ସତ୍ୟନାରାୟଣ ମୁଣ୍ଡଛିନା ପାଇବେ ଦେବଗିରି ଶିକ୍ଷା ସମ୍ମାନ ।

ନ୍ୟୁଜଗ୍ୟାଲେରି,ଭବାନିପାଟଣା: ସତ୍ୟନାରାୟଣ ମୁଣ୍ଡଛିନା ପାଇବେ ଦେବଗିରି ଶିକ୍ଷା ସମ୍ମାନ ।ଦେବଗିରୀ ସାଂସ୍କୃତିକ ଅନୁଷ୍ଠାନ ର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାର ସ୍ବାମୀ ମହୋତ୍ସବ ଅବସରରେ ଗୋସିଂହ ଦୈତ୍ୟ ଦରବାର ରେ ବିଶିଷ୍ଟ ଶିକ୍ଷାବିତ ତଥା ଗଭେଶକ ପାଇକ ଜାତି ର ଗର୍ବ ଓ ଗୌରବ ସତ୍ୟନାରାୟଣ ମୁଣ୍ଡଛିନା ଙ୍କୁ କଳାହାଣ୍ଡ ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଆସନ୍ତା ନଭେମ୍ବର ୨୨ ରୁ ୨୫ ତାରିଖ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମର୍ଯ୍ୟାଦା ଜନକ ଦେବଗିରି ଶିକ୍ଷା ସମ୍ମାନ ଗୋଷିଘ ଦତ୍ୟଙ୍କ ଦରବାର ରେ ସମ୍ମାନିତ ହେବେ। ଶ୍ରୀ ମୁଣ୍ଡଛିନା ଥୁଆମୁଲ ରାମପୁର ଅଞ୍ଚଳ ରେ ନିବାସ କରି ସେ ଅଞ୍ଚଳରେ ଶିକ୍ଷାବିତ କରିବା ସହିତ କଳାହାଣ୍ଡି ର ଗୋରମୟ ଓ ଗୌରବନ୍ନିତ ଏବଂ ଗବେଷକ ଭାବେ ପରିଚିତ ଏବଂ ପାଇକ ସମାଜ ପ୍ରତି ଗୌରବ ଆଣି ଥିବା ବ୍ୟକ୍ତିତ୍ଵ ଥୁଆମୂଲ୍ ରାମପୁର ବ୍ଲକ ରେ ଉଚ୍ଚ ଶିକ୍ଷା ଅନୁଷ୍ଠାନ ନଥିବା ସମୟ ରେ ନିଜସ୍ଵ ଉଦ୍ୟମ ରେ ଏବଂ ପରିବାର ର ଭୂମିଦାନ କରି ସେ ଯୁକ୍ତ ଦୁଇ କଲେଜ ଏବଂ ପରବର୍ତ୍ତୀ ସମୟରେ ଡିଗ୍ରୀ କଲେଜ ପ୍ରତଷ୍ଠା କରାଇଥିଲେ। ଏଥିସହ ସେ ଛାତ୍ର ଜୀବନରୁ ନେତୃତ୍ୱ ନେଇ ଭବାନୀପାଟଣା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ଉପ ସଭାପତି ଭାବରେ ଏବଂ କଳାହାଣ୍ଡି ଜିଲ୍ଲା ପାଇକ ସମାଜ ଉପଦେଷ୍ଟା ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରି ଅଞ୍ଚଳ ରେ ଯୁବକ ମାନଙ୍କୁ ଏକତ୍ରିତ କରିବା ପାଇଁ ବ୍ଲକରେ ତାଙ୍କ ଉଦ୍ୟମ ରେ ୮୦ ଟି ଯୁବକ ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହି ସବୁ ଉଲ୍ଳେଖନିୟ ଶିକ୍ଷାଦାନ ଓ ସମାଜ ପ୍ରତି ଥିବା ଅବଦାନ କୁ ସ୍ଵୀକୃତି ଦେବା ପାଇଁ ଦେବଗିର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମର୍ଯ୍ୟାଦା ଜଣକ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ସଞ୍ଜୟ ଧଙ୍ଗଡାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts