ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ହୋଣ୍ଡା ମୋଟର ସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍.ଏମ୍.ଏସ୍.ଆଇ.) କଳାହାଣ୍ଡି ଜିଲ୍ଲାରେ ଅଲ୍ ନ୍ୟୁ ସିବି ୧୨୫ ହର୍ନେଟ ଏବଂ ୧୦୦ ସିସି ଡିଏକ୍ସ ମୋଟର ସାଇକେଲ ବିକ୍ରୟ ଆରମ୍ଭ କରିଛି। ଭବାନୀପାଟଣାସ୍ଥିତ ମହେଶ ହୋଣ୍ଡା ପକ୍ଷରୁ ବିକ୍ରୟର ଶୁଭାରମ୍ଭ କରାଯାଇଛି। ମହେଶ ହୋଣ୍ଡାର ମାଲିକ ମନୋଜ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଭବାନୀପାଟଣା ସହରର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ୧୨୫ ହର୍ନେଟ ନୂତନ ବିକ୍ରୟ ମୋଟର ସାଇକେଲକୁ ବୟୋଜ୍ୟେଷ୍ଠ ବ୍ୟବସାୟୀ ଜଗମୋହନ ଅଗ୍ରୱାଲ ଉଦ୍ଘାଟିତ କରିଥିବା ବେଳେ ମହେଶ ହୋଣ୍ଡା ପରିବାରର ସଦସ୍ୟ ମହେଶ ଅଗ୍ରୱାଲ, ଓମ୍ପ୍ରକାଶ, ସୁନିଲ, ହରେଶ, ଯଶୋବନ୍ତ ଓ ଚୈତନ୍ୟ ଅଗ୍ରୱାଲ ଉପସ୍ଥିତଥିଲେ। ସେହିଭଳି ୧୦୦ ସିସି ଡିଏକ୍ସ ନୂତନ ମୋଟର ସାଇକେଲକୁ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ କୁମାର ବେହେରା, ଦାୟିତ୍ୱରେ ଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ନିହାରେନ୍ଦ୍ର କୁମାର ପଣ୍ଡା ମିଳିତ ଭାବରେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମହେଶ ହୋଣ୍ଡାର ମାଲିକ ମନୋଜ କୁମାର ଅଗ୍ରୱାଲ ଏହି ନୂତନ ଦୁଇଗୋଟି ମୋଟର ସାଇକେଲ ଆଗାମି ପିଢିର ଚାଳକମାନଙ୍କୁ ଲକ୍ଷକରି କମ୍ପାନୀ ନିର୍ମାଣ କରିଛି। ଗ୍ରାହକମାନଙ୍କର ପରବର୍ତ୍ତୀ ଆବଶ୍ୟକତା ପୂରଣ କରିବା ସକାଶେ ସାଇନ୍ ୧୦୦ ଡିଏକ୍ସରେ ଏକ ଡିଜିଟାଲ ଏଲ୍ସିଡି ଇନ୍ଣ୍ଟ୍ରୁମେଣ୍ଟ କ୍ଲଷ୍ଟର୍ ଖଞ୍ଜା ଯାଇଛି। ଯାହା ମାଇଲେଜ, ଇନ୍ଧନ ଶେଷ ହେବାକୁ ଥିବା ଦୁରତା ଏବଂ ସର୍ଭିସ୍ ଅବଧି ସମ୍ପର୍କରେ ସୂଚନା ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥି, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସବ୍ଡିଲର୍ ଓ ଉପସ୍ଥିତ ଜନସାଧାରଣଙ୍କୁ ହୋଣ୍ଡା ସୋରୁମ୍ର ମାଲିକ ଶ୍ରୀ ଅଗ୍ରୱାଲ ଧନ୍ୟବାଦ ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

