ଶ୍ୟାମା କାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପବିତ୍ର ଦୀପାବଳି ଅବସରରେ ଭବାନୀପାଟଣାର ଦକ୍ଷିଣ କାଳୀ ଠାକୁରାଣୀ ମନ୍ଦିରରେ “ଶ୍ୟାମା କାଳୀ ଜନ୍ମୋମହୋତ୍ସବ ଓ ଚଣ୍ଡୀ ମହାଯଜ୍ଞ” ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଦେବୀଙ୍କ ଖଡ୍ଗ କୁ ଗର୍ଭ ଗୃହରୁ ବାହାର କରି ସେବାୟତ ଶକ୍ତି ପ୍ରସାଦ ଯୋଶୀ କାନ୍ଧରେ ବୋହି କଳସ ଶୋଭାଯାତ୍ରାରେ ବାହାରି ପୁରୁଷୋତ୍ତମ ସାଗରକୁ ନେଇଥିଲେ। ।ସେଠାରେ ଯଜ୍ଞାଚାର୍ଯ୍ୟ ନାରାୟଣ ମିଶ୍ର ଓ ନିରଞ୍ଜନ ଦାଶଙ୍କ ଦ୍ଵାରା କଳସରେ ଭଗବତୀଙ୍କୁ ଆବାହନ କରି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ କଳସ ଶୋଭାଯାତ୍ରା ସହର ପରିକ୍ରମା କରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।କଳସ ଶୋଭାଯାତ୍ରାରେ ସାତଶହରୁ ଉର୍ଦ୍ଧ୍ବ ମହିଳା ସମେତ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମନ୍ଦିରର ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା। ରବିବାର ସକାଳ ୯ ଟାରେ ଚଣ୍ଡୀ ମହାଯଜ୍ଞ ଆରମ୍ଭ ହେବ ଓ ସୋମବାର ମଧ୍ୟାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ହେବ ବୋଲି ମନ୍ଦିର ପୂଜା କମିଟିର ସମ୍ପାଦକ ଅଶୋକ ମହାପାତ୍ର ପ୍ରକାଶ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଦୀପାବଳି ଅବସରରେ ପ୍ରତିବର୍ଷ ଦକ୍ଷିଣ କାଳୀ ଠାକୁରାଣୀ ମନ୍ଦିରରେ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ତିନିଦିନ ସ୍ୱତନ୍ତ୍ର ତନ୍ତ୍ର ପୂଜା ଓ ବିଶ୍ୱ ଶାନ୍ତି ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୁଏ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts