ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ମା ମାଣିକେଶ୍ଵରୀଙ୍କ ସେବକ ଧବଳେଶ୍ଵର ବାହୁକ୍ ଙ୍କ ସ୍ମୃତିରେ ମାଣିକ୍ୟ ସଂଗଠନ ପକ୍ଷରୁ ସ୍ଥାନୀୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ତଥା ବ୍ରାହ୍ମଣ ସମାଜ କଳାହାଣ୍ଡିର ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ସଭାରେ ଅମଲା ସଂଘର ବରିଷ୍ଠ ଉପଦେଷ୍ଟା ରୂପ କେଶରୀ ଦଳେଇ, କଳିଙ୍ଗ ପାଇକ ସେନାର ସାଧାରଣ ସମ୍ପାଦକ ହେମନ୍ତ ରାୟ, କଳାହାଣ୍ଡି ପାଇକ ସମାଜର ପ୍ରଦୀପ କୁମାର ଧଙ୍ଗଡାମାଝୀ, ମାଣିକ୍ୟ ସଂଗଠନର ଦୂର୍ବାଦଳ ସିଂ, ଅମୀୟ ସାହୁ, ବିଷ୍ଣୁ ଚରଣ ସ୍ୱାଇଁ, ସମାଜ ସେବୀ ସୁନିଲ ଶତପଥୀ ସମେତ ବହୁ ବୁଦ୍ଧିଜୀବୀ ସ୍ବର୍ଗତ ବାହୁକ୍ ଙ୍କ ସ୍ମୃତି ଚାରଣ କରିଥିଲେ।

ସୂଚନା ଯୋଗ୍ୟ ଯେ ମାଣିକେଶ୍ଵରୀ ଙ୍କ ସେବକ ଧବଳେଶ୍ଵର ବାହୁକ୍ ଅଗଷ୍ଟ ୨୩ ତାରିଖ ମଧ୍ୟାହ୍ନ ୧୩ ଟାରେ ୭୫ ବର୍ଷ ବୟସରେ ସଦର ବ୍ଲକ୍ ଅନ୍ତର୍ଗତ ଦଙ୍ଗରୀଗୁଡା ସ୍ଥିତ ବାସ ଭବନରେ ପରଲୋକ ହୋଇ ହୋଇଥିଲା। ସେ ଗତ ତିନିମାସ ହେଲା ଅସୁସ୍ଥ ଥିଲେ ଓ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ସ୍ବର୍ଗତ ବାହୁକ୍ ନିଜ ପିତା ନରସିଂହ ବାହୁକ୍ ଙ୍କ ଅନ୍ତେ ଦୀର୍ଘ ୩୫ ବର୍ଷ ହେଲା କଳାହାଣ୍ଡି ଇଷ୍ଟ ଦେବୀ ମା ମାଣିକେଶ୍ଵରୀଙ୍କ ସେବାକାରୀ ବାହୁକ୍ ଭାବରେ ସେବା କରି ଆସୁଥିଲେ। ମାଣିକେଶ୍ଵରୀଙ୍କ ଶାରଦୀୟ ଉତ୍ସବ ଓ ବାସନ୍ତିକ ଉତ୍ସବରେ ପ୍ରାୟ ଦୁଇ ମାସ ଧରି ଭବାନୀପାଟଣାରେ ଅବସ୍ଥାନ କରି ମାଣିକେଶ୍ଵରୀଙ୍କ ସେବା ନିଷ୍ଠା ଓ ଭକ୍ତିର ସହ ସମ୍ପାଦନ କରୁଥିଲେ। ବିଶେଷ କରି ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ସ୍ବର୍ଗତ ବାହୁକ୍ ମାଆଙ୍କର ଦୁଇଟି ଖଡ୍ଗ ଧରି ଛତର ସହ ଆସୁଥିଲେ। ଜେନାଖାଲ ଠାରେ ଦେବୀଙ୍କ ଗୁପ୍ତ ପୂଜା ବିଧି ସେ ସମ୍ପାଦନ କରୁଥିଲେ। ତାଙ୍କରି ବିୟୋଗରେ ମାଣିକେଶ୍ଵରୀ ମନ୍ଦିର ପୂଜକ ଓ ସେବାକାରୀ ସମୂହ ସମେତ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ, କଳାହାଣ୍ଡି ରାଜପୁତ କ୍ଷତ୍ରିୟ ସମାଜ, କଳିଙ୍ଗ ପାଇକ ସେନା ଓ ବହୁ ମାଣିକେଶ୍ଵରୀଙ୍କ ଶ୍ରଦ୍ଧାଳୁ ଶୋକ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟାରେ ନିଜ ବାସ ଗ୍ରାମ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଜ୍ୟେଷ୍ଠ ପୁତ୍ର ଭୁବନେଶ୍ୱର ମୁଖାଗ୍ନୀ ଦେଇଥିଲେ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

