ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଉତ୍ସବ ଘୁମୁରା ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଚାଷୀ ସମସ୍ୟ ମିଲର ମାନଙ୍କର କଟଣୀ ଛଟଣି କୁନେଇ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଭାଗୀରଥି ଇନ୍ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମଣ୍ଡି ପରିଦର୍ଶନ କରି ଚାଷୀ ସମସ୍ୟାର ସମାଧାନ କରନ୍ତୁ ବୋଲି ଯୁବ-ଛାତ୍ର ବିଜେଡି ଦାବି କରିଛିବା ସହିତ ଉପ […]

ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳା, ସଂସ୍କୃତି ଓ ଇତିହାସ ନୁହେଁ, ବରଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ବିଭିନ୍ନ ଐତିହାସିକ, ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପୀଠସ୍ଥଳୀରୁ ପବିତ୍ର ମଶାଲ ପହଞ୍ଚିବା ପରେ ମା ମାଣିକେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା ସହିତ ମୁଖ୍ୟ ମଶାଲ ବାହାରି ସେଠାରୁ ଅନ୍ୟ ମଶାଲ ସହିତ ମିଶି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମୁଖ୍ୟ ମଞ୍ଚ ସହିଦ ରେଣ୍ଡୋ ମାଝୀ ମଞ୍ଚ ପର୍ଯ୍ୟନ୍ତ ଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା […]

୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କଳା,ସଂସ୍କୃତି,ଐତିହଭରା ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି ।ଏହି ପ୍ରତିଯୋଗିତା ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ହେଉଥିଲା ।ଏହି ଉଦଘାଟନୀ ସମାରୋହରେ ମୁଖ୍ୟ […]

କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

ନ୍ୟୁଜଗ୍ୟାଲେରି,ନବରଙ୍ଗପୁର: ପ୍ରକୃତିର ମାଧୁର୍ଯ୍ୟ ଓ କବିତାର ଆତ୍ମିକତା ମଧ୍ୟରେ ସାହିତ୍ୟିକ କାର୍ଯ୍ୟକ୍ରମ ମହାନଦୀ ଓ ତେଲ ନଦୀର ପବିତ୍ର ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ କବି ବିରଞ୍ଚି ନାରାୟଣ ଦରୱାନଙ୍କ ନବ ପ୍ରକାଶିତ କବିତା ବହି ‘ସାରା ଆକାଶ ତୁମର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତାକାଶ କବିତା ଆସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ‘ସାରା ଆକାଶ ତୁମର’ କବିତା ବହିରୁ ଆବୃତ୍ତିରେ ପ୍ରେମ, ପ୍ରକୃତି, […]

ଘୁମେର ଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେବାର୍ଷିକ ଉତ୍ସବ ପାଳିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସଦର ବ୍ଲକ ସ୍ଥିତ ଘୁମେର ଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଥର ପ୍ରଧାନ ଶିକ୍ଷକ ଜଗନ୍ନାଥ ତ୍ରିପାଠୀଙ୍କ ନେତୃତ୍ୱ ଓ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମଠଣା ପଞ୍ଚାୟତ ସରପଞ୍ଚ ଲୋକନାଥ ଦୁର୍ଗା,ସମ୍ମାନିତ ଅତିଥି ଭାବେ ଡ଼.ଅଜୟ କୁମାର ମିଶ୍ର,ପ୍ରଭାସ ଚନ୍ଦ୍ର ମିଶ୍ର,ଡ. ଉମେଶ ଶତପଥୀ, ଏ ବି ଇ ଓ ଜଗଦୀଶ ପ୍ରସାଦ ମୁଣ୍ଡ, ଏ ବି ଇ ଓ […]

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ଜିଲ୍ଲା ସଦର ମହାକୁମା ଭବାନୀପାଟଣା ଠାରେ ପାଳନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱାଗତ ଜଣେଇ ଆଗାମୀ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ନିମନ୍ତେ ସମସ୍ତଙ୍କର ସାହାର୍ଯ୍ୟ ଓ ସହଯୋଗ କାମନା କରିଥିଲେ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ […]

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଦ୍ୱିତୀୟ ଦିନରେ ସଫଳତାର ସହ ଅତିକ୍ରମ କରିଛି। ମେଳାର ପ୍ରଥମ ଦୁଇ ଦିନ ମଧ୍ୟରେ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି, ଯାହାର ପରିଣାମସ୍ୱରୂପ ମୋଟ ୩.୫୭ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିବା ସୂଚନା ମିଳିଛି। ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦୦ ଚାଷୀ ଯୋଗଦେଇ ପାଠଶାଳା ମାଧ୍ୟମରେ ବିଭିନ୍ନ କୃଷି […]

ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ

ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ ଡୁମେରଗୁଡା ସାପ୍ତାହିକ ବଜାର ପ୍ରାଙ୍ଗଣ ରେ ମଣ୍ତଳ ସଭାପତି ଲଳିତ କୁମାର ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ଜିଲ୍ଲା ଉପସଭାପତି ସୁକାନ୍ତି ସା ଜିଲ୍ଲା ସଂପାଦକ ତଥା ଟିପିଗୁଡା ମଣ୍ତଳ ପ୍ରଭାରୀ ହେମନ୍ତ କୁମାର ମାଝୀ ଯୋଗ ଦେଇ ଥିବାବେଳେ। ମଣ୍ଡଳୀ ଦୁଇଜଣ ସାଧାରଣ ସମ୍ପାଦକ ଗଣେଶ ପଣ୍ଡା ଓ ଲକ୍ଷ୍ମଣ ମେହେର ସମେତ ମଣ୍ଡଳର […]

କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୃଷି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆରମ୍ଭ ହୋଇଯାଇଛି। ଏହି ମେଳାକୁ ଭବାନୀପାଟଣା କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ଦିପ୍ତ କୁମାର ନାଏକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ମେଳାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କୁ କୃଷି କାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଉତ୍ପାଦନ ବୃଦ୍ଧି ହେବା ସହିତ ସ୍ୱଳ୍ପ […]

୩୭ତମ ଜାତୀୟ ସଡକ ସୁରକ୍ଷା ମାସ ସଚେତନତା ରେଲି

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ୩୭ତମ ଜାତୀୟ ସଡକ ସୁରକ୍ଷା ମାସ ୧ତାରିଖ ରୁ୩୧ତାରିଖ ପଯନ୍ତ “ସଡକ ସୁରକ୍ଷା, ଜୀବନ ରକ୍ଷା” ଶିର୍ଷକରେ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ୱରା ଆୟୋଜିତ ଏକ ସଚେତନତା ସାଇକେଲ ର‌୍ୟାଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି।ଏହି ର‌୍ୟାଲିରେ ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦାଇତ୍ୱ ରେ ଥିବା ଡେପୁଟି କମିଶନର ପ୍ରତାପ କିଶୋର ପଣ୍ଡା, ଜୁନିୟର […]

ଫରେଷ୍ଟର ଜୟ କୁମାର ଜୁଆଡ଼ ଭିଜିଲାନ୍ସ ଜାଲରେ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ ଭିଜିଲାନ୍ସ ଜାଲରେ।ଏବେ ଜୁଆଡ଼ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ରେଞ୍ଜରେ ହାତୀର ଗତିବିଧି ତଦାରଖ କରିବା ପାଇଁ ନିୟୋଜିତ ଥିଲେ। ଜୁଆଡ଼ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଗତ ୨୦୨୪-୨୫ରେ ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲ୍‌ ଓ ଜବ କାର୍ଡ ଦେଖାଇ ଏହି ଟଙ୍କାକୁ ସେ ଆତ୍ମସାତ କରିଥିବା ଜଣାପଡ଼ିଛି।

ଲେଖକ କଳା ପରିଷଦ ପକ୍ଷରୁ ନବବର୍ଷରେ ବନାନୀ କବି ସମ୍ମିଳନୀ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ନବବର୍ଷରେ ବନାନୀ କବି ସମ୍ମିଳନୀ କଳାହାଣ୍ଡି ଲେଖକ କଳା ପରିଷଦ ପକ୍ଷରୁ ଭବାନୀପାଟଣା ଭବାନୀପୁର ସ୍ଥିତ ଆମ୍ରକୁଞ୍ଜରେ ସ୍ବର୍ଗତ ଯୁଗଳ କିଶୋର ଯୋଷୀ ଙ୍କ ସ୍ମୃତିରେ “ବନାନୀ କବି ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନାନୀ କବି ସମ୍ମିଳନୀରେ ଟିଟିଲାଗଡର ବରିଷ୍ଠ କବି ଗଜାନନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଟିଟିଲାଗଡ ସାହିତ୍ୟ ସଂସଦର ସମ୍ପାଦକ ଜ୍ୟୋତି […]

ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆରମ୍ଭ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ, ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆରମ୍ଭ ହୋଇଛି।ପ୍ରଥମ ଦିବସ ରେ ମଞ୍ଚ ପୂଜା ଓ ଦେବ ଆରାଧନା ପରେ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,କଳାହାଣ୍ଡି ଡା ନୀରଦ ଚନ୍ଦ୍ର କହଁର ଙ୍କ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ମୁଖ୍ୟ ଅତିଥି ରୂପେ,ଶ୍ରୀମତୀ ମନୋରମା ମହାନ୍ତି,ମାନ୍ୟବର ବିଧାୟିକା, […]

ଟିଟିଲାଗଡ଼ କୁ ହରାଇ ଭବାନୀପାଟଣା ଚାମ୍ପିଅନ ।

ନ୍ୟୁଜଗ୍ୟାଲେରି,ଧର୍ମଗଡ: ମା ଭଣ୍ଡାର ଘରଣୀ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ ଖେଳ ପଡିଆ ଠାରେ ସପ୍ତାହ ବ୍ୟାପି ଚାଲି ଥିବା ନକ ଆଉଟ ଫୁଟ ବଲ ପ୍ରତିଯୋଗିତା “ଧର୍ମଗଡ କପ-୨୦୨୫” ସମାପ୍ତ ହୋଇ ଯାଇଛି । ଫାଇନାଲ ମ୍ୟାଚ ୟୁଥ କ୍ଲବ ଭବାନୀପାଟଣା ଦଳ ଓ ରାଇଜିଂ ଷ୍ଟାର ଟିଟିଲାଗଡ ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା । ରୋମାଞ୍ଚ ଭରା ଫାଇନାଲ ଖେଳ ର ପ୍ରଥମାର୍ଦ୍ଧରେ ଭବାନୀପାଟଣା ଦଳ ଗୋଟିଏ ଗୋଲ ଦେଈ ଥିଲେ […]

କଳାହାଣ୍ଡି ଉତ୍ସବ ଘୁମୁରା ପଞ୍ଚାୟତ ସ୍ତରୀୟ ଉଦ୍ଧଘାଟନୀ ଉତ୍ସବ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ର କଳା, ସଂସ୍କୃତି, ସାହିତ୍ୟ, ଲୁକାୟିତ ପ୍ରତିଭା, ଭାଇଚାରା ସମ୍ପର୍କର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପ୍ରତି ବର୍ଷ ଭଳି ଆଗାମୀ ଜାନୁଆରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଭବାନୀ ପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଏବଂ ୧୫ ରୁ ୧୭ ଜାନୁଆରୀ ଧର୍ମଗଡ଼ ଉତ୍ସବ ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହେବ।ଏହି ଅବସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଉଦଘାଟନୀ ଉତ୍ସବ ଭବାନୀପାଟଣା ବ୍ଲକର କାମଠଣା ଗ୍ରାମ ପଞ୍ଚାୟତ […]

ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ସାଧାରଣ ସଭା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ଓ ସାଧାରଣ ସଭା ରିଷିଗାଁ ଡଙ୍ଗରି ପଡ଼ା ସ୍ଥିତ ଏସ କେ ହିଲ୍ ଭ୍ୟୁ ଠାରେ ଅନୁଷ୍ଠିତ ହୋଯାଇଛି। ସଂଘର ସଭାପତି ବିଜୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସାଧାରଣ ସମ୍ପାଦକ ରାଜକିଶୋର ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ସଭାପତି ପ୍ରଫେସର ଟହଲୁ ସାହୁ ମୁଖ୍ୟ […]

ଧାନମଣ୍ଡି ରୁ ଧାନ ନ ଉଠିବା ସମସ୍ୟ ନେଇ ବିଜେଡି ର ସାମ୍ବାଦିକ ସମ୍ମିଳନୀ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ହୋଟେଲ ଭାଗିରଥି ଇନ ଠାରେ ଚାଷୀଙ୍କ ସମସ୍ୟାକୁ ନେଇ ସାମ୍ବାଦିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାରେ ମାତ୍ର ୩୦ରୁ୩୫ ପ୍ରତିଶତ ମଣ୍ଡି ର ଧାନ ଉଠାଯାଉଛି। ଚାଷୀ ପଞ୍ଜିକରଣ ଓ ଧାନ କ୍ରିୟ, ଠୋକନ୍ ପ୍ରକ୍ରିୟାରେ ବିଳମ୍ବ କାରଣ ରୁ ଜିଲ୍ଲାର ପ୍ରାୟ ୭୦-୮୦ ପ୍ରତିଶତ ଚାଷୀଙ୍କ ଧାନ ମଣ୍ଡିକୁ ପ୍ରବେଶ କରିପାରୁ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ଦିସାରି ପ୍ରକାଶ କରିଛନ୍ତି। […]

ଜିଲା କଂଗ୍ରେସ ଦଳ ପକ୍ଷରୁ ବିଜୟ ମଶାଲ ଶୋଭା ଯାତ୍ରା

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତୀୟ ଜାତୀୟ କଂଗ୍ରେସ ର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ଙ୍କ ନାମରେ ନ୍ୟାସନାଲ ହେରାଲ୍ଡ ମିଥ୍ୟା ମାମଲା ରେ ସରକାର ଫସାଇ ଦିର୍ଘ ଏକ ଦଶନ୍ଧି ଧରି ଅଯଥା ବଦନାମ କରିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।ଜିଲ୍ଲା କଂଗେସ ସଭାପତି ଜଳନ୍ଧର ନାଏକ ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ମଶାଲ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଷ୍ଟାଚ୍ୟୁ ଏବଂ […]

ବିକ୍ରମ ମେମୋରିଆଲ ବ୍ଲକ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସଦର ବ୍ଲକର ଗୁଡ଼ିଆଲିପଦର ପଞ୍ଚାୟତ ଅଧିନସ୍ଥ ଭେଜିପଦର ଖେଳପଡିଆ ଠାରେ “ଗୁଡ଼ିଆଲିପଦର ପଞ୍ଚାୟତ କ୍ରିକେଟ କ୍ଲବ”ର ଯୁବ ସଦସ୍ୟ ମାନଙ୍କ ଦ୍ୱାରା ଉକ୍ତ ଗ୍ରାମର ଯୁବ କ୍ରିକେଟ ଖେଳାଳି ସ୍ବର୍ଗତ ବିକ୍ରମ କରୁଆଁ ଙ୍କ ସ୍ମୃତିରେ “ପ୍ରଥମ ବିକ୍ରମ ମେମୋରିଆଲ ବ୍ଲକ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ” ଆୟୋଜନ କରାଯାଇଅଛି । ନର୍ଲା ଆର ଆର ୱାରିଅର ଏବଂ ଆୟୋଜକ ଦଳ ସୁପରକିଙ୍ଗ, ଭେଜିପଦର ମଧ୍ୟରେ ଚାଲିଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁଖ୍ୟ […]

ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବାର୍ଷିକ ଉତ୍ସବ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା ଠାରେ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଉତ୍ସାହ ଓ ସାଂସ୍କୃତିକ ମହିମା ସହିତ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପିଏମ୍ ଶ୍ରୀ ଯୋଜନା ଅନ୍ତର୍ଗତ ବିଦ୍ୟାଳୟର ସମଗ୍ର ଶିକ୍ଷାମୂଳକ କାର୍ଯ୍ୟକଳାପ ଓ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦାରୱାନ୍,ମା ମଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ଡ.ନିବେଦିତା ନାଥ ସମ୍ମାନିତ ଅତିଥି ଭାବେ ଏବଂ ଡ଼ା. ଏସ୍. ଏସ୍. […]

ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା କେ.ଭି.ଏସ ଫାଉଣ୍ଡେସନ୍ ଡେ ପାଳିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଭବାନୀପାଟଣା ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଘଠନ (କେ.ଭି.ଏସ) ଫାଉଣ୍ଡେସନ୍ ଡେ ଉତ୍ସବମୁଖର ପରିବେଶରେ ପାଳନ ହୋଇଯାଇଛି । ପ୍ରସିଦ୍ଧ ପୁରାତନ ଛାତ୍ରଛାତ୍ରୀ, ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷିକା, ଭି.ଏମ.ସି. ସଦସ୍ୟ ଓ ଅଭିଭାବକମାନଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମକୁ ସୁଶୋଭିତ କରିଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କେ.ଭି.ଏସ ର ବିକାଶ ଯାତ୍ରା,ଏନ ଇ ପି -୨୦୨୦ କାର୍ଯ୍ୟନ୍ୱୟନ, ନୂତନ ପରିକଳ୍ପନା ଓ ବିଦ୍ୟାଳୟର ଉଲ୍ଲେଖନୀୟ ସଫଳତା ସମ୍ବନ୍ଧୀୟ ପ୍ରଦର୍ଶନ। ପୁରାତନ ଛାତ୍ରଛାତ୍ରୀମାନଙ୍କ ଅନୁପ୍ରେରଣାଦାୟକ […]

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମଦୁରାଇ ଯାତ୍ରା ।

ନ୍ୟୁଜଗ୍ୟାଲେରି,ଭବାନିପାଟଣା : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି କଳାହାଣ୍ଡି ଜିଲ୍ଲାରୁ ୫ ଗୋଟି ସ୍ବତନ୍ତ୍ର ବସ ଯୋଗେ ୧୮୭ ଜଣ ବରିଷ୍ଠ ନାଗରିକ ରାମେଶ୍ଵରମ ଓ ମଦୁରାଇ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ରାୟଗଡାରେ ସମସ୍ତ ତୀର୍ଥଯାତ୍ରୀ ରାତ୍ରି ଯାପନ କରି ଆସନ୍ତା କାଲି ସ୍ବତନ୍ତ୍ର ଟ୍ରେନ ଯୋଗେ ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମାଦୁରାଇ ଯାତ୍ରା କରି ଆସନ୍ତା ଡ଼ିସେମ୍ବର ୨୧ ତାରିଖରେ ଫେରିବେ । […]

ଧର୍ମଗଡ ମୁଖ୍ୟ ରାସ୍ତା ଜବରଦଖଲ ଉଚ୍ଛେଦ।

ନ୍ୟୁଜଗ୍ୟାଲେରି,ଧର୍ମଗଡ: ଦୀର୍ଘଦିନ ଧରି ଧର୍ମଗଡ ସହର ର ମୁଖ୍ୟ ରାସ୍ତା କୁ ଅନେକ ବ୍ୟକ୍ତି ଜବରଦଖଲ କରି ଆସୁଛନ୍ତି।ଜବରଦଖଲ ଯୋଗୁ ରାସ୍ତାର ସମ୍ପ୍ରସାରଣ ରେ ବ୍ୟାଘାତ ଦେଖାଦେଇଛି। ଅନେକ ସମୟରେ ଯାନବାହାନ ଜାମ ହେଲା ଭଳି ପରିସ୍ଥିତି ଉପୁଜିଥିବା ବେଳେ ଟ ଅନେକ ଦୁର୍ଘଟଣା ଘଟିଥିବା ନଜିର ରହିଛି। ଧର୍ମଗଡ ଏନଏସି ଏନେଇ କଡା ପଦକ୍ଷେପ ଗ୍ରହଣ କରିଛି।ବୁଧବାର ଦିନ ଜବରଦଖଲ ଉଚ୍ଛେଦ କରିଛି।ଚାରିଛକ ଠାରୁ ତିନି ଛକ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।ମୁଖ୍ୟ ରାସ୍ତା […]

ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି,ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ରାଷ୍ଟୀୟ ଆବିଷ୍କାର ଅଭିଯାନ, ଇକୋ କ୍ଲବ, ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର ଶବର, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା […]

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ପାଇଁ ପ୍ରସ୍ତୁତି ବୈଠକ।

ନ୍ୟୁଜଗ୍ୟାଲେରି,ଧର୍ମଗଡ଼: ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଇଁ ସ୍ଥାନୀୟ ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପଜିଲ୍ଲାପାଳ ତଥା ଉତ୍ସଵ କମିଟିର ଅଧ୍ୟକ୍ଷ ପ୍ରେକ୍ଷା ଅଗ୍ରୱାଲ,ଆଇଏଏସ, ଅତିରିକ୍ତ ଉପ ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କୀ,ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଏନଏସି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର,ବିଧାୟକ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇ […]

ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଚତୁର୍ଥ ସ୍ମୃତି ସମାରୋହ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଚତୁର୍ଥ ସ୍ମୃତି ସମାରୋହ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମ୍ ଙ୍କ ଫଟୋଚିତ୍ର ରେ ପୁଷ୍ପ ଅର୍ପଣ ଏବଂ ଦୀପ ଜାଳିବା ପରେ ମୌଲାନା ଇର୍ଫାନ୍ ଶାନ୍ତି ପ୍ରାର୍ଥନା ଏବଂ କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଭଜନ ପରିବେଷଣ କରିଥିଲେ। ପରେ ସ୍ମୃତିସଭା ଆରମ୍ଭ ହେଇଥିଲା। ମହମ୍ମଦ ଅସଲମ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳୀ […]

କଳାହାଣ୍ଡି ଶିଳ୍ପ ସଂସ୍ଥା ଗୁଡିକରେ ସ୍ଥାନୀୟ ଯୁବକଙ୍କୁ ଚାକିରୀ ଦାବି କଲା ଯୁବ ବିକାଶ ପରିଷଦ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଶିଳ୍ପ ସଂସ୍ଥା ଗୁଡିକରେ ସ୍ଥାନୀୟ ଯୁବକଙ୍କୁ ଚାକିରୀ ଦାବି କଲା ଯୁବ ବିକାଶ ପରିଷଦ କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ଼ ଠାରେ ବେଦାନ୍ତ କମ୍ପାନୀ ପ୍ରତିଷ୍ଠା ହୋଇଛି କିନ୍ତୁ ମିଳୁନି ଚାକିରୀ କି ହେଉନି ବିକାଶ ମୂଳକ କାର୍ଯ୍ୟ ଏନେଇ କଳାହାଣ୍ଡି ଯୁବ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କଳାହାଣ୍ଡି ର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ବେଦାନ୍ତ କମ୍ପାନୀ ଦ୍ୱାରା ସ୍ଥାୟୀ ନିଯୁକ୍ତି ଓ ଥଇଥାନ […]

ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

 ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ପି. ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସୃଜନଶୀଳ ଏବଂ ପ୍ରାୟୋଗିକ ବୈଜ୍ଞାନିକ ମୋଡେଲ୍ ପ୍ରଦର୍ଶନ କରି ସୃଜନଶୀଳତା, ସମସ୍ୟା ସମାଧାନ କୌଶଳ ଓ ବୈଜ୍ଞାନିକ ଧାରଣା ପ୍ରତି ତାଙ୍କର ଦକ୍ଷତା ଦେଖାଇଥିଲେ ।ଏହି ପି.ଏମ. ଶ୍ରୀ. କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣା କ୍ଲଷ୍ଟର ସ୍ତରୀୟ ୫୩ତମ ରାଜ୍ୟ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ସଫଳତାର ସହିତ ବଲାଙ୍ଗିର କ୍ଲଷ୍ଟର ର୮ଟି କେନ୍ଦ୍ରୀୟ ବିଦ୍ୟାଳୟ କେ.ଭି. ଭବାନୀପାଟଣା, କେ.ଭି. ଧର୍ମଗଡ, କେ.ଭି. ଖରିଆର , […]

ହେମସାଗର ମହାନନ୍ଦଙ୍କ କବିତା ସଂକଳନ ‘ଲେସନ୍ସ ଫର ଲାଇଫ’ ଉନ୍ମୋଚିତ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତଥା ଯୁବକବି ହେମସାଗର ମହାନନ୍ଦଙ୍କ ଇଂରାଜୀ କବିତା ସଂକଳନ ‘ଲେସନ୍ସ ଫର ଲାଇଫ : ପୋଏମ୍ସ ଫର ଏଭ୍ରି ଷ୍ଟେଜ ଅଫ ଲର୍ଣ୍ଣିଂ’ ଭବାନୀପାଟଣା ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ଉନ୍ମୋଚିତ ହୋଇଯାଇଛି। ୬୯ତମ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପୱାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି […]

ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା ସମୂହ ଦ୍ଵାରା ପ୍ରସ୍ତୁତ ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆୟୋଜନ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ପୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଧଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟବକ୍ତା ଡ. ଶିବପ୍ରସାଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ […]