ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ପ୍ରେକ୍ଷା ଅଗ୍ରୱାଲ। କାର୍ଯ୍ୟାଳୟ ରେ ଯୋଗଦାନ କରିବାପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ସାକ୍ଷାତ କରିବା ସମୟରେ ସୁଶାସନ ସହିତ ସରକାର ଙ୍କ ଜନହିତକର ଲୋକାଭିମୁଖୀ ଯୋଜନା ଗୁଡିକ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବା କୁ ପ୍ରୟାସ କରିବି ବୋଲି ପ୍ରକାଶ କରିବା ସହିତ ଧର୍ମଗଡ଼ ଅଞ୍ଚଳ ବାସୀ ଙ୍କ ସହଯୋଗ କାମନା କରିଥିଲେ। ସୂଚନାଯୋଗ୍ୟ ଯେ ପ୍ରେକ୍ଷା ଅଗ୍ରୱାଲ ଆଇଏଏସ ଦ୍ଵିତୀୟ ପର୍ଯ୍ୟାୟର ତାଲିମ ସମାପ୍ତ କରିବା ପରେ ସେ ସଂପ୍ରତି ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଭୂଗୋଳ କୁ ଇଛାଧିନ ବିଷୟ ରଖି ସେ ତାଙ୍କର ୩୦ ତମ ସ୍ଥାନ ହାସଲ କରିଥିଲେ। ସେ ୨୦୧୮ ମସିହାରେ ଭୋପାଳ ର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକୋଲୋଜି ରୁ ଇଲେକ୍ଟ୍ରୋନିକ ଏଵଂ କମ୍ପନିକେସନ ଇଞ୍ଜିନିୟରିଂ ରେ ବିଟେକ ପାସ କରିଛନ୍ତି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

