ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଉଦ୍ୟମରେ ବିଜନେସ୍ ଆଣ୍ଡ ପ୍ରଫେସ୍ନାଲ୍ ଲିଡରସିପ୍ ସମ୍ପର୍କିତ ଏକ ଦୁଇ ଦିନିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୁଳପତି ଡକ୍ଟର ନିବେଦିତା ନାଥ ସଭାପତିତ୍ୱ କରିଥିବାବେଳେ କୁଳସଚିବ ପିତାମ୍ବର ଭୋଇ ସମ୍ମାନିତ ଅତିଥି ରୁପେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥିରୁପେ ଜିଲ୍ଲା ଯୁବ ଅଧିକାରୀ, ଏନ୍ୱାଇକେସ୍, କଳାହାଣ୍ଡି ପ୍ରସନ୍ନ ମେହେର, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଉମାଶଙ୍କର କର ପ୍ରମୁଖ ଏହି ଜାତୀୟ କର୍ମଶାଳା ରେ ଯୋଗଦେଇଥିଲାବେଳେ ଡକ୍ଟର ମଲ୍ଲିକା କୁମାର, ଆଭାସୀ ମାଧ୍ୟମରେ ଦିଲ୍ଲୀର ଶ୍ରୀରାମ କଲେଜ ଅଫ କମର୍ସ ରୁ ଯୋଗଦାନ କରିଥିଲେ ।
ଏହି କର୍ମଶାଳାକୁ ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ହଳଧର ସାହୁ ସଂଯୋଜନା କରିଥିବା ବେଳେ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାଣିଜ୍ୟ ବିଭାଗର ଅଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ସହଯୋଗୀ ଦୁର୍ଗା ମାଧବ ମହାପାତ୍ର ଓ ମିନତୀ ମହାନ୍ତୀ ଙ୍କ ଦ୍ୱାରା ଲିଖିତ ଶିକ୍ଷା ପୁସ୍ତକ “ଫଣ୍ଡାମେଣ୍ଟାଲସ୍ ଅଫ ଏଣ୍ଟରପ୍ରିନ୍ରସିପ୍ ଆଣ୍ଡ ଇ-କମର୍ସ” କୁ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ, କୁଳସଚିବ ପିତାମ୍ବର ଭୋଇ ଏବଂ ଅନ୍ୟାନ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ପୁସ୍ତକଟି ନୁତନ ଶିକ୍ଷାନିତୀ ୨୦୨୦ ଅନୁସାରେ ପ୍ରସ୍ତୁତ ହୋଇ ସମଗ୍ର ଓଡିଶାରେ କଳା, ବିଜ୍ଞାନ ଓ ବାଣିଜ୍ୟର ସ୍ନାତକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦ୍ୱିତୀୟ ସେମିଷ୍ଟାରର ମଲ୍ଟିଡିସ୍ପ୍ଳିନାରୀ କୋର୍ସ – ୨ ପାଠ୍ୟକ୍ରମରେ ସାମିଲ କରାଯାଇଅଛି । ଏହି ପୁସ୍ତକ ଲିଖନର ସଫଳତା ପାଇଁ କୁଳପତି, କୁଳସଚିବ ଏବଂ ଅତିଥି ମାନେ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆଙ୍କୁ ଅଭିନନ୍ଦନ ଜଣାଇଥିଲେ ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

