ନ୍ୟୁଜଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଂଚଳ ର ମୁଖ୍ୟ ରାସ୍ତା ରେ ଵୁଳୁଥିଵା ଗାଈଗୋରୁ ଙ୍କୁ ଆଜି ବିଜ୍ଞାପିତ ଅଂଚଳ ନିଜ ଅକ୍ତିଆର ରେ ଆଣି ଵୁଜୁ କଲ୍ୟାଣ ମଣ୍ଡପ ଠାରେ ରଖାଯାଇଛି ଵେଳି ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପକ୍ଷରୁ ସୂଚନା ଦିଆଯାଇଛି। ଗାଈଗୋରୁ ଧର୍ମଗଡ଼ ସହର ମୁଖ୍ୟ ରାସ୍ତା ରେ ଅବାଧ ଯାତାୟତ ଯୋଗୁଁ ଅତୀତରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ନିରୀହ ଜୀବନ ହାନି ହୋଇଥିବାର ଅଭିଯୋଗ ହୋଇଆସୁଥିଲା । ଏହାକୁ ଦୃଷ୍ଟି ରେ ରଖି, ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ବୁଲା ଗାଈ ଗୋରୁଙ୍କୁ ନିଜ ଅକ୍ତିଆର ରେ ଆଣି ସେମାନଙ୍କୁ ବିଜୁ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଦିନ ୨୮ ଗୋଟି ଗୋରୁ ଗାଈ ଙ୍କୁ ଅଟକ ରଖାଯାଇଛି ଓ ତାଙ୍କୁ ବିଜ୍ଞାପିତ ଅଂଚଳ ର ନିଜସ୍ଵ ପାଣ୍ଠିରୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି| ଯେଉଁ ଗାଈଗୋରୁ ମାଳିକ ଅଟକ ରଖିବାର ତିନି ଦିନ ମଧ୍ୟରେ ସଂପୃକ୍ତ ମାଲିକ ଦାବିକରି ଜୋରିମାନା ଟଙ୍କା ପୈଠ ଏବଂ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ନ କରନ୍ତି, ତେବେ ଉକ୍ତ ଗାଈଗୋରୁ ମାନଙ୍କର ଲାଳନପାଳନ ପାଇଁ ବଲାଙ୍ଗିର ଗୋଶାଳା କୁ ପଠାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

