ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କଳାହାଣ୍ଡି ବିଜେଡି ପୂର୍ବତନ ଟାଉନ କାର୍ଯ୍ୟକାରୀ ସଭାପତି ତଥା ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରବୀଣ ଖମାରୀ (ମୁନା)ଙ୍କ ଗତ ଶୁକ୍ରବାର ବ୍ରେନ୍ ଷ୍ଟ୍ରୋକ୍ ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରଲୋକରେ କଳାହାଣ୍ଡି ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ସର୍କିଟ ହାଉସ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ୨ମି ନିରବ ପ୍ରାର୍ଥନା କରାଯାଇଛି ।
ଏଥି ସହିତ ବିଜେଡି କର୍ମୀ ତାଙ୍କ ଶୋକସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଜିଲ୍ଲା ବିଜେଡି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ବିସିସି ବ୍ୟାଙ୍କ ସଭାପତି ଗିରୀଶ ଚନ୍ଦ୍ର ବେହେରା, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ଯୁବନେତା ମନିନ୍ଦ୍ର ମହାନ୍ତି, ଧବଳେଶ୍ଵର ମହାପାତ୍ର, ପ୍ରଶାନ୍ତ ନାଏକ, ଉଦୟ ସୁନାନୀ, ସାମନ୍ତ ଖମାରୀ, ବଦ୍ରିନାରାୟଣ ପଟ୍ଟନାୟକ, ତ୍ରିଲୋଚନ ପାଣିଗ୍ରାହୀ, ପରମାନନ୍ଦ ମାଝୀ, କ୍ଷୀରସିନ୍ଧୁ ନାଏକ, ଚକ୍ର ସେଠୀ, ରଞ୍ଜୁକ୍ତା ପ୍ରଧାନ, ପିତବାସ ବେହେରା, ହୀରାମଣି ଗଣ୍ଡ , ସୁରଥ ରାଉତ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ପୁଷ୍ପମାଲ୍ୟ ଅର୍ପଣ କ୍ଷରିଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

