ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଉଛି। ଭବାନୀ ପାଟଣା ବ୍ଲକ ଅନ୍ତର୍ଗତ ଚହ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ,ମୁଖ୍ୟ ବକ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ , ସମ୍ମାନିତ ଅତିଥି ଗାଳ୍ପିକ ତଥା କବି ରାଧେଶ୍ୟାମ ଦାସ, ପୋଡମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଗୁଡ଼ିଆଲିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ର,ଆଂଚଳିକ ସାଧନ ସଂଯୋଜକ ପ୍ରଦ୍ୟୁମ୍ନ କୁମାର ହୋତା,ସମାଜସେବୀ ଜଗତ ସାହୁ ଏବଂ ଯାଜ୍ଞାସେନି ସାହୁ ସଭାପତି ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଅତିଥି ରୂପରେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ ମେଳା ଓ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖିବା ସହିତ ବୃକ୍ଷରୋପଣ ଭଳି ମହତ୍ କାର୍ଯ ସହ ସୃଜନୀ ଫଳକର ଉଦ୍ଘାଟନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲେ। ପ୍ରଧାନ ଶିକ୍ଷକ ଜଗନ୍ନାଥ ପ୍ରସାଦ ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିବା ସହ ବାର୍ଷିକ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗ୍ରାମର ବରିଷ୍ଠ ବ୍ୟକ୍ତି ବିଶେଷ ଓ ମର୍ଣିଂ ୱାକ ଟିମ୍ କୁ ସ୍ବାସ୍ଥ୍ୟ ସଚେତନତା ପାଇଁ ଉପଡୋକନ ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷୟତ୍ରୀ ସତ୍ୟମୟୀ ମାଲିନୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସୁଜାତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଉମେଶ କୁମାର ନାୟକଙ୍କୁ ବିଜ୍ଞାନ ପ୍ରଦର୍ଶନୀରେ ମାର୍ଗ ପ୍ରଦର୍ଶନ କରିଥିବା ପାଇଁ ସମ୍ମାନିତ କରାଯାଇଥିଲା।
ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବାର୍ଷିକ ଉତ୍ସବଟି ସଫଳତା ସହ ପାଳନ ହୋଇଥିବା ପାଇଁ ସି ଆର ସି ସି ପ୍ରଦ୍ୟୁମ୍ନ କୁମାର ହୋତାଙ୍କର ମାର୍ଗ ଦର୍ଶକ ବାସ୍ତବିକ ପ୍ରଶଂସନୀୟ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।
Latest entries
ଜିଲ୍ଲା ଖବରNovember 29, 2025ଆସନ୍ତା ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଆଦାଲତ
ଜିଲ୍ଲା ଖବରNovember 28, 2025କେତକୀ ମହାପାତ୍ର ଙ୍କ ପରଲୋକ
ଜିଲ୍ଲା ଖବରNovember 28, 2025ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧତ
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା

