ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ବଳଧିଆମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ତାଲା ପକାଇଲେ ଲୋକେ।ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ସ୍କୁଲର କିଛି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଓ ବିଭିନ୍ନ ସମୟରେ ତାଙ୍କୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇଁ ଜୁନାଗଡ଼ ବିଇଓଙ୍କ ଠାରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଅପରାହ୍ନରେ ଜୁନାଗଡ଼ ଶିକ୍ଷା ବିଭାଗର ବିଆରସିସି ସୁଶାନ୍ତ ଠାକୁର,ଏ ବିଇଓ କ୍ଷୀରୋଦ ଭୋଇ, ଶିକ୍ଷୟତ୍ରୀ ଚିନ୍ମୟୀ ପରିଡା ସ୍କୁଲକୁ ଯାଇଥିଲେ। ତେବେ ଏହି ସମୟରେ ଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ କୁ ଉତ୍ୟକ୍ତ ହୋଇ ଆସିବାରୁ ଭୟରେ ପ୍ରଧାନ ଶିକ୍ଷକ ମେହେର ସ୍କୁଲ ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। ସେହିପରି ଉପସ୍ଥିତ ଗ୍ରାମବାସୀ ମାନେ ମଧ୍ୟ ଆଗ ପଟରୁ ତାଲା ପକାଇ ଦେଇଥିଲେ। ପରେ ସେଠାରେ ପରିସ୍ଥିତି ଅଣାୟତ ହେବାରୁ ଜୁନାଗଡ଼ ବିଇଓ ତପନ ମାଝୀ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଜୁନାଗଡ଼ ପୋଲିସ ଘଟଣା ସ୍ଥଳକୁ ପହଞ୍ଚିଥିଲା। ସ୍କୁଲର ଭିତରୁ ପ୍ରଧାନ ଶିକ୍ଷକ ମେହେରଙ୍କୁ ପୋଲିସ ଉଦ୍ଧାର କରି ଗାଡ଼ିରେ ବସାଇବାବେଳେ ସ୍ଥାନୀୟ ଲୋକେ ପୋଲିସ ଗାଡିକୁ ଛାଡି ନ ଥିଲେ। ଯାହାଫଳରେ ଦୀର୍ଘ ସମୟ ଧରି ସେଠାରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଏହାଯୋଗୁଁ ସ୍କୁଲ ଆଗରେ ଯାଇଥିବା ୨୬ ନଂ ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଏପରିକି ପ୍ରଧାନ ଶିକ୍ଷକ ମେହେରଙ୍କୁ ସ୍କୁଲ ବାହାରକୁ ଆଣିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଥିଲା। ପ୍ରାୟ ଘଣ୍ଟାଏ ପରେ ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ଆଣିବାରେ ସକ୍ଷମ ହୋଇଥିଲା। ଏ ନେଇଁ ଜୁନାଗଡ଼ ବିଇଓ ତପନ ମାଝୀଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ୨ଏବିଇଓ ଜଣେ ଶିକ୍ଷୟତ୍ରୀଙ୍କୁ ପଠାଯାଇଥିଲା। ବୁଧବାର ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ।
Latest entries
ରାଜ୍ୟ ଜିଲ୍ଲା ଖବରAugust 4, 2026ଡାକ୍ତରୀ ପିଜି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ
ରାଜ୍ୟ ଜିଲ୍ଲା ଖବରJuly 31, 2026ନିଖିଳ ଓଡ଼ିଶା ସମ୍ପ୍ରସାରଣ ଅଧିକାରୀ ମହାସଂଘ (AOEOA) ର ଜିଲ୍ଲା ସ୍ତରୀୟ ବୈଠକ
ଜିଲ୍ଲା ଖବରJuly 31, 2026ଗୁରୁ ଚରଣ ସେବା ହିଁ ମୁକ୍ତିମାର୍ଗ, ଗୁରୁ କର୍ମ ଗୁରୁ ଧର୍ମ ଗୁରୁ ହିଁ ସ୍ବର୍ଗ
ଜିଲ୍ଲା ଖବରJuly 31, 2026ମନ୍ଥର ଗତିରେ ଚାଲିଛି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆପ୍ରୋଚ ରାସ୍ତା ଉପରେ ୩ ଫୁଟ ପାଣି ପ୍ରବାହିତ

