ନ୍ୟୁଜ ଗ୍ୟାଲେରି:ଭବାନୀପାଟଣା: ପବିତ୍ର ଦୀପାବଳୀ ଉପଲକ୍ଷେ ଭବାନୀପାଟଣା ସ୍ଥିତ ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଯଜ୍ଞାଚାର୍ଯ୍ୟ ନାରାୟଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଯଜ୍ଞରେ ନିରଞ୍ଜନ ଦାଶ ଚଣ୍ଡୀ ପାଠ, ଶରତ କୁମାର ମିଶ୍ର ସିଦ୍ଧ ବିନାୟକ, ବିଭୂତି ଭୂଷଣ ରଥ ବିଷ୍ଣୁ ସହସ୍ରନାମ ଓ ସତ୍ୟ ନାରାୟଣ ମହାପାତ୍ର ଶିବ ସହସ୍ରନାମ ଦାୟିତ୍ଵ ନିର୍ବାହ କରିଥିଲେ। କ୍ଷେତ୍ର ପ୍ରସାଦ ଯୋଷି ସସ୍ତ୍ରିକ ଯଜ୍ଞର କର୍ତ୍ତା ହୋଇଥିଲେ। ମନ୍ଦିରର ପୂଜକ ସଞ୍ଜୀବ କୁମାର ଯୋଷୀ ଶ୍ୟାମାକାଳୀଙ୍କ ଜନ୍ମ ମହୋତ୍ସବ ପୂଜାର୍ଚ୍ଚନା କରିଥିଲେ ଓ ପୂଜକ ବସନ୍ତ କୁମାର ପାଢ଼ୀ ତ୍ରିଦିନାତ୍ମକ ତନ୍ତ୍ରୋକ୍ତ ପୂଜା ସମ୍ପାଦନ କରିଥିଲେ । ଶକ୍ତି ପ୍ରସାଦ ଯୋଷୀ, ସଞ୍ଜୟ ପୁରୋହିତ, ପ୍ରସନ୍ନ ମହାପାତ୍ର, ଜଗଦୀଶ ମଣ୍ଡଳ, ଅଶୋକ ମହାପାତ୍ର, ଶୁଭେନ୍ଦୁ ପାଢ଼ୀ ଓ ସତ୍ୟବ୍ରତ ମିଶ୍ର ଚଣ୍ଡୀ ମହାଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ। ମଙ୍ଗଳବାର ଅପରାହ୍ନରେ ଚଣ୍ଡୀ ମହାଯଜ୍ଞର ପୂର୍ଣ୍ଣାହୂତି ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

