ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳା, ସଂସ୍କୃତି ଓ ଇତିହାସ ନୁହେଁ, ବରଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ବିଭିନ୍ନ ଐତିହାସିକ, ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପୀଠସ୍ଥଳୀରୁ ପବିତ୍ର ମଶାଲ ପହଞ୍ଚିବା ପରେ ମା ମାଣିକେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା ସହିତ ମୁଖ୍ୟ ମଶାଲ ବାହାରି ସେଠାରୁ ଅନ୍ୟ ମଶାଲ ସହିତ ମିଶି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମୁଖ୍ୟ ମଞ୍ଚ ସହିଦ ରେଣ୍ଡୋ ମାଝୀ ମଞ୍ଚ ପର୍ଯ୍ୟନ୍ତ ଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମଶାଲ କମିଟିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲଙ୍କ ସହିତ ମଶାଲ ଶୋଭାଯାତ୍ରାରେ ନୋଡାଲ ଅଧିକାରୀ ଶ୍ରୀକାନ୍ତ ଦଳେଇ,
ସହ ଅଧ୍ୟକ୍ଷା ସନ୍ତୋଷିନୀ ଦାସ, ଆବାହକ ଯଯାତି କେଶରୀ ନାୟକ, ପ୍ରଦୀପ କୁମାର ଦାସ,ସହ ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

