ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସଦର ବ୍ଲକର ଗୁଡ଼ିଆଲିପଦର ପଞ୍ଚାୟତ ଅଧିନସ୍ଥ ଭେଜିପଦର ଖେଳପଡିଆ ଠାରେ “ଗୁଡ଼ିଆଲିପଦର ପଞ୍ଚାୟତ କ୍ରିକେଟ କ୍ଲବ”ର ଯୁବ ସଦସ୍ୟ ମାନଙ୍କ ଦ୍ୱାରା ଉକ୍ତ ଗ୍ରାମର ଯୁବ କ୍ରିକେଟ ଖେଳାଳି ସ୍ବର୍ଗତ ବିକ୍ରମ କରୁଆଁ ଙ୍କ ସ୍ମୃତିରେ “ପ୍ରଥମ ବିକ୍ରମ ମେମୋରିଆଲ ବ୍ଲକ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ” ଆୟୋଜନ କରାଯାଇଅଛି । ନର୍ଲା ଆର ଆର ୱାରିଅର ଏବଂ ଆୟୋଜକ ଦଳ ସୁପରକିଙ୍ଗ, ଭେଜିପଦର ମଧ୍ୟରେ ଚାଲିଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ ଉପସ୍ଥିତ ରହି ଦୁଇ ଦଳର ସମସ୍ତ ଖେଳାଳୀ, ଅମ୍ପାୟାର ଏବଂ ଆୟୋଜକ କମିଟି ର ସଭାପତି ବସନ୍ତ କୁମାର ନାଏକ, ସମ୍ପାଦକ ଯଶୋବନ୍ତ କରୁଆଁ, ଉପସଭାପତି ଦୀନେଶ ଦୁର୍ଗା ତଥା ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନଙ୍କୁ କ୍ରିକେଟ ପ୍ରତିଯୋଗିତା ପାଇଁ ଧନ୍ୟବାଦ ଜଣାଇବା ସହ ଉତ୍ସIହିତ କରିଥିଲେ । ସମ୍ମାନିତ ଅତିଥି ବ୍ୟାଡ଼ମିଣ୍ଟନ ଖେଳର ଜାତୀୟ ଅମ୍ପାୟାର ତଥା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର ଏବଂ ଯୁବ ଉଦ୍ୟୋଗୀ ତଥା ସ୍ଥାନୀୟ ସ୍ୱରାଜ ଟ୍ରାକ୍ଟର ର ମାଲିକ ପ୍ରମିତ କୁମାର ତୋମାର ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଆୟୋଜକ କମିଟିର ଅରକିତ ସୁନାନୀ, ସୁରଜିତ ପ୍ରଧାନ, କିଷାନ ଦୁର୍ଗା, ଅମିତ ଭୋଇ, ତିରୁପତି ସୁନା, ଅମ୍ପାୟାର ବିପ୍ଳବ ସିଂ, ସୁମିତ ପଟ୍ଟନାୟକ ଆଦି ସହଯୋଗ କରିଥିବାବେଳେ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ର ଗଣିତ ବିଭାଗର ପ୍ରଫେସର ପ୍ରଦୀପ ପ୍ରଧାନ ମେଣ୍ଟର ଭାବରେ ସମସ୍ତଙ୍କୁ ମାର୍ଗଦର୍ଶନ ଦେଇଥିଲେ ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

