ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ପ୍ରେକ୍ଷା ଅଗ୍ରୱାଲ। କାର୍ଯ୍ୟାଳୟ ରେ ଯୋଗଦାନ କରିବାପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷାତ କରିବା ସମୟରେ ସୁଶାସନ ସହିତ ସରକାର ଙ୍କ ଜନହିତକର ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା କୁ ପ୍ରୟାସ କରିବି ବୋଲି ପ୍ରକାଶ କରିବା ସହିତ ଧର୍ମଗଡ଼ ଅଞ୍ଚଳ ବାସୀ ଙ୍କ ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରେକ୍ଷା ଅଗ୍ରୱାଲ ଆଇଏଏସ ଦ୍ଵିତୀୟ ପର୍ଯ୍ୟାୟର ତାଲିମ ସମାପ୍ତ କରିବା ପରେ ସେ ସଂପ୍ରତି ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଭୂଗୋଳ କୁ ଇଛାଧିନ ବିଷୟ ରଖି ସେ ତାଙ୍କର ୩୦ ତମ ସ୍ଥାନ ହାସଲ କରିଥିଲେ। ସେ ୨୦୧୮ ମସିହାରେ ଭୋପାଳ ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକୋଲୋଜି ରୁ ଇଲେକ୍ଟ୍ରୋନିକ ଏଵଂ କମ୍ପନିକେସନ ଇଞ୍ଜିନିୟରିଂ ରେ ବିଟେକ ପାସ କରିଛନ୍ତି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

