ଦୁର୍ଗାପୂଜା ଓ ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତ୍ରଯାତ୍ରା -୨୦୨୬ର ପ୍ରସ୍ତୁତି ବୈଠକ।

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାପରିଷଦ ସମ୍ମିଳନୀ ଗୃହ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯.୧୦.୨୦୨୬ରିଖରେ ଅନୁଷ୍ଠିତ ହେବାକୁ ଥିବା ମାଆ ମାଣିକେଶ୍ଵରୀ ପବିତ୍ର ଛତ୍ରଯାତ୍ରା ସମ୍ଭଧୀୟ ଏବଂ ଦଶହରା ପର୍ବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,ଡି ଏଫ୍ ଓ ଉତ୍ତର ପ୍ରଭାକର ବର୍ମା,ଡି ଏଫ୍ ଓ ଦକ୍ଷିଣ ଆର୍ କଲାଇଭାନନ୍,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ,ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷ୍ୟା ଅଗ୍ରୱାଲ,ମାନ୍ୟବର ବିଧାୟକ ଭବାନୀପାଟଣା ଙ୍କ ପ୍ରତିନିଧି ଧନୁ ଗହୀର କଳାହାଣ୍ଡି ରାଜାପ୍ରସାଦ ତରଫରୁ ଅଶୋକ ନେଗି , ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ବେଛାସେବୀ ଅନୁଷ୍ଠାନ,ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା , ସହରର ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ।ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୧୯ ତାରିଖ ମା ମାଣିକେଶ୍ଵରୀ ଙ୍କ ପବିତ୍ର ଛତ୍ରଯାତ୍ରା ଜେନାଖାଲ ପୂଜାର୍ଚ୍ଚନା ସାରି ସକାଳ ୫ .୦୦ ଘଣ୍ଟା ସମୟରେ ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ଯାତ୍ରା କରି ଦିବା ୧୧.୦୦ ଘ ରୁ ୧୧.୩୦ ମି଼ ମଧ୍ୟରେ ମନ୍ଦିର ମଧ୍ୟରେ ପ୍ରବେଶ କରିବେ ।ଜିଲ୍ଲା ପ୍ରଶାସନ ତରଫ ରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଏଜେଣ୍ଡା ଅନୁଯାୟୀ ପ୍ରସ୍ତାବ ପାଠ କଲେ ଏବଂ ଗୃହ ରେ ସମସ୍ତଙ୍କ ସହମତିରେ ପ୍ରସ୍ତାବ ଗ୍ରହଣ କରାଗଲା ।ମାଙ୍କ ଛତର ଯାତ୍ରା କୁ ଶାନ୍ତି ଶୃଙ୍ଖଲାସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।
ମାଆ ଙ୍କ ଛତର ଯାତ୍ରା ରେ ରାଜାବାଟି ଦ୍ଵାରା ପୁରସ୍କୃତ ଘୁମୁରା ଦଳ ବ୍ୟତୀତ ପୋଲିସ ବିଭାଗ ଦ୍ଵାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ। ଛତ୍ର ଯାତ୍ରା ପାଇଁ ରାସ୍ତା ମରାମତି,ନାଳ ନର୍ଦ୍ଦମା ସଫା, ପାନୀୟ ଜଳ,ନିରବିଛିନ୍ନ ବିଦ୍ୟୁତ ସରବରାହ,ରାସ୍ତାରେ ବୁଲାଗାଇଗୋରୁ ନିୟନ୍ତ୍ରଣ, ମଦ ଓ ନିଶା ଦ୍ରବ୍ୟ ର ବିକ୍ରି ନିଷେଧ,ଶାନ୍ତି ଶୃଙ୍ଖଳା, ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ,ମୂର୍ତ୍ତି ବିସର୍ଜନ,ଆମ୍ବୁଲାନ୍ସ,ମାଜିଷ୍ଟ୍ରେଟ ମୃତୟନ,ପାନୀୟ ଜଳ ଯୋଗାଣ,ପୂଜା କମିଟି ପ୍ରସ୍ତୁତିମୂଳକ ବୈଠକ,ସୂଚନା କେନ୍ଦ୍ର ସ୍ଥାପନ ଓ ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟଅନୁଷ୍ଠାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ,ଜାତୀୟ ରାଜପଥ,ପୌର ପରିଷଦ,ବିଦ୍ୟୁତ ବିଭାଗ, ପୋଲିସ, ଅବକାରୀ,ସ୍ବାସ୍ଥ୍ୟ ବିଭାଗ, ସ୍ବାସ୍ଥ୍ୟ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଗଲା।
ଦୁର୍ଗାପୂଜା କମିଟିର ପୂଜା ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ ଧର୍ମଗଡ ତଥା ଆଇନ ଶୃଙ୍ଖଳା ଓ ଛତ୍ର ଯାତ୍ରାକୁ ସୁରକ୍ଷିତ, ଜନସମାଗମ କୁ ନିୟନ୍ତ୍ରଣ,ବାଇପାସ୍ ରାସ୍ତା, ସିସି ଟିଭି, ସାଂସ୍କୃତିକ ଦଳ ଦ୍ୱାରା ତୀକ୍ଷଣ ଅସ୍ତ୍ରଶସ୍ତ୍ର ଧାରଣ, ସାଂସ୍କୃତିକ ଦଳ ର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ,କଳାହାଣ୍ଡି ଙ୍କ ଦ୍ଵାରା ବୈଠକ ଆୟୋଜନ କରିବେ ।ଶେଷରେ ଡେପୁଟୀ କଲେକ୍ଟର ଯୁଡ଼ିସିଆଲ ବିରୂପାକ୍ଷ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts