୍ତା ମାନେ ବହୁ ସଂଖ୍ୟା ରେ ବୈଠକ ରେ ଯୋଗଦେଇଥିଲେ।
ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଙ୍କ ଜନ୍ମଦିନ ଥିବାରୁ ଜନ୍ମ ଦିନ ପାଳନ କରାଯାଇଥିଲା। ଶ୍ରୀ ବିଶ୍ୱାଳ ସାମ୍ବାଦିକମାନଙ୍କୁ ଏକଜୁଟ ହୋଇ ସଂଘକୁ ସୁଦୃଢ଼ତା ଓ ସାମ୍ବାଦିକଙ୍କ ହିତ ପାଇଁ ଦୃଢ଼ତାର ସହ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ନୂତନ ଭାବେଯୋଗ ଦେଇଥିବା ସଦସ୍ୟ ମାନଙ୍କୁ ଓପଡୋକନ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts