ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୃଷି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆରମ୍ଭ ହୋଇଯାଇଛି। ଏହି ମେଳାକୁ ଭବାନୀପାଟଣା କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ଦିପ୍ତ କୁମାର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ମେଳାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କୁ କୃଷି କାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଉତ୍ପାଦନ ବୃଦ୍ଧି ହେବା ସହିତ ସ୍ୱଳ୍ପ ଖର୍ଚ୍ଚ ହେବ ଏବଂ କୃଷି କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନକରାଯାଇପାରିବ।
ଫସଲ ବିବିଧତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହି ମେଳା ଜାନୁଆରୀ ୩ ରୁ ୭ ତାରିଖ, ୨୦୨୬ ପର୍ଯ୍ୟନ୍ତ ଚାଲିବ, ଯାହା ଚାଷୀମାନଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ସହ ପରିଚିତ କରାଇବା ପାଇଁ ଏକ ପ୍ରମୁଖ ମାଧ୍ୟମ ସାଜିବ। ମୁଖ୍ୟବକ୍ତା ଡଃ ସଂଦିପ୍ତ କୁମାର ନାଏକ କୃଷି କାର୍ଯ୍ୟ କିପରି କଲେ ଆମେ ଅଧିକ ଅମଳ କରିପାରିବା ଓ ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅଜୟ କୁମାର ମାରାଣ୍ଡି ନିର୍ବାହୀ ଯନ୍ତ୍ରୀ (କୃଷି) ମେଳାର ଉଦ୍ଦେଶ୍ୟ କୃଷି ଯନ୍ତ୍ରପାତିର ବ୍ୟବହାର ଏବଂ ତା ଉପରେ ମିଳୁଥିବା ସରକାରୀ ରିହାତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ଅମିତାଭ ପଣ୍ଡା ଚାଷରେ ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ସମ୍ପର୍କରେ ଚାଷୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଆଞ୍ଚଳିକ ଅନୁସନ୍ଧାନ ଓ ସମ୍ପ୍ରସାରଣ କେନ୍ଦ୍ରର ସହକାରୀ ଗବେଷଣା ନିର୍ଦ୍ଦେଶକ ଡଃ ଭବାନୀ ନାଏକ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାକର ନାଏକ, ଅତିରିକ୍ତ କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର, ଅତିରିକ୍ତ ଉଦ୍ୟାନ କୃଷି ଅଧିକାରୀ ମୋନାଲିସା ପ୍ରଧାନ ଏବଂ ଜୁନାଗଡ଼ର ସାଂସଦ ପ୍ରତିନିଧି ଭାବେ କୁନ୍ତଳା ରାଉତ ଦେବୀ ଯୋଗଦେଇ ଥିଲେ।ମେଳାରେ ମୋଟ ୬୦ଟି ଷ୍ଟଲ ଖୋଲାଯାଇଛି,ଯେଉଁଥିରେ କୃଷି ଯନ୍ତ୍ରପାତି ନିର୍ମାତା ଏବଂ ବିକ୍ରେତା। କୃଷି ଭିତ୍ତିକ ଷ୍ଟାର୍ଟଅପ୍ ଏବଂ ବେସରକାରୀ ସଂସ୍ଥା, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ ଭଳି ସରକାରୀ ଆନୁଷଙ୍ଗିକ ସଂସ୍ଥାମାନେ ସାମିଲ ହୋଇଛନ୍ତି। ପ୍ରଥମ ଦିନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇଥିଲେ। ମେଳାର ପ୍ରଥମ ଦିବସରେ ମୋଟ ୨.୮୨ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବୁକିଂ ହେଇଥିଲା ଯାହାର ରିହାତି ମୂଲ୍ୟ ୪୬.୩୪ ଲକ୍ଷ୍ୟ ଟଙ୍କା।
କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳାହାଣ୍ଡି ର ସମସ୍ତ ସହକାରୀ କୃଷି ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ବ୍ଲକ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ ଏବଂ କୃଷି ପର୍ଯ୍ୟବେକ୍ଷକ ସହଯୋଗ କରିଥିଲେ। ଅଜିତ କୁମାର ମହାପାତ୍ର ସଭାକୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

