ଜିଲ୍ଲା ଖବର ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆରମ୍ଭ By Hemant Kumar Ray December 31, 2025December 31, 2025 0 minutes, 0 seconds Read 88 ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ, ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆରମ୍ଭ ହୋଇଛି।ପ୍ରଥମ ଦିବସ ରେ ମଞ୍ଚ ପୂଜା ଓ ଦେବ ଆରାଧନା ପରେ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,କଳାହାଣ୍ଡି ଡା ନୀରଦ ଚନ୍ଦ୍ର କହଁର ଙ୍କ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ମୁଖ୍ୟ ଅତିଥି ରୂପେ,ଶ୍ରୀମତୀ ମନୋରମା ମହାନ୍ତି,ମାନ୍ୟବର ବିଧାୟିକା, ନର୍ଲା , ସଭାପତି ରୂପେ ଶ୍ରୀ ତନ୍ମୟ ଦର୍ୱାନ, ଅତିରିକ୍ତ ଜିଲ୍ଲପାଳ, କଳାହାଣ୍ଡି, ମୁଖ୍ୟବକ୍ତା ଭାବେ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟକ୍ଷ,ରାଜ୍ୟ ଦୁଗ୍ଧ ସଂଘ, ଭୁବନେଶ୍ୱର,ଓ ଅନ୍ୟତମ ଅତିଥି ଭାବେ , ଉପନିର୍ଦେଶକ,ଉଦ୍ୟାନ କୃଷି,କଳାହାଣ୍ଡି ଏବଂ ଡ଼ା ରଜନୀକାନ୍ତ ପଣ୍ଡା ,ସାଧାରଣ ପରିଚାଳକ,ବଲାଙ୍ଗୀର,କଳାହାଣ୍ଡି,ନୂଆପଡ଼ା ଦୁଗ୍ଧ ସଂଘ, ଯୋଗଦାନ କରିଥିଲେ । ଶେଷରେ, ଅତିଥିଙ୍କ ଭାଷଣ ପରେ, ଜିଲ୍ଲା ର କୃତୀ ମତ୍ସ୍ୟ ଚାଷୀ,ପ୍ରାଣୀ ପାଳ କ , ସ୍ୱୟଂ ସହାୟକଗୋଷ୍ଠୀକୁ ଆର୍ଥିକ ପୁରସ୍କାର ପ୍ରଦାନ କରା ଯାଇଥିଲା ଓ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ,ଧନ୍ୟବାଦ୍ ଅର୍ପଣ କରିଥିଲେ। ଦିବସ ର ଦିତିୟାର୍ଦ୍ଧ ରେ ମଧ୍ୟାହ୍ନ ଭୋଜନ ପରେ ମଞ୍ଚ ରେ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ମଞ୍ଚ ସଂଯୋଜିକା ଡ଼ା ସୁଦେବୀ ଭଞ୍ଜ ଓ ଡ଼ା ତେଜସ୍ଵୀନୀ ସାହୁ ଙ୍କ ଯୁଗଳବନ୍ଦୀ ରେ କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁନ୍ଦର ଓ ଉପଭୋଗ୍ୟ ହୋଇଥିଲା । Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ UncategorisedJune 20, 2026ଭବାନୀପାଟଣାରେ ଶୀତଳ ଷଷ୍ଠୀ ଆଡ଼ମ୍ବର ସହକାରେ ପାଳିତ
ଜିଲ୍ଲା ଖବର ଏବିଭିପି ପକ୍ଷରୁ ନଗର ବ୍ୟାପି ଜନଜାତି ଗୌରବ ଦିବସ ପାଳିତ । By Hemant Kumar Ray November 16, 2025November 16, 2025