ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡିଆ ଭାଷା ସାହିତ୍ୟ ର ସ୍ଵଭାବ ସିଦ୍ଧ ଶବ୍ଦ ପୁରୁଷ ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର। ସେ ହେଲେ ଯତାର୍ଥ ଓଡ଼ିଆ ସାହିତ୍ୟ ଆକାଶର ପୂର୍ଣ୍ଣ ଚାନ୍ଦ।
କଳାହାଣ୍ଡି ଲେଖକ କଳା ପରିଷଦ ଭବାନୀପାଟଣା ଏବଂ ନୂଆପଡ଼ା ଜିଲ୍ଲା ତୁକଲା ସ୍ଥିତ ଉପେନ୍ଦ୍ର ପ୍ରଭାକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟ ପରିସରରେ ଗଙ୍ଗାଧର ମେହେର ଜୟନ୍ତୀ ଅଧ୍ୟକ୍ଷ ବିଘ୍ନରାଜ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ନିଲାଲୋହିତ ସିଂଦେଓ ମୁଖ୍ୟ ଅତିଥି ଡ଼. ହରେକୃଷ୍ଣ ମେହେର ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂସ୍କୃତ ବିଭାଗ ମୁଖ୍ୟ ବକ୍ତା ଉମେଶ ଚନ୍ଦ୍ର ପଣ୍ଡା, ସଭାପତି ଓ ଭବନାଥ ରାୟଗୁରୁ ସମ୍ପାଦକ କଳା ପରିଷଦ ମଞ୍ଚାସିନ ହୋଇଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ପରିଷଦ ଦ୍ଵାରା ପରିଚାଳିତ ସଙ୍ଗୀତ ମହାବିଦ୍ୟାଳୟ ଶିଳ୍ପୀ ମାନେ ମେହେର ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଶରତ ଚନ୍ଦ୍ର ଚଲାନ ମଞ୍ଚ ପରିଚାଳନା କରିଥିବା ବେଳେ ପରିଷଦ ର କୋଷାଧ୍ୟକ୍ଷ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଡ଼. ଦାଶରଥି ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ସାହୁ , ସୁରେନ୍ଦ୍ର ପ୍ରସାଦ ନେଗୀ, ସୁଧୀର ଚନ୍ଦ୍ର ମିଶ୍ର, ତିଳକ ରାମ ନିଆଲ ,ଏବଂ ସନ୍ତୋଷ କୁମାର ରଥ ସହଯୋଗ କରିଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ