ନ୍ୟୁଜଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ, ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ତୃତୀୟ ବାର୍ଷିକ ଦୁଇ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆରମ୍ଭ ହୋଇଛି।ପ୍ରଥମ ଦିବସ ରେ ମଞ୍ଚ ପୂଜା ଓ ଦେବ ଆରାଧନା ପରେ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ,କଳାହାଣ୍ଡି ଡା ନୀରଦ ଚନ୍ଦ୍ର କହଁର ଙ୍କ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ମୁଖ୍ୟ ଅତିଥି ରୂପେ,ଶ୍ରୀମତୀ ମନୋରମା ମହାନ୍ତି,ମାନ୍ୟବର ବିଧାୟିକା, ନର୍ଲା , ସଭାପତି ରୂପେ ଶ୍ରୀ ତନ୍ମୟ ଦର୍ୱାନ, ଅତିରିକ୍ତ ଜିଲ୍ଲପାଳ, କଳାହାଣ୍ଡି, ମୁଖ୍ୟବକ୍ତା ଭାବେ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟକ୍ଷ,ରାଜ୍ୟ ଦୁଗ୍ଧ ସଂଘ, ଭୁବନେଶ୍ୱର,ଓ ଅନ୍ୟତମ ଅତିଥି ଭାବେ , ଉପନିର୍ଦେଶକ,ଉଦ୍ୟାନ କୃଷି,କଳାହାଣ୍ଡି ଏବଂ ଡ଼ା ରଜନୀକାନ୍ତ ପଣ୍ଡା ,ସାଧାରଣ ପରିଚାଳକ,ବଲାଙ୍ଗୀର,କଳାହାଣ୍ଡି,ନୂଆପଡ଼ା ଦୁଗ୍ଧ ସଂଘ, ଯୋଗଦାନ କରିଥିଲେ । ଶେଷରେ, ଅତିଥିଙ୍କ ଭାଷଣ ପରେ, ଜିଲ୍ଲା ର କୃତୀ ମତ୍ସ୍ୟ ଚାଷୀ,ପ୍ରାଣୀ ପାଳ କ , ସ୍ୱୟଂ ସହାୟକଗୋଷ୍ଠୀକୁ ଆର୍ଥିକ ପୁରସ୍କାର ପ୍ରଦାନ କରା ଯାଇଥିଲା ଓ ଶ୍ରୀ ଜ୍ଞାନ ରଞ୍ଜନ ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ,ଧନ୍ୟବାଦ୍ ଅର୍ପଣ କରିଥିଲେ। ଦିବସ ର ଦିତିୟାର୍ଦ୍ଧ ରେ ମଧ୍ୟାହ୍ନ ଭୋଜନ ପରେ ମଞ୍ଚ ରେ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ମଞ୍ଚ ସଂଯୋଜିକା ଡ଼ା ସୁଦେବୀ ଭଞ୍ଜ ଓ ଡ଼ା ତେଜସ୍ଵୀନୀ ସାହୁ ଙ୍କ ଯୁଗଳବନ୍ଦୀ ରେ କାର୍ଯ୍ୟକ୍ରମ ଟି ଅତ୍ୟନ୍ତ ସୁନ୍ଦର ଓ ଉପଭୋଗ୍ୟ ହୋଇଥିଲା ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

