ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭବାନୀପାଟଣା ସହର ଯାଦବଙ୍କ ଦ୍ୱାରା ସ୍ଥାନୀୟ ଟାଉନ ଥାନା ଠାରେ ଯାଦବ(ଗୌଡ଼) ସମ୍ପ୍ରଦାୟ କୁ ଆକ୍ଷେପ ହୋଇ ଥିବା ମନ୍ତବ୍ୟ କୁ ନେଇ ଏକ ମାମଲା ରୁଜୁ କରାଯାଇଛି ।ଗତ ତା .୨୭.୦୬.୨୦୨୫ ଦିନ ନିତେଇ ପାଲ ଗ୍ରାମ-ଚିନାଜୁରୀ ,ଥାନା-ଡୁଙ୍ଗୁରିପାଲି ,ଜିଲ୍ଲା – ସୁବର୍ଣ୍ଣପୁରର ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି “ଯାଦବ ଦେଶଦ୍ରୋହୀ” ବୋଲି ତାଙ୍କ ଫେସବୁକ ଏକାଉଣ୍ଟ ରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ଯାହାକି ସମଗ୍ର ଯାଦବ ସମାଜ ପ୍ରତି ଗଭୀର ଆଘାତ ଦେଇ ସମ୍ଭିଧାନିକ ଅଧିକାର ଓ ସମ୍ମାନହାନୀ ହେଉଥିବା ଅଭିଯୋଗ କରି ଭବାନୀପାଟଣା ଟାଉନ ଥାନା ଠାରେ ଭାରତୀୟ ନ୍ୟାୟ ସଂହିତା,୨୦୨୩ ଧାରା ୧୯୨,୨୯୯,୩୫୬ ଏବଂ ୩୫୩ ସହ ଆଇଟି ଆକ୍ଟ ୨୦୦୦ କୁ ଆଧାର କରି ଭିତ୍ତିହୀନ ଲେଖା ପୋଷ୍ଟ କରିଥିବାରୁ ଶ୍ରୀ ପାଲଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଦାବିପତ୍ରକୁ ପୀତବାସ ବେହେରା,ରାଜେଶ ଗୌଡ଼,ନଳିନୀ ରଞ୍ଜନ ରାଉତ, ସତ୍ୟ ନାରାୟଣ ବିଶି,ମନୋଜ କୁମାର ବାଗ,ଲଷ୍ମୀ ରଞ୍ଜନ ବାଗ. ଅଶ୍ୱିନୀ ଚନ୍ଦନ, ସିଦ୍ଧାର୍ଥ ନାୟକ, ରାଧେ ରାଉତ,ଧର୍ମାନନ୍ଦ ବଗର୍ତି, ଅରୁଣ ବାଗ, କ୍ରିତିକାନ୍ତ କାଣ୍ଡ, ଓ ଦୀପନ୍ତ ବଗର୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଦୋଷୀ ବିରୁଦ୍ଧରେ ପ୍ରଶାସନ କୁ ପଦକ୍ଷେପ ଗ୍ରହଣ କରିବାକୁ ଦବୀହେଉଛି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

