ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କଳା,ସଂସ୍କୃତି,ଐତିହଭରା ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି ।
ଏହି ପ୍ରତିଯୋଗିତା ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ହେଉଥିଲା ।ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ ପ୍ରଭାତ କୁମାର ପରିଡା ରହିଥିବାବେଳେ ସମ୍ମାନିତ ଅତିଥି ଭାବରେ ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଏବଂ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଡା. ଅଜୟ ମିଶ୍ର ଉପସ୍ଥିତ ରହିଥିଲେ । ସଂଘ ସଭାପତି ପ୍ରଦୀପ ଦାସ ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଏବଂ ସ୍ମାରକୀ ଦେଇ ସ୍ୱାଗତ, ସମ୍ବର୍ଦ୍ଧନା କରିଥିଲେ । ଏହାପରେ ମା ମାଣିକେଶ୍ବରୀଙ୍କ ଫୋଟୋ ଚିତ୍ରରେ ଅତିଥିଗଣଙ୍କ ଦ୍ୱାରା ଧୂପ ଏବଂ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ସ୍ୱାମୀ ବିବେକାନନ୍ଦ ଜିଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ଅବସରରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା।
ପ୍ରତିଯୋଗିତା ର ସାଙ୍ଗଠନିକ ସମ୍ପାଦକ ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ରେଫରୀ ତଥା ସଂଘର ଉପସଭାପତି ସମୀର ସାହୁ, ପ୍ରତିଯୋଗିତା ର ସଂଯୋଜକ ଦୀପକ ସାଗର କୁମାର,ପୂର୍ବତନ ସଭାପତି ମନୋରଞ୍ଜନ ଦାସ ଏବଂ ସଂଘ ର ସଦସ୍ୟ ବିଭିନ୍ନ ଦାୟିତ୍ୱ ନେଇ ସହଯୋଗ କରିଥିଲେ । ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଭାବରେ ଜୟ ପ୍ରକାଶ ଜେନା, ଜଲୀ ପରଭୋଇ, ଶିବାନୀ ଭାଟି,ରୋସାଲିନ ନାୟକ, ଅନନ୍ୟା ବେହେରା, ଶୁଭମ ପଣ୍ଡା, ରଜନୀକାନ୍ତ ଦାସ, ନିଖିଳ ସାହୁ, ଏବଂ ଦମନ୍ତୀ ବାଗ ଆଦିଙ୍କୁ ଅମ୍ପାୟାର ଭାବରେ ସଂଘ ତରଫରୁ ଦାୟିତ୍ୱ ଦିଆଯାଇଥିଲା। ପ୍ରଥମ ଦିନରେ U୧୧,U୧୩,U୧୭, ସାଧାରଣ(ପୁରୁଷ), ଭେଟେରାନ ବିଭାଗ, ମହିଳା ବିଭାଗ ର ସମସ୍ତ ଖେଳ ମିଶି ସର୍ବମୋଟ ୮୬ ଗୋଟି ମ୍ୟାଚ ଧାର୍ଯ୍ୟ କରାଯାଇଥିଲା।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

