ନ୍ୟୁଜଗ୍ୟାଲେରି, ଭବାନିପାଟଣା:ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଠାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କର ଆତ୍ମାର ସଦଗତି କାମନା କରି ୨ମି ପାଇଁ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କ ସ୍ମୃତି ଚାରଣ କରାଯାଇଛି ।ରାଜନୀତିରେ ନିଜର କ୍ୟାରିୟର ଆରମ୍ଭ କରି ନୂତନ ନିର୍ବାଚନ ମଣ୍ଡଳୀ ଗଠନ ପରେ ସେ ୨୦୦୯ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲାଞ୍ଜିଗଡ଼ର ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁରର ଆଦିବାସୀ ବହୁଳ ଓ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ ଯୋଗଦେଇ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ବିଜୁ ଜନତା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ, ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁର, ମହିଳା ଜୋନ ସଭାନେତ୍ରୀ ଲଳିତା ନାଏକ, ରାଜ୍ୟ ସମ୍ପାଦକ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ଖାନ୍, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ପ୍ରଶାନ୍ତ ନାଏକ, ଜଜାତୀ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, ପୂର୍ବତନ ନଗରପାଳ ସଞ୍ଜୁକ୍ତା ବେହେରା, ଅବଦୁଲ କାଦୀର, ସମୀତା ନାୟକ, କ୍ଷିରସିନ୍ଧୁ ନାଏକ, ନୀହାର ମିଶ୍ର, ସେନାପତି ନାଏକ, ଶିବା ସାହୁ, ନିଳାମ୍ବର ସାହୁ, ରଞ୍ଜୁକ୍ତା ପ୍ରଧାନ, ପରମାନନ୍ଦ ମାଝୀ, ଗଣେଶ ବାଗ, ପ୍ରତିଭା ଚୋହାନ, ମାନସ ସିନ୍ଦୂର, ଭୋଲା ନାଥ ନାଗ, ରବିଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇଥିଲେ।
Latest entries
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ
ଜିଲ୍ଲା ଖବରOctober 3, 2026ଭବାନିପାଟଣା ବିଧାୟକ ସାଗର ଚରଣ ଦାସଙ୍କ ସହ କଥିତ ଦୁର୍ବ୍ୟବହାର ପ୍ରତିବାଦ
ଜିଲ୍ଲା ଖବରSeptember 30, 2026ଦୁର୍ଗାପୂଜା ଓ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା -୨୦୨୬ର ପ୍ରସ୍ତୁତି ବୈଠକ।
ଜିଲ୍ଲା ଖବରSeptember 30, 2026ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍

