ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳା, ସଂସ୍କୃତି ଓ ଇତିହାସ ନୁହେଁ, ବରଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ବିଭିନ୍ନ ଐତିହାସିକ, ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପୀଠସ୍ଥଳୀରୁ ପବିତ୍ର ମଶାଲ ପହଞ୍ଚିବା ପରେ ମା ମାଣିକେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା ସହିତ ମୁଖ୍ୟ ମଶାଲ ବାହାରି ସେଠାରୁ ଅନ୍ୟ ମଶାଲ ସହିତ ମିଶି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମୁଖ୍ୟ ମଞ୍ଚ ସହିଦ ରେଣ୍ଡୋ ମାଝୀ ମଞ୍ଚ ପର୍ଯ୍ୟନ୍ତ ଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମଶାଲ କମିଟିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲଙ୍କ ସହିତ ମଶାଲ ଶୋଭାଯାତ୍ରାରେ ନୋଡାଲ ଅଧିକାରୀ ଶ୍ରୀକାନ୍ତ ଦଳେଇ,
ସହ ଅଧ୍ୟକ୍ଷା ସନ୍ତୋଷିନୀ ଦାସ, ଆବାହକ ଯଯାତି କେଶରୀ ନାୟକ, ପ୍ରଦୀପ କୁମାର ଦାସ,ସହ ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

