ନ୍ୟୁଜଗ୍ୟାଲେରି, କଳାହାଣ୍ଡି:କର୍ଲାପାଟ ପୋଲିସ ଓ ବନ ବିଭାଗର ଚଢ଼ାଉ ମୂଲ୍ୟବାନ ଶାଳ କାଠ ଗଣ୍ଡୀ ଜବତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପୋଲିସ ଏବଂ ବନ ବିଭାଗର ସାଇସୁରନୀ ବନାଞ୍ଚଳ ଅଧିନସ୍ଥ ତଲିଆମ ପଦରରେ ମିଳିତ ଚଢାଉ ଫଳରେ ମୂଲ୍ୟବାନ ଶାଳ କାଠ ଗଣ୍ଡି ଏବଂ ପଟା ଜବତ ପୂର୍ବରୁ ଦୁଇଟି କଲରାପତରିଆ ବାଘ ମାରିବା ଅଭିଯୋଗରେ ଅଭିଯୁକ୍ତକୁ ଧରିବା ପାଇଁ ସାଇସୁରନୀ ବନାଞ୍ଚଳ ଅଧୁନସ୍ଥ ତଲିଆମପଦର ଗ୍ରାମରେ କର୍ଲାପାଟ ପୁଲିସ ଏବଂ ସାଇସୁରନୀ ବନାଞ୍ଚ ଳ ଅଧିକାରୀ ଓ ଦଳବଳ ଯାଇ ଚଢାଉ କରିବା ବେଳେ ଲାଇ ମାଝୀଙ୍କ ଘରେ ମୂଲ୍ୟବାନ ଶାଳ କାଠ ପଟା ଏବଂ ଗଣ୍ଡି ଦେଖିଥିଲେ । ୪୭ ଖଣ୍ଡ ପଟା ଓ କାଠ ଗଣ୍ଡି କୁ ଜବତ କରିଥିଲେ । ଏନେଇ ସାଇସୁରନୀ ବନ ବନାଞ୍ଚଳ ଅଧିକାରୀଙ୍କ ପକ୍ଷରୁ କେସନଂ ୫୭/୨୬ ରେ ଏକ ମାମଲା ରୁଜୁ କରାଯାଇଛି ।
Latest entries
ଜିଲ୍ଲା ଖବରNovember 21, 2026ପିଏମ୍ଏୱାଇ ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍ଏସି କର୍ମଚାରୀ
ଜିଲ୍ଲା ଖବରNovember 21, 2026ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: କାର୍ଯ୍ୟାନୁଷ୍ଠାନ କେବେ?
ଜିଲ୍ଲା ଖବରNovember 21, 2026ଜାତୀୟ ରାଜପଥ-୨୬ ନଂ ରେ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା
ଜିଲ୍ଲା ଖବରNovember 21, 2026କର୍ଲାପାଟ ପୋଲିସ ଓ ବନ ବିଭାଗର ଚଢ଼ାଉ ମୂଲ୍ୟବାନ ଶାଳ କାଠ ଗଣ୍ଡୀ ଜବତ

