Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ବିଦ୍ୟାଳୟର ଶିକ୍ଷଣ ସାମଗ୍ରୀ ମେଳା ଓ ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖିବା ସହିତ ବୃକ୍ଷରୋପଣ ଭଳି ମହତ୍ କାର୍ଯ ସହ ସୃଜନୀ ଫଳକର ଉଦ୍ଘାଟନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲେ। ପ୍ରଧାନ ଶିକ୍ଷକ ଜଗନ୍ନାଥ ପ୍ରସାଦ ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିବା ସହ ବାର୍ଷିକ ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗ୍ରାମର ବରିଷ୍ଠ ବ୍ୟକ୍ତି ବିଶେଷ ଓ ମର୍ଣିଂ ୱାକ ଟିମ୍ କୁ ସ୍ବାସ୍ଥ୍ୟ ସଚେତନତା ପାଇଁ ଉପଡୋକନ ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷୟତ୍ରୀ ସତ୍ୟମୟୀ ମାଲିନୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ସୁଜାତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଉମେଶ କୁମାର ନାୟକଙ୍କୁ ବିଜ୍ଞାନ ପ୍ରଦର୍ଶନୀରେ ମାର୍ଗ ପ୍ରଦର୍ଶନ କରିଥିବା ପାଇଁ ସମ୍ମାନିତ କରାଯାଇଥିଲା।
ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବାର୍ଷିକ ଉତ୍ସବଟି ସଫଳତା ସହ ପାଳନ ହୋଇଥିବା ପାଇଁ ସି ଆର ସି ସି ପ୍ରଦ୍ୟୁମ୍ନ କୁମାର ହୋତାଙ୍କର ମାର୍ଗ ଦର୍ଶକ ବାସ୍ତବିକ ପ୍ରଶଂସନୀୟ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
