ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗଦେଇଥିବା ବେଳେ ସାନମାନୀୟ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାନ, ପଦ୍ମଶ୍ରୀ ପଟ୍ଟାୟତ ସାହୁ, ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ, କଳାହାଣ୍ଡି ଓକିଲ ସଂଘ ର ସଭାପତି ସୁଧାଂଶୁ ନନ୍ଦ,ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ଜାତୀୟ ପ୍ରେସ ଦିବସ ପାଳନ ର ଉଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ଯୋଗଦେଇ ଗଣମାଧ୍ୟମ ଓ ଏହାର ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ । କଳାହାଣ୍ଡି ପେଶାଦାର ସାମ୍ବାଦିକ ସଂଘ ର ସଭାପତି ରଜନୀକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ. ଦିବଂଗତ ସାମ୍ବାଦିକ ସତ୍ୟନାରାୟଣ ଦାସ ଙ୍କୁ ମରୋଣ ତ୍ତର ସାମ୍ବାଦିକ ସୌରଭ ସଂମାନ ପ୍ରଦାନ କରାଯାଇ ଥିବା ବେଳେ ଯୁବ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ସାମ୍ବାଦିକ ସୌରଭ ସଂମାନ ପ୍ରଦାନ କରାଯାଇଥିଲା. ଜିଲ୍ଲା ବଣିକ ସଂଘ ର ସଭାପତି ବିଜୟ ସାହୁ ଏବଂ ସାମ୍ବାଦିକ ଯଶବନ୍ତ ଧଙ୍ଗଡ଼ା ମାଝୀ ଙ୍କୁ ଏହି ଅବସରରେ ଅଥିତି ମାନଙ୍କ ଦ୍ୱାରା ସଂମ୍ମାନିତ କରାଯାଇଥିଲା ।
ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, ଦେବେନ୍ଦ୍ର ବିଶି, ଅଜିତ ସିଂ, ଶୁଭମ ରହିଲା, ଭାରତ ବିଶି, ବିକାଶ ଷଡ଼ଙ୍ଗୀ, ଦୁଃଖିଶ୍ୟାମ ପ୍ରଧାନ, ରାଜକୁମାର ସିଂଦେଓ, ଚିତ୍ତରଞ୍ଜନ ବିଶି, ଶିବ ନାଏକ, ହେମନ୍ତ ରାୟ, ନରେନ୍ଦ୍ର କ୍ଷିତି, ଅମରେଶ ପାଢ଼ୀ,ମଧୁ ମହାପାତ୍ର, ରାଜେଶ ଦାସ,କୈଳାସ ସାହୁ ତାପସ ମହାନ୍ତିଙ୍କ ସମେତ ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

