ସଞ୍ଚୟ ପକ୍ଷ ଅବସରରେ ସୁକନ୍ୟା ସମୃଦ୍ଧି ଯୋଜନା ର ସଚେତନତା କାର୍ଯ୍ୟକ୍ରମ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି ,ଭବାନୀପାଟଣା: ପିଏମ୍ ଶ୍ରୀ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ଠାରେ ସଞ୍ଚୟ ପକ୍ଷ ଅବସରରେ ଛାତ୍ରୀ ଓ ଅଭିଭାବକ ମାନଙ୍କ ଉପଲକ୍ଷେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ସୁକନ୍ୟା ସମୃଦ୍ଧି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସୁକନ୍ୟା ସମୃଦ୍ଧି ଯୋଜନା ରେ ଅର୍ଥ ଜମା ପୂର୍ବକ ନିଜ ଝିଅ ର ଉଚ୍ଚ ଶିକ୍ଷା , ଭବିଷ୍ୟତ,ଆର୍ଥିକ ସୁରକ୍ଷା,ସାମାଜିକ ଓ ପାରିବାରିକ ସଶକ୍ତିକରଣ କରିବା ଦିଗରେ ସମସ୍ତେ ଉଦ୍ୟମ କରିବାକୁ ଆହ୍ୱାନ କରିଥିଲେ।
ସୁକନ୍ୟା ସମୃଦ୍ଧି ଯୋଜନା କନ୍ୟା ସନ୍ତାନମାନଙ୍କ ଉଚ୍ଚ ଶିକ୍ଷା, ଭବିଷ୍ୟତ ଓ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ବିଶେଷ ସହାୟକ ହେଉଛି।୧୦ ବର୍ଷ ରୁ କମ୍ ବୟସର ଝିଅ ମାନଙ୍କ ନାମରେ ନିକଟସ୍ତ ଡାକଘର କିମ୍ବା ଅଧିକୃତ ବ୍ୟାଙ୍କ୍ ମାନଙ୍କରେ ୮.୨ ସୁଧ ହାର ବିଶିଷ୍ଟ ସଞ୍ଚୟ ଜମା ଖାତା ଖୋଲା ଯାଇପାରିବ,ଯାହାକି ୨୧ ବର୍ଷ ବୟସରେ ପରିପକ୍ୱତା ଲାଭ କରିବ।
ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ପି ଏମ୍ ଶ୍ରୀ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ର ୧୪ ଜଣ ଛାତ୍ରୀ ଓ ତାଙ୍କର ଅଭିଭାବକ ମାନଙ୍କୁ ସୁକନ୍ୟା ସମୃଦ୍ଧି ଯୋଜନା ସଞ୍ଚୟ ଜମା ଖାତା ପ୍ରଦାନ କରିଥିଲେ। ସହ ନିର୍ଦ୍ଦେଶକ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ବିବେକାନନ୍ଦ ମହାନନ୍ଦ ଜିଲ୍ଲା ରେ ଗତ ୩୧.୧୦.୨୦୨୬ ରୁ ୧୪.୧୧.୨୦୨୬ ପର୍ଯ୍ୟନ୍ତ ଚାଲିଥିବା ସଞ୍ଚୟ ପକ୍ଷ ଅବସରରେ ଏହି ଯୋଜନାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ବିଶେଷ କରି ବିଦ୍ୟାଳୟରେ ପଢୁଥିବା କନ୍ୟା ମାନଙ୍କ ପିତା ମାତା ଏହି ସଞ୍ଚୟ ଜମା ଖାତା ଖୋଲିଛନ୍ତି ଯାହାକି ଝିଅ ମାନଙ୍କ ଉଚ୍ଚ ଶିକ୍ଷା ଓ ଆର୍ଥିକ ଅଭିବୃଦ୍ଧି ରେ ବିଶେଷ ସହାୟକ ହେବ ବୋଲି କହିଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନୀତ ଅତିଥି ଭାବେ ଡି ଇ ଓ ରାଧାକାନ୍ତ ଛତ୍ରୀ,ଡି ଆଇ ପି ଆର୍ ଓ ମନୋଜ ବେହେରା,ସହକାରୀ ଡାକ ଅଧିକ୍ଷକ ତାପସ ପେରାଇ,ଡି ଏସ ଏସ ଦୁଷ୍ମନ୍ତ ପାଢ଼ୀ, ବି ଇ ଓ ଭବାନୀପାଟଣା ଆଚାରୀ ଶବର, ଡି ପି ଇ ଓ ରୂପ ସିଂ ରାଉତ,ପ୍ରଧାନ ଶିକ୍ଷୟତ୍ରୀ ଇଲା ରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ନେଗି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ।
ଏହି ଅବସରରେ ସ୍ଥାନୀୟ ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ସବୁଜ ପରିବେଶ ପାଇଁ ଅତିଥି ମାନେ ସଞ୍ଚୟ ବୃକ୍ଷ ରୋପଣ କରିଥିଲେ ଓ ସୁକନ୍ୟା ସମୃଦ୍ଧି ଯୋଜନା ର ୭ ଜଣ ଛାତ୍ରୀ ଓ ଅଭିଭାବକ ମାନଙ୍କୁ ସଞ୍ଚୟ ଜମା ଖାତା ପ୍ରଦାନ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts