ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି କଳା,ସଂସ୍କୃତି,ଐତିହଭରା ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଉପଲକ୍ଷେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସହଯୋଗରେ ଏକ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି ।
ଏହି ପ୍ରତିଯୋଗିତା ଜିଲ୍ଲା ପ୍ରଶାସନ ଓ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ସନ୍ଦୀପ କୁମାର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ହେଉଥିଲା ।ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପ-ଜିଲ୍ଲାପାଳ ପ୍ରଭାତ କୁମାର ପରିଡା ରହିଥିବାବେଳେ ସମ୍ମାନିତ ଅତିଥି ଭାବରେ ଯୋଜନା ଓ ସଂଯୋଜନା ବିଭାଗର ଉପନିର୍ଦ୍ଧେଶକ ଶ୍ରୀକାନ୍ତ ଦଳେଇ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଏବଂ ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ ଡା. ଅଜୟ ମିଶ୍ର ଉପସ୍ଥିତ ରହିଥିଲେ । ସଂଘ ସଭାପତି ପ୍ରଦୀପ ଦାସ ମଂଚାସୀନ ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା, ଉତ୍ତରୀୟ ଏବଂ ସ୍ମାରକୀ ଦେଇ ସ୍ୱାଗତ, ସମ୍ବର୍ଦ୍ଧନା କରିଥିଲେ । ଏହାପରେ ମା ମାଣିକେଶ୍ବରୀଙ୍କ ଫୋଟୋ ଚିତ୍ରରେ ଅତିଥିଗଣଙ୍କ ଦ୍ୱାରା ଧୂପ ଏବଂ ଦ୍ବୀପ ପ୍ରଜ୍ବଳନ କରାଯାଇଥିଲା । ଏହାପରେ ସ୍ୱାମୀ ବିବେକାନନ୍ଦ ଜିଙ୍କ ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ଅବସରରେ ସାମୁହିକ ବନ୍ଦେ ମାତରମ ଗାନ କରାଯାଇଥିଲା।
ପ୍ରତିଯୋଗିତା ର ସାଙ୍ଗଠନିକ ସମ୍ପାଦକ ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମୁଖ୍ୟ ରେଫରୀ ତଥା ସଂଘର ଉପସଭାପତି ସମୀର ସାହୁ, ପ୍ରତିଯୋଗିତା ର ସଂଯୋଜକ ଦୀପକ ସାଗର କୁମାର,ପୂର୍ବତନ ସଭାପତି ମନୋରଞ୍ଜନ ଦାସ ଏବଂ ସଂଘ ର ସଦସ୍ୟ ବିଭିନ୍ନ ଦାୟିତ୍ୱ ନେଇ ସହଯୋଗ କରିଥିଲେ । ସ୍ୱୀକୃତିପ୍ରାପ୍ତ ଅମ୍ପାୟାର ଭାବରେ ଜୟ ପ୍ରକାଶ ଜେନା, ଜଲୀ ପରଭୋଇ, ଶିବାନୀ ଭାଟି,ରୋସାଲିନ ନାୟକ, ଅନନ୍ୟା ବେହେରା, ଶୁଭମ ପଣ୍ଡା, ରଜନୀକାନ୍ତ ଦାସ, ନିଖିଳ ସାହୁ, ଏବଂ ଦମନ୍ତୀ ବାଗ ଆଦିଙ୍କୁ ଅମ୍ପାୟାର ଭାବରେ ସଂଘ ତରଫରୁ ଦାୟିତ୍ୱ ଦିଆଯାଇଥିଲା। ପ୍ରଥମ ଦିନରେ U୧୧,U୧୩,U୧୭, ସାଧାରଣ(ପୁରୁଷ), ଭେଟେରାନ ବିଭାଗ, ମହିଳା ବିଭାଗ ର ସମସ୍ତ ଖେଳ ମିଶି ସର୍ବମୋଟ ୮୬ ଗୋଟି ମ୍ୟାଚ ଧାର୍ଯ୍ୟ କରାଯାଇଥିଲା।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

