ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ୟୁଜିସି ଦ୍ଵାରା ୨୦୨୬ ମସିହାରେ କରାଯାଇଥିବା ଅଧିନିୟମର ପ୍ରତ୍ୟାହାର ଦାବି କରି ଆଜି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ସବର୍ଣ୍ଣ ବିରୋଧୀ ତଥା ଦେଶ ବିରୋଧୀ ନିୟମାବଳି ସମ୍ପୂର୍ଣ ଉଚ୍ଛେଦ ନିମନ୍ତେ ଭାରତର ରାଷ୍ଟ୍ରପତି ତଥା ସୁପ୍ରିମ କୋର୍ଟର ମୁଖ୍ୟ ନ୍ୟାୟାଧିଶ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ବ୍ରାହ୍ମଣ ସମାଜ କଳାହାଣ୍ଡିର ଜିଲ୍ଲା ଉପ ସଭାପତି ଗଜେନ୍ଦ୍ର ପାଢ଼ୀ, ବିନୋଦ ଶର୍ମା, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଓ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବ୍ରାହ୍ମଣ ସମାଜ କଳାହାଣ୍ଡିର ସଦସ୍ୟ ମାନେ ଏଥିରେ ଅଂଶ ଗ୍ରହଣ କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉଚ୍ଚ ଶିକ୍ଷା କ୍ୟାମ୍ପସ ରେ ସବର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ଅଣଦେଖା କରି ଏକ ପକ୍ଷପାତି ନିୟମ ୟୁଜିସି ରେଗୁଲସନ୍ ୨୦୨୬ ଦେଶ ବିରୋଧୀ ତଥା ସମ୍ବିଧାନ ବିରୋଧୀ ରେଗୁଲେସନ୍ ବୋଲି ବ୍ରାହ୍ମଣ ସମାଜ ପକ୍ଷରୁ ଆପତ୍ତି ପ୍ରଦର୍ଶନ କରାଯିବା ସହ ସମଗ୍ର ଦେଶରେ ଛାତ୍ର ମାନଙ୍କ ଉଜ୍ଜଳମୟ ଭବିଷ୍ୟତ ନିମନ୍ତେ ନିରପେକ୍ଷ ଆଇନ ପ୍ରଚଳନ ପାଇଁ ଦାବି କରାଯାଇଥିଲା। କେନ୍ଦ୍ର ସରକାର ଓ ସୁପ୍ରିମ କୋର୍ଟ ଏଥି ପ୍ରତି ସମ୍ବେଦନଶୀଳ ହୋଇ ଭାରତର ଭାବି ବଂଶଧର ଛାତ୍ର ଛାତ୍ରୀଙ୍କ ନିମନ୍ତେ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଏହି ସବର୍ଣ୍ଣ ବିରୋଧୀ ୟୁଜିସି ରେଗୁଲେସନ୍ ସମ୍ପୂର୍ଣ ପ୍ରତ୍ୟାହାର କରିବା ପାଇଁ ବ୍ରାହ୍ମଣ ସମାଜ କଳାହାଣ୍ଡି ଦାବି କରିଥିଲା । ନଚେତ୍ ଆଗାମୀ ଦିନରେ ଖାଲି କଳାହାଣ୍ଡି ଜିଲ୍ଲା ନୁହଁ ସମଗ୍ର ଦେଶରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବ୍ରାହ୍ମଣ ସମାଜ କଳାହାଣ୍ଡି ଚେତାବନୀ ଦେଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବ୍ରାହ୍ମଣ ସମାଜ ଭବାନୀପାଟଣା ନଗର କମିଟିର ସଭାପତି ସୁରେନ୍ଦ୍ର ନେଗୀ, ସମ୍ପାଦକ ଶେଷଦେବ ମିଶ୍ର, ବ୍ରାହ୍ମଣ ସମାଜ କଳାହାଣ୍ଡିର ବରିଷ୍ଠ ସଦସ୍ୟ ଆଦିତ୍ୟ ମିଶ୍ର, ବାଞ୍ଛାନିଧି ମିଶ୍ର, ଗିରିଜା ବାବୁ, ଚିନ୍ମୟ ବେହେରା, ସୂର୍ଯ୍ୟ ନାରାୟଣ ଯୋଷୀ, ସନ୍ତୋଷ ଦାସ, ଜନ୍ମେଜୟ ମହାପାତ୍ର, ସୁନିଲ ବେହେରା ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।
Latest entries
ଜିଲ୍ଲା ଖବରAugust 19, 2026କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି
ଜିଲ୍ଲା ଖବରAugust 12, 2026ରାସ୍ତା, ନାଲ ସସମସ୍ୟା ଥିବାରୁ ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ

