Oplus_131072

ପତାକା ଉତ୍ତୋଳନ ସହିତ ମହାବୀର ମହୋତ୍ସବ ଶହ ଶୁଭାରମ୍ଭ

0 minutes, 0 seconds Read

ଭବାନୀପାଟଣା:କଳା, ସଂସ୍କୃତି, ଲୋକକଳା, ଲୋକନାଟକ ଆଦି ଲୋକ ପରମ୍ପରାର ଅନନ୍ୟ ବାର୍ତ୍ତାବହ, ପ୍ରତିଭା ଓ ପୂଜ୍ୟପୂଜାର ମହାସଙ୍ଗମ ମହାବୀର ମହୋତ୍ସବ -୨୦୨୬ ଆଜି ମହାବୀର ସାଂସ୍କୃତିକ ଅନୁଷ୍ଠାନର ପତାକା ଉତ୍ତୋଳନ ସହିତ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସୁନୀଲ କୁମାର ବେହେରା ଅନୁଷ୍ଠାନର ପତାକା ଉତ୍ତୋଳନ କରିଥିବାବେଳେ ଉପସଭାପତି ସଞ୍ଜୟ କୁମାର, ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ, ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ମହୋତ୍ସବର ଅୟମାରମ୍ଭ ପୂର୍ବରୁ ନିମ୍ନ  ପ୍ରାଥମିକ, ଉଚ୍ଚ ପ୍ରାଥମିକ, ହାଇସ୍କୁଲ ସ୍ତରର ପ୍ରତିଯୋଗୀମାନଙ୍କୁ ନେଇ ଚିତ୍ରାଙ୍କନ, କଣ୍ଠ ସଙ୍ଗୀତ, ସାଧାରଣ ଜ୍ଞାନ ପ୍ରତିଯୋଗିତା ଏବଂ କଲେଜସ୍ତରର ପ୍ରତିଯୋଗୀମାନଙ୍କୁ ନେଇ ବତ୍କୃତା, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏସବୁ ପ୍ରତିଯୋଗିତାରେ ସହସ୍ରାଧିକ ପ୍ରତିଯୋଗୀ ଭାଗ ନେଇଥିବାବେଳେ ବିଭିନ୍ନ ବର୍ଗରେ ପ୍ରାୟ ଶତାଧିକ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କୁ ମହୋତ୍ସବର ବିଭିନ୍ନ ଦିନରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts