ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭାରତୀୟ ଜାତୀୟ କଂଗ୍ରେସ ର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଳ ଗାନ୍ଧୀ ଙ୍କ ନାମରେ ନ୍ୟାସନାଲ ହେରାଲ୍ଡ ମିଥ୍ୟା ମାମଲା ରେ ସରକାର ଫସାଇ ଦିର୍ଘ ଏକ ଦଶନ୍ଧି ଧରି ଅଯଥା ବଦନାମ କରିବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।ଜିଲ୍ଲା କଂଗେସ ସଭାପତି ଜଳନ୍ଧର ନାଏକ ଙ୍କ ନେତୃତ୍ୱ ରେ ଅନୁଷ୍ଟିତ ମଶାଲ ଶୋଭାଯାତ୍ରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଷ୍ଟାଚ୍ୟୁ ଏବଂ ଗାନ୍ଧୀ ମାର୍ଗ ପର୍ୟ୍ୟନ୍ତ ହୋଇଥିଲା। ଶୋଭାଯାତ୍ରା ରେ ଉପ ସଭାପତି ଉଛବ ସାହୁ,ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ,ଧନୁର୍ଦ୍ଧର ଗହୀର, ସୁବାଷ ପ୍ରଧାନ,ମହମ୍ମଦ ସାହେବ, ସନ୍ତୋଷ ପ୍ରଧାନ, ସିଦ୍ଧାର୍ଥ ନାୟକ, ଇନ୍ଦ୍ରଜିତ୍ ମହାଖୁଡ, କୁମୁଦ ପଟନାୟକ, ସୁକାନ୍ତି ସରାଫ, ମାଣିକ୍ଯ ସୁନା, ସୁକାନ୍ତ ବିଶି, ମନ୍ଦାକିନି ବାଣୁଆ, ଲିଙ୍ଗରାଜ ନାୟକ, ସନ୍ତୋଷ ମୁଣ୍ଡ, ସୁଦର୍ଶନ ବିଶ୍ଵାଳ, ତାରିଣୀ ନାୟକ, ବାବା ଖାନ, ନିମାଞ୍ଚଳ ନାଏକ ପ୍ରମୁଖ ଉପସ୍ଥିତ ରହି ରେଳିରେ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

