ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:  ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ବିଜେଡିର ଜିଲ୍ଲା ସ୍ତସରୀୟ ପଦ ପଦବୀ ଚୟନ ହୋଇଯାଇଛି। ଏହିପରିପେକ୍ଷିରେ ଆଜି ଭବାନୀପାଟଣା ଟାଉନ ସଭାପତି ଭାବରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଧବଳେଶ୍ଵର ମହାପାତ୍ର ଙ୍କୁ ସଭାପତି ଭାବରେ ମନୋନୀତ କରାଯାଇଛି। ଶ୍ରୀ ମହାପାତ୍ର ବିଜେଡି ର ସାଙ୍ଗଠାନିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ସଂଗଠନ ର କାର୍ଯ୍ୟ ଦକ୍ଷତାର ସହ କରି ଆସୁଥିବାରୁ ତାଙ୍କୁ ଭବାନୀପାଟଣା ଟାଉନ ସଭାପତି ଭାବରେ ଅନେକଥର ବିଜେଡି ମହତ୍ୱପୂର୍ଣ୍ଣ ସଭାପତି ପଦରେ ଦାୟିତ୍ୱ ଦେଇଆସୁଛି। ଆଗାମୀ ପୋୖର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଥିବାରୁ ପାର୍ଟି ଶ୍ରୀ ମହାପାତ୍ର ଗୁରୁତ୍ତ୍ୱପୂର୍ଣ୍ଣ ଦାଇତ୍ୱ ଦେଇଛନ୍ତି।ଶ୍ରୀ ମହାପାତ୍ରଙ୍କୁ ବିଜେଡି ଜିଲ୍ଲା ସଭାପତି ପ୍ରଦୀପି ଦିଶାରୀ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, ଧର୍ମେନ୍ଦ୍ର ନାୟକ ଏବଂ ଜିଲ୍ଲା ର ବିଜେଡି କର୍ମକର୍ତ୍ତା ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts