oplus_0

ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

0 minutes, 2 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ବ୍ଲକ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଏମ ଏମ ଡି ଆର( M M D R) ସଂଶୋଧନ ଆଇନ ପ୍ରତ୍ୟାହାର,ଏସ ଆଇ ଆର (SIR) ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ବନ୍ୟା ପରିଚାଳନା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ MMDR ସଂଶୋଧିତ ଆଇନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଥିଲା। ଏହି ଆଇନ ଲାଗୁ ହେଲେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଖଣିଜ ରାଜସ୍ୱ ପ୍ରଭାବିତ ହୋଇପାରେ ବୋଲି ନେତାମାନେ ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ ବିରୋଧୀଙ୍କ ଦାବିକୁ ଶାସକ ଦଳ ପକ୍ଷରୁ ଖଣ୍ଡନ କରାଯାଇଛି।

ସେହିପରି, SIR ପ୍ରକ୍ରିୟାକୁ ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଥିଲେ। ଭୋଟର ତାଲିକା ପ୍ରସ୍ତୁତିରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ଆସ୍ଥା ଅକ୍ଷୁଣ୍ଣ ରଖିବାକୁ ସେମାନେ ଦାବି କରିଥିଲେ। ଇଣ୍ଡିଆ ବ୍ଲକ୍ ପକ୍ଷରୁ ଏହି ପ୍ରସଙ୍ଗରେ ସି ଇ ସି (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନେବା ଦାବି ମଧ୍ୟ କରାଯାଇଛି।
ବିଦ୍ୟାଳୟ ଶିକ୍ଷା ପ୍ରସଙ୍ଗରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ କଥିତ ତ୍ରୁଟି, ଶିକ୍ଷକ ଅଭାବ ଓ ଶିକ୍ଷା ବ୍ୟବସ୍ଥାର ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସମାଲୋଚନା କରିଥିଲେ। ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡଙ୍କ ଇସ୍ତଫା ଦାବି ଇଣ୍ଡିଆ ବ୍ଲକ୍‌ର ମୁଖ୍ୟ ଦାବି ରହିଛି। ସରକାର ପକ୍ଷରୁ ଏହି ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ଓ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା କୁହାଯାଇଛି।
ଏଥିସହ ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ, କୃଷି କ୍ଷୟକ୍ଷତିର ଭରଣା ଏବଂ କୃଷି ଋଣ ଛାଡ଼ ଭଳି ଦାବି ମଧ୍ୟ ଉଠାଯାଇଥିଲା। ବନ୍ୟା ପରିଚାଳନା ଓ ରିଲିଫ୍ ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ ଆଣିଥିଲେ। INDIA ବ୍ଲକ୍ ପକ୍ଷରୁ ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ସହ ଏହାକୁ ସଫଳ କରିବା ପାଇଁ ଲୋକଙ୍କ ସମର୍ଥନ ଲୋଡ଼ାଯାଇଛି।

ଅକ୍ଟୋବର ୮ର ବନ୍ଦକୁ ସଫଳ କରିବା ପାଇଁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପ୍ରସ୍ତୁତି କରିବା ସହ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ସଭାପତି ଜଳନ୍ଧର ନାଏକ, କଳାହାଣ୍ଡି ଜିଲ୍ଲା ପ୍ରଭାରୀ ତଥା ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଗହୀର, ଶ୍ରୀବତ୍ସ ପ୍ରଧାନ, ଇନ୍ଦ୍ରଜିତ ମହାକୁଡ଼, ସିଦ୍ଧାର୍ଥ ନାଏକ, ସୁକାନ୍ତି ସରାଫ, ସନ୍ତୋଷ ପ୍ରଧାନ ଓ ଲିଙ୍ଗରାଜ ନାଏକ, କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସିପିଆଇ(ଏମ୍) ପକ୍ଷରୁ ସଞ୍ଜୟ ସୁନାନୀ ଏବଂ କଳାହାଣ୍ଡି ଜିଲ୍ଲା ସମାଜବାଦୀ ପାର୍ଟି ସଭାପତି ଜଗଦିଶ ଯାଦବ ପ୍ରମୁଖ ଉପସ୍ଥିତ ରହିଥିଲେ।

ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଉପରୋକ୍ତ ପ୍ରସଙ୍ଗଗୁଡ଼ିକୁ ନେଇଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts