ଥୁଆପଦର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ ଥୁଆପଦର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଥୁଆପଦର ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛାତ୍ରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଯୋଗଦେଇ ଆଦର୍ଶ ବିଦ୍ୟାଳୟ ଦ୍ୱାରା ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଆହୁରି ମଜବୁତ୍ ହେବ ବୋଲି କହିଥିଲେ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରାଜ୍ୟ ସରକାରଙ୍କ ଶିକ୍ଷା ର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।ଏହି ବିଦ୍ୟାଳୟ ସ୍ଥାପନ ଦ୍ଵାରା ଶିଶୁ ମାନେ ଗୁଣାତ୍ମକ, ମୂଲ୍ୟବୋଧ ଭିତ୍ତିକ ଓ ଆଧୁନିକ ଶିକ୍ଷା ପାଇପାରିବେ।ବିଦ୍ୟାଳୟରେ ସବୁଜ ଓ ସ୍ବଚ୍ଛ ପରିବେଶ,ସ୍ମାର୍ଟ କ୍ଲାସରୁମ,କ୍ରୀଡ଼ା,ଡିଜିଟାଲ ଲାଇବ୍ରେରୀ, ବାଳକ ଓ ବାଳିକାଙ୍କ ପାଇଁ ସ୍ଵତନ୍ତ୍ର ଶୌଚାଳୟର ବ୍ୟବସ୍ଥା ରହିବ। କଳାହାଣ୍ଡି ଜିଲ୍ଲାରେ ଆଜି ଭବାନୀପାଟଣା, ଧର୍ମଗଡ଼, ଜୟପାଟଣା,ଜୁନାଗଡ, ଲାଞ୍ଜିଗଡ଼,ଏମ ରାମପୁର, ଥୁଆ ମୁଲ ରାମପୁର ର ୧୬ ଟି ଗ୍ରାମପଞ୍ଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। କେଉଁଝର ଜିଲ୍ଲା ଧରଣୀଧର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ତୃତୀୟ ପର୍ଯ୍ୟାୟ ରେ ସାରା ରାଜ୍ୟରେ ୬୩୦ ଟି ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସମ୍ମାନିତ ଅତିଥି ରୂପେ ସଦର ବିଧାୟକ ପ୍ରତିନିଧି  ଧନୁର୍ଦ୍ଧର ଗହୀର, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ନାୟକ, ସ୍ଥାନୀୟ ସରପଞ୍ଚ ଦିଗମ୍ବର ଲୋହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ପୂର୍ବତନ ଶିକ୍ଷାବିତ୍ ଶ୍ରୀ ଜଗଦୀଶ ଚନ୍ଦ୍ର ମୁଣ୍ଡ, ପଞ୍ଚାୟତ ସମିତି ସଭ୍ଯା ଗୀତାଞ୍ଜଳୀସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ , ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର ମଞ୍ଚାସୀନ ଥିଲେ। ସ୍ୱାଗତ ଭାଷଣ ବିଇଓ ଆଚାରୀ ଶବର ଦେଇଥିବାବେଳେ,ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ମଞ୍ଚ ପରିଚାଳନା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ କୁମାରୀ ପ୍ରଧାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ସୁଢଳଦେବ ମୁଣ୍ଡ । ଛାତ୍ରୀ ବିନୋଦିନୀ ଭୋଇ, ସ୍ଥାନୀୟ ଯୁବକ ସମାଜସେବୀ  ଅରବିନ୍ଦ ନାଏକ, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ SMC ସଭାପତି କୁଞ୍ଜ ବିହାରୀ ସାହୁ,ପୂର୍ବତନ ପ୍ରଧାନଶିକ୍ଷକ ଏମ୍ ନାଗେଶ୍ଵର ରାଓ ଦୋରା,ଆଲୁମିନି ତଥା ଶିକ୍ଷକ କ୍ଷୀର ସିନ୍ଧୁ ନାଏକ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts