ନ୍ୟୁଜଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ର ମୁଖ୍ୟ ରାସ୍ତା ରେ ଵୁଳୁଥିଵା ଗାଈଗୋରୁ ଙ୍କୁ ଆଜି ବିଜ୍ଞାପିତ ଅଂଚଳ ନିଜ ଅକ୍ତିଆର ରେ ଆଣି ଵୁଜୁ କଲ୍ୟାଣ ମଣ୍ଡପ ଠାରେ ରଖାଯାଇଛି ଵେଳି ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ସୂଚନା ଦିଆଯାଇଛି। ଗାଈଗୋରୁ ଧର୍ମଗଡ଼ ସହର ମୁଖ୍ୟ ରାସ୍ତା ରେ ଅବାଧ ଯାତାୟତ ଯୋଗୁଁ ଅତୀତରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ନିରୀହ ଜୀବନ ହାନି ହୋଇଥିବାର ଅଭିଯୋଗ ହୋଇଆସୁଥିଲା । ଏହାକୁ ଦୃଷ୍ଟି ରେ ରଖି, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ବୁଲା ଗାଈ ଗୋରୁଙ୍କୁ ନିଜ ଅକ୍ତିଆର ରେ ଆଣି ସେମାନଙ୍କୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଦିନ ୨୮ ଗୋଟି ଗୋରୁ ଗାଈ ଙ୍କୁ ଅଟକ ରଖାଯାଇଛି ଓ ତାଙ୍କୁ ବିଜ୍ଞାପିତ ଅଂଚଳ ର ନିଜସ୍ଵ ପାଣ୍ଠିରୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି| ଯେଉଁ ଗାଈଗୋରୁ ମାଳିକ ଅଟକ ରଖିବାର ତିନି ଦିନ ମଧ୍ୟରେ ସଂପୃକ୍ତ ମାଲିକ ଦାବିକରି ଜୋରିମାନା ଟଙ୍କା ପୈଠ ଏବଂ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ନ କରନ୍ତି, ତେବେ ଉକ୍ତ ଗାଈଗୋରୁ ମାନଙ୍କର ଲାଳନପାଳନ ପାଇଁ ବଲାଙ୍ଗିର ଗୋଶାଳା କୁ ପଠାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

