ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କ୍ୟାରମ ଆସୋସିଏସନ ତରଫରୁ ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ କଳାହାଣ୍ଡି କ୍ୟାରମ କପ୍ ୨୦୨୬ ଆୟୋଜନ କରାଜିବବୋଲି ସାମ୍ୱାଦିକ ସମ୍ମିଳନୀ କରାଯାଇଛି।
ଏହି ପ୍ରତିଯୋଗିତା ୧୩, ୧୪ ଓ ୧୫ ନଭେମ୍ବର ୨୦୨୬ ରେ ଭବାନୀପାଟଣା ସ୍ଥିତ ଗୋଲାପ ଭବନ ଠାରେ ଅନୁଷ୍ଠିତ ହେବ।
ଏହି ଟୁର୍ଣ୍ଣାମେଣ୍ଟରେ ଡାଇରେକ୍ଟ ଗେମ୍ (ଡବଲ୍ସ)ଖେଳାଯିବ ଏବଂ ଏହା ସମସ୍ତଙ୍କ ପାଇଁ ଖୋଲା ରହିବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ନିମନ୍ତ୍ରଣ ପତ୍ର ଆମ ଇଷ୍ଟ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ଅର୍ପଣ କରି ଶୁଭାରମ୍ଭ କରାଯାଇଛି। ପଞ୍ଜିକରଣ ଶୁଳ୍କ ୫୦୦ ଟଙ୍କା ଏବଂ ଶେଷ ତାରିଖ ୮ ନଭେମ୍ବର ୨୦୨୬। ବିଜେତାଙ୍କୁ ଆକର୍ଷଣୀୟ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯିବ। କଳାହାଣ୍ଡିର କ୍ରୀଡ଼ା ପ୍ରତିଭାକୁ ରାଜ୍ୟ ସ୍ତରରେ ପହଞ୍ଚାଇବା ପାଇଁ ଏହା ଏକ ପ୍ରୟାସ। ସମସ୍ତ କ୍ୟାରମ ପ୍ରେମୀଙ୍କୁ ଏଥିରେ ସହଯୋଗ କରିବାକୁ ଅନୁରୋଧକରାଯାଇଛି ।ସାମ୍ବାଦିକ ସମ୍ବିଳନୀରେ ଶଶାଙ୍କ ପାତ୍ର, ସୁଶାନ୍ତ ପ୍ରାଧନୀ, ତାରାକାନ୍ତ ନାଗ, ଶିବାନନ୍ଦ ଦାଶ, ସନ୍ତୋଷ ବେହେରା, ନାଗାରଞ୍ଜନ ଗୌର୍ଡ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ସ୍ୱାଗତ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 31, 2026କଳାହାଣ୍ଡି ମାଟିରେ ପ୍ରଥମ ଥର ରାଜ୍ୟ ସ୍ତରୀୟ କ୍ୟାରମ ମହାକୁମ୍ଭ
ଜିଲ୍ଲା ଖବରOctober 30, 2026ମା ମାଣିକେଶ୍ୱରୀ ନିର୍ମାଣ ସମିକ ସଂଘର ସଦସ୍ୟ ଆର୍କିଟେକ ବିଷ୍ଣୁ ସୁନା ଙ୍କ ଶ୍ରଦ୍ଧାଞ୍ଜଳି ସଭା
ଜିଲ୍ଲା ଖବରOctober 26, 2026ଅଧିକାରୀଙ୍କୁ ସାଧୁତାର ଶପଥ ପାଠ କରାଇଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ

