ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେନ୍ଟ ଉଦଜାପିତ ହୋଇଯାଉଛି। ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ୍ ଲିଗ ଟୁର୍ଣ୍ଣାମେନ୍ଟ ଉଦଜାପିତ ହୋଇଯାଇଛି। ଏହି ଉଦଜାପନି ଦିବସରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଯୋଗଦାନ କରି ଆଜିର ଫୁଟବଲ ମ୍ୟାଚ୍ ରେ ଚାମ୍ପିଅନ ହୋଇଥିବା ଏବଂ ରନର୍ସ ଅପ ଦଳ ଓ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍ ରେ ୟୁଥ୍ ଫୁଟବଲ୍ ଦଳ ଓ ଶାନ୍ତି ଫୁଟବଲ ଦଳଙ୍କ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ ହୋଇଥିଲା। ଏଥିରେ ୟୁଥ ଫୁଟବଲ୍ ଦଳ ଚାମ୍ପିଅନ ଏବଂ ଶାନ୍ତି ଫୁଟବଲ ଦଳ ରନର୍ସ ଅପ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ କ୍ରୀଡ଼ା ସଂସ୍ଥାର ସାଧାରଣ ସଂପାଦକ ତଥା ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ଉପ ସଭାପତି ଯୋଗମୋହନ ପଟ୍ଟନାୟକ ସଭାପତିତ୍ବ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀଙ୍କୁ ଉପଢୋକଣ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଖେଳ ପରିଚାଳନା କରିଥିବା ରେଫରି ନବୀନ କୁମାର ନାୟକଙ୍କୁ ଉପଢୋକନ୍ ଦେଇ ସମ୍ବର୍ଦ୍ଧନା କରାଯାଇଥିଲେ ।ସଂସ୍ଥାର ଫୁଟବଲ ସମ୍ପାଦକ ମହମ୍ମଦ ଆଦୁଲ କଦର ଙ୍କ ତତ୍ଵାବଧାନରେ ଓ ନବୀନ କୁମାର ନାୟକଙ୍କ ନେତୃତ୍ବରେ ଫାଇନାଲ ଖେଳ କୁ ବିଶେଶ୍ୱର ପ୍ରଧାନ, ରାଜକୁମାର ହେରେନା, ଭବେନ୍ଦ୍ର ଗୋପାଳ ଓ ଭାଗ୍ୟବାନ ଦଳପତି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଯୁଗ୍ମ ସମ୍ପାଦକ କାଲି ପ୍ରସାଦ ପଟ୍ଟନାୟକ, ଚକ୍ରଧର ସେଠୀ, କୌଶାଧକ୍ଷ ସର୍ଦ୍ଦାର ନିର୍ମଳ ସିଂହ, ଖେଳ ସମ୍ପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ପଣ୍ଡା, ଶମ୍ବୁ ପ୍ରସାଦ ରାଉତ, ସନ୍ତ ସିଂହ, ରବି ପ୍ରସାଦ କାନୁନଗୋ, ସୁବାଷ ଚନ୍ଦ୍ର ପଣ୍ଡା, ଭିକାରୀ ଚରଣ ମିଶ୍ର, ବିପିନ ଚନ୍ଦ୍ର ମିଶ୍ର, ଅଜୟ ପଟ୍ଟନାୟକ ଏବଂ ସଂସ୍ଥାର ସଦସ୍ୟ ମାନେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

