ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଭବାନୀପାଟଣା ସ୍ଥିତ ମେଦିନୀପୁର ଠାରେ ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଙ୍କ ନେତୃତ୍ଯରେ ଅନୁଷ୍ଠିତ ହୋଇଯାଇଛି ।ଏହି ସଭାରେ ଡବଲ୍ ଇଞ୍ଜିନ୍ ସରକାର ଙ୍କ ଜନ ବିରୋଧୀ କାର୍ଯ୍ୟ ଓ ଚାଷୀ ମାରଣ ନୀତି ସହିତ ମହିଳା ଓ ଶିଶୁ ଅତ୍ୟାଚାର ସହ ଦଳିତ, ଆଦିବାସୀ ଙ୍କ ପ୍ରତି ରାଜ୍ୟରେ ଦିନକୁ ଦିନ ବଢି ଚାଲିଥିବା ଅମାନବୀୟ ଅତ୍ୟାଚାର କୁ ତୀବ୍ର ବିରୋଧ କରିବା ସହିତ ୫ ଗୋଟି ରାଜନୀତି ଚିଠା ପ୍ରସ୍ତାବ ଆଗତ କରାଯାଇଛି ।
ଉକ୍ତ ସଭାକୁ ଜିଲ୍ଲା ସଭାପତି ଶ୍ରୀ ଦିଶାରୀ ସମ୍ବୋଧିତ କରି ଡବଳ ଇଞ୍ଜିନ୍ ସରକାର କୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ଏବେ ସଂଗଠନ କୁ ତୃଣମୂଳ ସ୍ତରରୁ ମଜଭୁତ କରିବା ପାଇଁ ଆହ୍ଵାନ ଦେଇଥିଲେ । ଉକ୍ତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ରସିଂଦେଓ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର,ପୁର୍ବତନ ଧର୍ମଗଡ ବିଧାୟକ ମହୋଶଧି ବାଗ, ଗୋବର୍ଦ୍ଧନ ଦାସ, ଦୁଷ୍ମନ୍ତ ନାୟକ ମଞ୍ଚାସିନ ହୋଇଥିଲେ। ବିଜେଡି ବରିଷ୍ଠ ନେତା ଭବାନୀଶଙ୍କର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାପତି ଧର୍ମେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପସଭାପତି ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ନାରାୟଣ ସିଂହଦେଓ,ଟିକେଲାଲ ସାହୁ, ବଦ୍ରି ନାରାୟଣ ପଟ୍ଟନାୟକ, ଥବୀର ସାହୁ, ନର୍ଲା ବ୍ଳକ ଅଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ନୀଳମଣି ସାହୁ, ଲଳିତା ନାୟକ, ବିଶ୍ନୁ ପ୍ରଧାନ, ନୃପରାଜ ଯାଦବ, ଜିତେନ୍ଦ୍ର ମହାନ୍ତି, ନଗର ସଭାପତି ଧବଲେଶ୍ୱର ମହାପାତ୍ର, ସାମନ୍ତ ଖମାରି, ପରମାନନ୍ଦ ମାଝୀ, ଆଦିତ୍ୟ ନନ୍ଦ, ତ୍ରିଲୋଚନ ପାଣିଗ୍ରାହୀ , ମନୀନ୍ଦ୍ର ମହାନ୍ତି, ମଣ୍ଟୁ ନାୟକ,ଅଭିନାସ ଠାକୁର, ସଂଯୁକ୍ତା ବେହେରା, ସବିତା ପ୍ରଧାନ, ପୁଷ୍ପଲତା ନାୟକ, ହରିସଙ୍କର୍ ମାଝୀ, ସୁଧୀରା ମେହେର, ସଚ୍ଚିଦାନନ୍ଦ ମହାକୁଡ଼, ରୁତୁରାଜ ମାଝୀ, ଜଜାତି ନାୟକ, ଗୋବିନ୍ଦ ପ୍ରଧାନି, ମାଣିକ୍ୟ ନାୟକ, କପିଳାସ ନାୟକ ,ପ୍ରେମ ରଞ୍ଜନ ପାଣିଗ୍ରାହୀ, ସୁଶାନ୍ତ ବେହେରା, ଜଗଦୀଶ ବେନିଆ, ପରୀକ୍ଷିତ ନାୟକ ପ୍ରମୁଖ ଉପସ୍ଥିତ ରହି ଥିଲେ। ଉକ୍ତ ବୈଠକରେ ବିଜୁଜନତା ଦଳ ଚାଷୀ ମାନଙ୍କ ର ସମସ୍ୟା କୁ ନେଇ ଆଗାମୀ ଫେବ୍ରୁଆରି ୩ ତାରିଖ ରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଳି ନିଷ୍ପତ୍ତି ନିଆଯାଇଛି।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

