ଭବାନୀପାଟଣା ନଗରମଣ୍ଡଳ ବିଜେପି ରେ ଧବଳେଶ୍ୱର ମାଝୀଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ପ୍ରମୁଖ ଦାୟିତ୍ୱ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭବାନୀପାଟଣାସ୍ଥିତ ହୋଟେଲ ଆମପାଳି କ୍ଲାସିକ୍‌ର କନଫରେନ୍ସ ହଲ୍‌ଠାରେ ଭାରତୀୟ ଜନତା ପାର୍ଟି ଭବାନୀପାଟଣା ନଗରମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ନଗରମଣ୍ଡଳ ସଭାପତି ଶ୍ରୀ ଚିତ୍ତରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଜେପି କଳାହାଣ୍ଡି ଜିଲ୍ଲା ସଭାପତି  ଯୁଗଳ କିଶୋର ପୋଢ଼ଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ସାଂଗଠନିକ କାର୍ଯ୍ୟକଳାପ, ଦଳର ଆଗାମୀ ରଣନୀତି ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଭବାନୀପାଟଣା ନଗରମଣ୍ଡଳର ଅନୁସୂଚିତ ଜନଜାତି (ST) ମୋର୍ଚ୍ଚାର ପ୍ରମୁଖ ଭାବେ  ଧବଳେଶ୍ୱର ମାଝୀଙ୍କ ନାମ ଘୋଷଣା କରାଯାଇଥିଲା। ତାଙ୍କ ନାମ ଘୋଷଣା ପରେ ମଞ୍ଚରେ ଉପସ୍ଥିତ ବରିଷ୍ଠ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମାହାନ୍ତି, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।ନୂତନ ଦାୟିତ୍ୱ ପାଇଁ  ଧବଳେଶ୍ୱର ମାଝୀ ନଗରମଣ୍ଡଳ ସଭାପତି ଚିତ୍ତରଞ୍ଜନ ପାତ୍ର, ଜିଲ୍ଲା ସଭାପତି  ଯୁଗଳ କିଶୋର ପୋଢ଼ ଏବଂ ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ତ୍ରିନାଥ ସାବରଙ୍କୁ ଅଶେଷ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।ଏଥିସହ ମାନ୍ୟବର ଲୋକସଭା ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ଧର୍ମଗଡ଼ର ମାନ୍ୟବର ବିଧାୟକ ସୁଧୀର ପଟ୍ଟଯୋଶୀଙ୍କ ସମେତ ଜିଲ୍ଲା ଓ ନଗରମଣ୍ଡଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ ହୋଇ ଜନସେବା ଓ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts