ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ ସମ୍ମିଳନୀ କକ୍ଷ ଠାରେଜିଲ୍ଲାସ୍ତରୀୟମ୍ୟାଲେରିଆ,ଡେଙ୍ଗୁ,ଡାଇରିଆ ନିରାକରଣ ମାସ ପାଳନ ଓ ଅନ୍ତ ବିଭାଗୀୟ ଏକାଭିମୁଖୀ ବୈଠକ ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଡେଙ୍ଗୁ ,ମେଲେରିଆ ଜ୍ଵର ଲକ୍ଷଣ,ପ୍ରତିକାର ଏବମ ପ୍ରତିରୋଧ ବ୍ୟବସ୍ଥା ତଥା ବିଭିନ୍ନ ବିଭାଗର ଦାଇତ୍ଵ ସମ୍ୱନ୍ଧରେ ଆଲୋଚନା କରାଯାଇ ଥିଲା । ଡେଙ୍ଗୁ ଓ ମ୍ଯାଲେରିଆ ରୋଗର ନିୟନ୍ତ୍ରଣ କରିବା ପାଇଁ ମଶାରୀ ବ୍ୟବହାର, ପରିବେଶ ସଫାସୁତୁର ରଖିବା , ଜର ହେଲାମାତ୍ରେ ନିକଟରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର କୁ ଯିବା ଉପରେ ସଚେତନତା କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା।
ଜିଲାର ସମସ୍ତ ଆବାସିକ ବିଦ୍ୟାଳୟ ତଥା ଶିକ୍ଷା ଅନୁଷ୍ଠାନ ର ପରିସର ପରିଷ୍କାର ପରି ଛନ୍ନତା ଓ ଛାତ୍ରୀ ଛାତ୍ରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ମୁଖ୍ୟ ଓ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିଜ ବିଭାଗର ଦାଇତ୍ଵ ଠିକ ଭାବରେ ଅନୁପାଳନ କରିବା ପାଇଁ ସୁଚାଇଥିଲେ ।ମଶା ବାହିତ ରୋଗର ନିଅନ୍ତ୍ରଣ ପାଇଁ ସରକାରଙ୍କ ଦ୍ବାରା ସ୍ବତନ୍ତ୍ର ଡେଙ୍ଗୁ ନିରାକରଣ କାର୍ଯକ୍ରମ ଜିଲାରେ ଆସନ୍ତା ୦୧.୦୭.୨୦୨୫ ଠାରୁ ୩୦.୦୭.୨୦୨୫ ପର୍ଯନ୍ତ ଚାଲୁ ରହିବ। ଏହି କାର୍ଯ୍ୟ କ୍ରମକୁ ସହରାଞ୍ଚଳରେ ତଥା ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରାଯିବା ସହ ଏଥିରେ ଆଶା କର୍ମୀ ଓ ଅଙ୍ଗନୱାଡି ମାନେ ଘରକୁ ଘର ଯାଇ ସଚେତନତା ପତ୍ରିକା ବଣ୍ଟନ ସହ ଡେଙ୍ଗୁ ,ମେଲେରିଆ ଜ୍ଵର ସମ୍ପର୍କରେ ବ୍ୟାପକ ସଚେତନତା କରିବେ । ଏହି କାର୍ଯକ୍ରମର ସଫଳ ରୂପାୟନ ନିମନ୍ତେ ଏକ ଖସଡା ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ପ୍ରତ୍ୟେକ ବିଭାଗୀୟ କର୍ମଚାରୀଙ୍କୁ ଆଦେଶ ପ୍ରଦାନ କରିଥିଲେ। ସହରରେ ପ୍ରତେକ ୱାର୍ଡ ରେ ନାଳ ଗୁଡିକୁ ସଫ।ରଖିବା ଓ ଭବାନୀପାଟଣା ପୌରପାଳିକା ତଥା ଜୁନାଗଡ଼, ଧର୍ମଗଡ଼ ଓ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଆବର୍ଜନା ମୁକ୍ତ ରଖିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର ପୃଷ୍ଟି ଜିଲାକୁ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ମୁକ୍ତ କରିବାପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ଶିକ୍ଷାଅଧିକାରୀ ରାଧାକାନ୍ତ ଛତ୍ରି,ଏଡିପିଏଚଓ ଡାକ୍ତର ନିହାରେନ୍ଦ୍ର ପଣ୍ଡା,ଡିପିଏଚଓ ଡାକ୍ତର ରାକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା କାର୍ଯକ୍ରମ ପରିଚାଳକ ଦିଲ୍ଲୀପ ଦୁବେ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

