ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ରାଜ୍ୟ ସରକାରଙ୍କ ସିଏମ୍ କିସାନ ଯୋଜନାରେ ୧,୬୮,୮୬୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୯୮୮ ଜଣ ଭୂମିହୀନ କୃଷକ ପରିବାରଙ୍କ ଖାତାକୁ ପ୍ରତ୍ୟକ୍ଷ ଭାବରେ ୩୩,୮୨,୧୮,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମହାନ ଚରଣ ମାଝୀ
ଏହି ଐତିହାସିକ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ରେ ଟାଉନ ହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ , ଏହି କାର୍ଯ୍ୟକ୍ରମ ରେ “କୃଷକଙ୍କ ଉନ୍ନତି ହିଁ ରାଜ୍ୟର ପ୍ରକୃତ ଉନ୍ନତି। ସିଏମ୍ କିସାନ କେବଳ ଆର୍ଥିକ ସହାୟତା ନୁହେଁ, ଏହା କୃଷକଙ୍କ ସମ୍ମାନ ଓ ସ୍ୱାଭିମାନର ପ୍ରତୀକ।”ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବିଶେଷ କରି କୃଷି ବିଦ୍ୟାନିଧି ବୃତ୍ତି ଯୋଜନାକୁ ଉଲ୍ଲେଖ କରି କହିଥିଲେ ଯେ, ଭୂମିହୀନ କୃଷକ ପରିବାରର ମେଧାବୀ ସନ୍ତାନମାନଙ୍କୁ ଉଚ୍ଚ ଶିକ୍ଷା ପଥରେ ଆଗେଇ ଯିବା ପାଇଁ ଏକ ମଜଭୁତ ଆର୍ଥିକ ଭିତ୍ତିଭୂମି ପ୍ରଦାନ କରୁଛି। “ଯେଉଁ ପରିବାର ପୂର୍ବରୁ ଆର୍ଥିକ ଅଭାବରୁ ଉଚ୍ଚ ଶିକ୍ଷା ପାଇଁ ସଂଘର୍ଷ କରୁଥିଲେ, ସେମାନଙ୍କ ସନ୍ତାନମାନେ ଏବେ ନିଜ ସ୍ୱପ୍ନ ପୂରଣ କରିପାରିବେ,” ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଏବଂ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର ଉପସ୍ଥିତ ଥିଲେ। କୃଷକମାନେ ଏହି ସହାୟତାକୁ ସ୍ୱାଗତ କରିବା ସହ ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ।
Latest entries
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ
ଜିଲ୍ଲା ଖବରSeptember 5, 2026ସରକାରଙ୍କ ସିଏମ୍ କିସାନ
ଜିଲ୍ଲା ଖବରSeptember 2, 2026ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେନ୍ଟ ଉଦଜାପିତ
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ

