ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍

ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବସଷ୍ଟାଣ୍ଡରେ ଚିତାବାଘ କବୁକରିବା ମକ୍ ଡ୍ରିଲ୍ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ବନ ବିଭାଗ ପକ୍ଷରୁ କରା ଯାଇଥିଲା ଏହି ସ୍ୱତନ୍ତ୍ର ସଚେତନତାମୂଳକ ଅଭ୍ୟାସ । ଜନଗହଳିପୂର୍ଣ୍ଣ ସ୍ଥାନକୁ ଚିତାବାଘ ପଶିଆସିଲେ କିଭଳି ତାକୁ ସୁରକ୍ଷିତ ଭାବେ କାବୁ କରାଯିବା, ତାହାର ଦିଆଯାଇଥିଲା ଡେମୋ ଏହାସହ ଏଭଳି ଜରୁରୀ ପରିସ୍ଥିତିରେ ଲୋକେ କିଭଳି ନିଜକୁ ସୁରକ୍ଷିତ ରଖିବେ ସେନେଇ ମଧ୍ୟ କରାଯାଇଥିଲା ସଚେତନ ।
ଜାତୀୟ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ବନ ବିଭାଗ ଏହି ମକ୍ ଡ୍ରିଲ୍ ଆୟୋଜନ କରିଥିଲା । ଜନବସତି କିମ୍ବା ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ବନ୍ୟଜନ୍ତୁ ପଶିଆସିଲେ,ବନ ବିଭାଗ କିଭଳି ତୁରନ୍ତ ଓ ସୁରକ୍ଷିତ ଭାବେ ଉଦ୍ଧାର କରିବ,ତାହାର ଅଭ୍ୟାସ କରାଯାଇଥିଲା । ଏହାସହ ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ଭୟଭୀତ ହୋଇ ଦୌଡ଼ାଦୌଡ଼ି ନକରିବା, ବନ୍ୟଜନ୍ତୁଠାରୁ ନିରାପଦ ଦୂରତା ବଜାୟ ରଖିବା ଏବଂ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ନେଇ ସଚେତନ କରାଯାଇଥିଲା । ତେବେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସହ ମଣିଷର ଜୀବନ ସୁରକ୍ଷା ପାଇଁ ଏଭଳି ମକ୍ ଡ୍ରିଲ୍ ଆୟୋଜନ କରାଯାଇଥିବା କହିଛନ୍ତି ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts