ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ମନ୍ଦାର ବଗିଚା ପଡା ପଲ୍ଲୀ ବୈଠକ କ୍ଷତ୍ରିୟ ପାଇକ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପୂର୍ବତନ ଜିଲ୍ଲା ସମ୍ପାଦକ ପଦ୍ମନାଭ ରାଜୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ପୂର୍ବତନ କୁଳପତି ଭବାନୀ ଶଙ୍କର ବଣୁଆ ଉପସ୍ଥିତ ରହିଥିଲେ।ଏହି ବୈଠକ ପଲ୍ଲୀ ସମ୍ପାଦକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ପ୍ରଥମେ ଶ୍ରୀରାମଚନ୍ଦ୍ର ଙ୍କ ପ୍ରତିମୃତ୍ତି ରେ ପୂଜାର୍ଚ୍ଚନା କରାଯାଇ ସଭା ପରିଚାଳନା କରାଯାଇଥିଲା।ବୈଠକରେ ପୂର୍ବରୁ ବାଛନ୍ଦ ଥିବା ସଦସ୍ୟ ମାନଙ୍କୁ କିପରି ପୁନର୍ବାର ସମାଜ ର ରୀତିନୀତି ରେ ରହିବେ ତାକୁନେଇ ସମସ୍ତ ସଦସ୍ୟଙ୍କ ବିଚାର କୁ ନେଇଆଲୋଚନା କରାଯାଇଥିଲା ପରେପରେ ସମାଜର ଆୟ ବେୟ କୁ ନେଇ ଆଲୋଚନା ହୋଇଥିଲା। ସମାଜ କିପରି ମଜଭୁତ ହେବ ତାକୁନେଇ ନୂତନ ସଦସ୍ୟ ଚୟନ କରାଯାଇ ଥିଲା।ସେମାନଙ୍କ ମଧ୍ୟରୁ ପଲ୍ଲୀ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ରାୟ, ସାଧାରଣ ସମ୍ପାଦକ ଅଭିନ୍ନ ପ୍ରଦାନୀ,ଉପସଭାପତି ଭୁବନେ ନାୟକ,କୋଷାଧ୍ୟକ୍ଷ ମନୋଜ କୁମାର ବିଶି,ଏବଂ ସହ ସମ୍ପାଦକ ଅଭୟ ପ୍ରଧାନୀ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲ ଏବଂ ଆସନ୍ତା ଦିନରେ ମଣ୍ଡଳ,ଉପମଣ୍ଡଳ, କୁ ନେଇ ବୈଠକ କରାଯିବ ବୋଳି ଗୃହୀତ କରାଯାଇଥିଲା।ଏହି ବୈଠକରେ ପଲ୍ଲୀର ସଦସ୍ୟ ମାନେ ଉପସ୍ଥିତ ରହି ନିଜନିଜର ମତପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରAugust 19, 2026ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ
ଜିଲ୍ଲା ଖବରAugust 19, 2026କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି

