ନ୍ୟୁଜ ଗ୍ୟାଲେରି, ରାୟଗଡ:ରାୟଗଡ଼ ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସିନ୍ଦିପଦର ଗ୍ରାମର ମେଧାବୀ ଛାତ୍ର ଆୟୁଷ୍ମାନ ସତ୍ୟ ନାଚିକା ଚଳିତ ବର୍ଷ ଭାରତୀୟ ବୈଷୟିକ ଶିକ୍ଷା ଅନୁଷ୍ଠାନ ମାଡ୍ରାସରେ ନାମ ଲେଖିବା ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ବାପା ବଦ୍ରୁ ନାଚିକା ମୃତ୍ୟବରଣ କରିଥିବା ବେଳେ ତାଙ୍କର ମା ସାଲେମା ନାଚିକାଙ୍କ ବୟସାଧିକ ହେତୁ ପରିବାର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସୁଦୂର ମାଡ୍ରାସରେ ଯାଇ ପାଠ ପଢିବା ସମ୍ଭବପର ହୋଇପାରିବ ନାହିଁ ବୋଲି ଜିଲ୍ଲାପାଳ ରୟାଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶିବିରରେ ଆର୍ଥିକ ସହାୟତା ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ । ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ଅନୁମୋଦନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଆୟୁଷ୍ମାନ ସତ୍ୟ ନାଚିକାଙ୍କୁ ୬୦ହଜାର ଟଙ୍କାର ସହାୟତାରାଶି ପ୍ରଦାନ କରିଥିଲେ ।ସତ୍ୟ ନାଚିକାଙ୍କ ଏହି ଅଭିନବ ଯାତ୍ରା ପାଇଁ ଜନସାଧାରଣ ଓ ପ୍ରଶାସନ ପକ୍ଷରୁ ଅଭିନନ୍ଦନ ଜଣାଯାଈଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

