ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଓ ଏନ୍ ଏସ୍ ଏସ୍ ପ୍ରଭାଗ,ମା ମାଣୀକେଶ୍ୱରୀ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏହି ଉଦ୍ଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ନିବେଦିତା ନାଥ ଅଧ୍ୟକ୍ଷତା କରି ସମସ୍ତ ପ୍ରତିଯୋଗୀଙ୍କୁ ଭୁୟଂସୀ ପ୍ରଶଂସା କରିବା ସହିତ ୧୫୦ ଜଣ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୧୦ ଜଣ ପ୍ରତିଯୋଗୀ ଚୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ପ୍ରମାଣପତ୍ର ସହ ସ୍ମାରକ ଦେଇ ପୁରଷ୍କୄତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚଜଣ ଜୁରି ମେମ୍ବରଙ୍କ ଦ୍ୱାରା ଭାରତ ସରକାରଙ୍କ ନିୟମ ଅନୁଯାଇ ମୋଟ ୧୦ ଜଣ କୄତୀ ପ୍ରତିଯୋଗୀ କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା । କାର୍ଯ୍ୟକ୍ରମରେ କଳାହାଣ୍ଡି, ରାୟଗଡା, ନୁଆପଡା ଜିଲ୍ଲାରୁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି “ଗୋଟିଏ ଦେଶ, ଗୋଟିଏ ନିର୍ବାଚନ” ଶୀର୍ଷକ ବିଷୟ ବସ୍ତୁ ଉପରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥିରୁପେ କୁଳ ସଚିବ ପିତାମ୍ବର ଭୋଇ, ନେହେରୁ ଯୁବା କେନ୍ଦ୍ର ସଂଗଠନ ର ଯୁବ ଅଧିକାରୀ, ପ୍ରସନ୍ନ ମେହେର, ମେଜର ଡକ୍ଟର ଜୟଦେବ ସାହୁ, ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତ କୁମାର ଦନସନା ସଂଯୋଜନା କରିଥିବା ବେଳେ ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସଭା ଶେଷରେ ସମସ୍ତ ପ୍ରତିଯୋଗୀ, ଜୁରି ମେମ୍ବର, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ସ୍ୱେଚ୍ଚାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

