ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ୭୯ ତମ ସ୍ଵାଧୀନତା ଦିବସ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ସହରରେ ରାମ ଧୁନ୍, ପ୍ରଭାତ ଫେରି, ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ନିତ୍ୟାନନ୍ଦ ଗଣ୍ଡ ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଜନଜାତି, ସଂଖ୍ୟା ଲଘୁ, ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ କରଣ ଓଡିଶା ସରକାର ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ପରିଦର୍ଶନ ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ।
ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ଯରେ ଭାରତର ଯେଉଁ ସ୍ଵାଧୀନତା ସଂଗ୍ରାମୀ,ମହାପୁରୁଷଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ବଳିଦାନ ରେ ଭାରତ ର ସ୍ୱାଧୀନତା ପ୍ରାପ୍ତି ହୋଇଥିଲା ତାଙ୍କର ସ୍ମୃତି ଚାରଣ କରି ଜାତି ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକ ଜୁଟ ହୋଇ ଦେଶ ର ଏକତା ଅଖଣ୍ଡତା କୁ ବଜାଇ ରଖିବା ସହିତ ଜିଲ୍ଲା ତଥା ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପଥରେ ସମସ୍ତଙ୍କ ର ସହଯୋଗ ର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ସ୍ଵାଧୀନତା ସଙ୍ଗ୍ରାମ ରେ କଳାହାଣ୍ଡି ଜିଲ୍ଲାର ମଧ୍ୟ ଭୂମିକା ରହିଛି ଏ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝି ବ୍ରିଟିଶ୍ ସରକାର ବିରୋଧରେ ଲଢ଼େଇ କରି ନିଜର ଦେଶ ମାତୃତା, ମାଟି ପାଇଁ ସହିଦ୍ ହୋଇଥିଲେ । କଳାହାଣ୍ଡି ର କଳା ସଂସ୍କୃତି, ପରମ୍ପରା ମହାନ୍ ଓ ଉଚ କୋଟିର ଏହି ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ,କୃଷି,ଗମନାଗମନ, ପର୍ଯ୍ୟଟନ, ଜଳସେଚନ ଇତ୍ୟାଦି ର ଉନ୍ନତି ଓ ବିକାଶ ନିମନ୍ତେ ସରକାରଙ୍କ ପ୍ରଚେଷ୍ଟା ଜାରିରହିଛି ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସାଂସଦ କଳାହାଣ୍ଡି ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗ ରାଜ ଦେବରକୋଣ୍ଡା, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି ପ୍ରମୂଖ ଯୋଗଦେଇ ଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

