ଜିଲ୍ଲା ଖବର ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ By Hemant Kumar Ray February 24, 2026February 24, 2026 0 minutes, 0 seconds Read 113 ନ୍ୟୁଜ ଗ୍ୟାଲେରି, ଜୁନାଗଡ଼: ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ କଳାହାଣ୍ଡି ଜିଲ୍ଲା ରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଖବର ନୁଆଁ ନୁହେଁ। ନକଲି ବିଦେଶୀ ମଦ ତିଆରି ଖବରପାଇଜିଲ୍ଲା ଅବକାରୀ ନିରୀକ୍ଷକ ଙ୍କ ନିର୍ଦ୍ଦେଶ ରେ ଅବକାରୀ ବିଭାଗ ର ଏକ ସ୍କୁଆଡ଼ ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଜୁନାଗଡ଼ ସହରର ମେଡ଼ିକାଲ ଛକ ନିକଟସ୍ଥ ସନ୍ତୋଷ ପଟ୍ଟନାୟକଙ୍କ ଘରୁ ୩୩ ଲିଟର ନକଲି ବିଦେଶୀ ମଦ ଜବତ ସହ ନକଲି ବିଦେଶୀ ମଦ ଠିପି ୯୮୮ଟି, ଖାଲି ବୋତଲ ୭୩, ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ୯୨୪ ଟି ଜବତ କରାଯାଇଥିଲା। ଏହାକୁ ନେଇ ଜୁନାଗଡ଼ ଅବକାରୀ ଥାନାରେ ଏକ ମାମଲା ନଂ(୨୭୨/୨୫/୨୬) ରୁଜୁ ହୋଇଥିବାବେଳେ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ସନ୍ତୋଷ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି ।ୟତତ୍ତ ବେଟିତ ହଣ୍ଡାଖାଲ ପଡାରୁ ରିଙ୍କୁ ମଙ୍ଗରାଜ (୨୮)ଙ୍କୁ ମଧ୍ୟ ଗିରଫ କରି ଉଭୟଙ୍କୁ କୋଟ ଚାଳନା କରାଯାଇଛି । ଅଭିଯୁକ୍ତ ରିଙ୍କୁଙ୍କ ଭଡାଘରୁ ନକଲି ବିଦେଶୀ ମଦ ଠିପି ୧୩୩୩, ଖାଲି ବୋତଲ ୧୯, ଇଏଲ (ସରକାରୀ ଲୋଗୋ ଥିବା ଷ୍ଟିକର ହଜାରେଟି ଜବତ କରାଯାଇଥିଲା। ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ରଞ୍ଜନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ ଓ ଜୁନାଗଡ଼ ଅବକାରୀ ସହକାରୀ ଇନ୍ସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ ପ୍ରମୁଖଙ୍କ ସମେତ ଜୁନାଗଡ଼ ଅବକାରୀ କର୍ମଚାରୀ ଏବଂ ଧର୍ମଗଡ଼ ଅବକାରୀ ବିଭାଗ ର କର୍ମଚାରୀ ଉପସ୍ଥିତ ରହିଥିଲେ । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ UncategorisedJune 20, 2026ଭବାନୀପାଟଣାରେ ଶୀତଳ ଷଷ୍ଠୀ ଆଡ଼ମ୍ବର ସହକାରେ ପାଳିତ
ଜିଲ୍ଲା ଖବର ଭିବି- ଜିରାମ-ଜୀ ଆଇନ ର ବିଜେପି ଜିଲ୍ଲା ସ୍ତରୀୟ କର୍ମଶାଳା By Hemant Kumar Ray January 22, 2026January 22, 2026