ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ନବବର୍ଷରେ ବନାନୀ କବି ସମ୍ମିଳନୀ
କଳାହାଣ୍ଡି ଲେଖକ କଳା ପରିଷଦ ପକ୍ଷରୁ ଭବାନୀପାଟଣା ଭବାନୀପୁର ସ୍ଥିତ ଆମ୍ରକୁଞ୍ଜରେ ସ୍ବର୍ଗତ ଯୁଗଳ କିଶୋର ଯୋଷୀ ଙ୍କ ସ୍ମୃତିରେ “ବନାନୀ କବି ସମ୍ମିଳନୀ” ଅନୁଷ୍ଠିତ ହୋଇଯାଇଛି। ପ୍ରାକୃତିକ ପରିବେଶ ମଧ୍ୟରେ ପରିଷଦର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବନାନୀ କବି ସମ୍ମିଳନୀରେ ଟିଟିଲାଗଡର ବରିଷ୍ଠ କବି ଗଜାନନ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଟିଟିଲାଗଡ ସାହିତ୍ୟ ସଂସଦର ସମ୍ପାଦକ ଜ୍ୟୋତି ପ୍ରକାଶ ଗଡତିଆ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଳ୍ପୀ ପ୍ରଭାସ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ଗୁରୁ ସୁଧୀର ପଣ୍ଡାଙ୍କ ନେତୃତ୍ୱରେ ପରିଷଦ ସଙ୍ଗୀତ ମହାବିଦ୍ୟାଳୟର କଳାକାର ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ।
ପରିଷଦର ସାଧାରଣ ସମ୍ପାଦକ ଭବନାଥ ରାୟଗୁରୁ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ସଂଯୋଜନାରେ କବି ସମ୍ମଳନୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ନିମନ୍ତ୍ରିତ କବି ମାନେ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ। ଏହି ଅବସରରେ ପରିଷଦର ସାହିତ୍ୟ ପତ୍ରିକା “ସାଗର” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ବର୍ଷିଆନ ସାହିତ୍ୟିକ ରାଜୀବ ଲୋଚନ ପାଢ଼ୀଙ୍କୁ ସ୍ବର୍ଗତ ଯୁଗଳ କିଶୋର ଯୋଷୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ପରିଷଦର କୋଷାଧ୍ୟକ୍ଷ ଭାଗିରଥି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

