ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଲାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପୋଲିସ ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଠାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅନନ୍ୟ ଅଭିନବ ପ୍ରେରଣାଦାୟୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିବିଶେଷ ଙ୍କ ମଧ୍ୟରେ ପ୍ରବୀଣ ଶିକ୍ଷାବିତ୍ ଡ. ଉମେଶଚନ୍ଦ୍ର ଶତପଥୀ, ବରିଷ୍ଠ କ୍ରୀଡାବିତ୍ ପଙ୍କଜ ପଟ୍ଟନାୟକ, ସମାଜସେବୀ ଦୃଢ ସଂଗଠକ ପ୍ରକୃତି ବନ୍ଧୁ ବରିଷ୍ଠ ଶିକ୍ଷାବିତ ପ୍ରଦୀପ କୁମାର ସାହୁ ,ପ୍ରକୃତି ବନ୍ଧୁ ଏନ.ସି.ସି ଶିକ୍ଷକ ରବି ପ୍ରସାଦ କାନୁନଗୋ , ବିଦ୍ୟାଳୟର ପୂର୍ବତନ ମୋଧାବୀ ଛାତ୍ରୀ ସୁଶ୍ରୀ ପ୍ରୀତିଛନ୍ଦା ସ୍ୱାଇଁ ଏବଂ ବହୁ ପ୍ରତିଭାମୁଖୀ ରାଜ୍ୟପାଳ ସ୍ବର୍ଣ୍ଣ ପଦକ ପ୍ରାପ୍ତ ପୂର୍ବତନ ସିନିୟର୍ କ୍ୟାଡେଟ୍ କ୍ୟାପଟେନ୍ ସୁଶ୍ରୀ ଶୁଭଲକ୍ଷ୍ମୀ ଦାଶ ପ୍ରମୁଖ ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ଯୋଗଦାନ କରି ସେମାନଙ୍କର ବହୁମୂଲ୍ୟ ଆମୂଲ୍ୟ ଅନୁଭୁତିଗୁଡିକ ଉପସ୍ଥାପନା କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ ପୂର୍ବକ ଦିଗଦର୍ଶନ ଦେଇ ପ୍ରେରଣା ପ୍ରଦାନ କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା,ପାରିପାର୍ଶିକ ପରିବେଶ ସନ୍ତୁଳନ । ସାହିତ୍ୟ,କ୍ରୀଡା, ବିଜ୍ଞାନ, ବୈଷୟିକ ଜ୍ଞାନ, ନିଜ ଜୀବନ ର ଲକ୍ଷ୍ୟ ହାସଲ ନିମନ୍ତେ ପ୍ରବଳ ଉଦ୍ୟମ ଓ କଠିନ ପରିଶ୍ରମ ଉପରେ ଗୁରୁତ୍ଵାରୋପ କରି ନିଜର ସାମଗ୍ରୀକ ଉନ୍ନତି ସହ ଭବିଷ୍ୟତ ଗଠନ କରିବା ନିମନ୍ତେ ଧ୍ୟାନ ଆକର୍ଷଣ କରାଯାଇଥିଲା । ଏହି ଅନନ୍ୟ କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟର ଅଭିଜ୍ଞ ବରିଷ୍ଟ ପ୍ରଧାନଶିକ୍ଷକ ପ୍ରକୃତିବନ୍ଧୁ ରବିନ୍ଦ୍ର କୁମାର ପଟ୍ଟନାୟକ ଏବଂ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ଏନ.ସି.ସି ଅଫିସର ଗଙ୍ଗାଧର ନନ୍ଦ । ଏହି ସଭା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଦିଗରେ ମାର୍ଗଦର୍ଶନ ପ୍ରଦାନ କରିବ। ବିଦ୍ୟାଳୟ ରେଆଗାମୀ ଦିନରେ ଏହିଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ଦିଗରେ ପ୍ରଧାନ ଶିକ୍ଷକ ଦୃଢ ପ୍ରତିଶୁତି ପ୍ରଦାନକରି ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

