ନ୍ୟୁଜଗ୍ୟାଲେରି,ଧର୍ମଗଡ: ମା ଭଣ୍ଡାର ଘରଣୀ ଫୁଟବଲ କ୍ଲବ ପକ୍ଷରୁ ସ୍ଥାନୀୟ ଖେଳ ପଡିଆ ଠାରେ ସପ୍ତାହ ବ୍ୟାପି ଚାଲି ଥିବା ନକ ଆଉଟ ଫୁଟ ବଲ ପ୍ରତିଯୋଗିତା “ଧର୍ମଗଡ କପ-୨୦୨୫” ସମାପ୍ତ ହୋଇ ଯାଇଛି । ଫାଇନାଲ ମ୍ୟାଚ ୟୁଥ କ୍ଲବ ଭବାନୀପାଟଣା ଦଳ ଓ ରାଇଜିଂ ଷ୍ଟାର ଟିଟିଲାଗଡ ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇ ଥିଲା । ରୋମାଞ୍ଚ ଭରା ଫାଇନାଲ ଖେଳ ର ପ୍ରଥମାର୍ଦ୍ଧରେ ଭବାନୀପାଟଣା ଦଳ ଗୋଟିଏ ଗୋଲ ଦେଈ ଥିଲେ । ଦ୍ଵିତୀୟାରର୍ଦ୍ଧ ରେ ଟିଟିଲାଗଡ଼ ଦଳ ଗୋଲ ପରିଶୋଧ କରି ମେଚ କୁ ବରାବର ସ୍ଥିତି କୁ ଆଣିଥିଲେ । ପରେ ପନାଲ୍ଟି ସୁଟ୍ ଆଉଟ ରେ ଦଳ ଭବାନୀପାଟଣା ୟୁଥ କ୍ଳବ ୪-୩ ଗୋଲ ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲେ । ଖେଳ କୁ ସଞ୍ଜୀବ ଦୂର୍ଗା, ତାପସ ଦସ, ଭବେନ୍ଦ୍ର ଗୋପାଲ ଓ ନିକୁ ନାଏକ ପରିଚାଳନା କରିଥିଲେ ଏବଂ ସ୍କୋରର ଭାବେ କାର୍ତ୍ତିକ ଚନ୍ଦ୍ର ସାହୁ ରହି ଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟଯୋଶୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଦଳ କୁ ପୁରସ୍କୃତ କରି ଥିଲେ ।
ସମ୍ମାନୀତ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ, ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ସମାଜ ସେବୀ କିଶୋର ଅଗ୍ରୱାଲ, ବଜରଙ୍ଗ ଅଗ୍ରୱାଲ, ସଚିନ ସିଂହଲ, ନରେଶ ପାଣିଗ୍ରାହୀ, ମିଟୁ ନାଏକ, ସୁଶିଲ ଅଗ୍ରୱାଲ, ସୁବାସ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ,ପ୍ରଣବ ଭଇସାଲ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ଙ୍କୁ ଉତ୍ସାହିତ କରି ଥିଲେ । ଆୟୋଜକ କମିଟି ସଭାପତି ଲକ୍ଷ୍ମୀକାନ୍ତ ଧଙ୍ଗଡାମାଝୀ ସମ୍ପାଦକ ସୁଶାନ୍ତ ସାହୁ ଓ ଅନ୍ୟମାନେ କ୍ରୀଡା ଅୟୋଜନ କରି ଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

